Wednesday, April 8, 2026 01:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧: ଏକାଠି ହେଲେ ୫୦୦ ଲେଖକ

by Our Correspondent
08 Feb, 2021- 08:37 PM
in Latest News
1 min read
0
ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧: ଏକାଠି ହେଲେ ୫୦୦ ଲେଖକ

????????????????????????????????????

ଦଶପଲ୍ଲା: ସାହିତ୍ୟ ହୃଦୟକୁ ଯୋଡ଼ିଥାଏ, ମଣିଷ ଭିତରେ ମଣିଷପଣିଆ ଭରିଥାଏ । ସାହିତ୍ୟ ବିପ୍ଳବ କରେ, ସାହିତ୍ୟ ହୃଦୟକୁ ତରଳାଇଦିଏ । ସାହିତ୍ୟ ମଣିଷ ଜୀବନରେ ମହୁ ଭରିଦିଏ ବୋଲି କହିଛନ୍ତି କବି ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ସ୍ଥାନୀୟ କୁଆଁରିଆ ଜଳଭଣ୍ଡାର ନିକଟରେ ଅନୁଷ୍ଠିତ ପ୍ରଥମ ‘ନୟାଗଡ଼ ସାହିତ୍ୟ ଉତ୍ସବ’କୁ ଉଦ୍‌ଘାଟନ କରି ଡ. ସାହୁ କହିଲେ ଯେ ରୀତି ଯୁଗରୁ ଏଯାବତ୍ ଓଡ଼ିଆ ସାହିତ୍ୟ ଜଗତରେ ନୟାଗଡ଼ ବେଶ୍ ପ୍ରଭାବ ବିସ୍ତାର କରିଆସିଛି । ଏ ମାଟିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲେଖକ, ବୁଦ୍ଧିଜୀବୀଙ୍କୁ ଏକାଠି କରି ଏଭଳି ଉତ୍ସବ ଆୟୋଜନକୁ ସେ ସ୍ୱାଗତ କରିଥିଲେ ।

ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ଓ ଚିନ୍ତକ ହରପ୍ରସାଦ ଦାସ କହିଲେ ଯେ ରାଜନୀତି ଓ ସାହିତ୍ୟ ଭିତରେ ଗୋଟିଏ ସୂକ୍ଷ୍ମ ସମ୍ପର୍କ ରହିଛି । ବିଶ୍ୱର ବିଭିନ୍ନ ଦେଶରେ ଏବେ ରାଜନୀତି, ସାମାଜିକ ବ୍ୟବସ୍ଥା ଓ ସଭ୍ୟତାକୁ ସାହିତ୍ୟ ବେଶ୍ ପ୍ରଭାବିତ କରୁଛି । ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ କଥାଶିଳ୍ପୀ ଓ ଶିଶୁ ସାହିତ୍ୟିକ ଡ. ଦାଶ ବେନହୁର ସାହିତ୍ୟର ସାର୍ବଜନୀନ ଆବେଦନ ଉପରେ ମତ ରଖିଥିଲେ । ସାହିତ୍ୟ ବର୍ତ୍ତମାନ ସହ ଆମର ଅତୀତକୁ ଯୋଡ଼େ ଓ ଭବିଷ୍ୟତର କଥା କହେ ବୋଲି ସେ ମତବ୍ୟକ୍ତ କରିଥିଲେ । ନୟାଗଡ଼ ସାହିତ୍ୟ ଉତ୍ସବ ଆୟୋଜନ ଲାଗି ଦଶପଲ୍ଲାକୁ ବାଛିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ସମ୍ମାନିତ ଅତିଥି ତଥା ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ।

ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ କଥାକାର ତଥା ‘ଅକ୍ଷ’ର ସଂପାଦକ ହାଡ଼ିବନ୍ଧୁ ମହାଖୁଡ଼ । ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ପେନ୍ ଇନ୍ ବୁକ୍ସ ଅକ୍ଷ୍ୟକ୍ଷ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ।

ଏହି ଅବସରରେ ବିଭିନ୍ନ ଆଲୋଚନା ସମ୍ପାନ ଓ କବିତା ପଠୋତ୍ସବ ଅନୁଷ୍ଠିତ ହୋଇଥିଲା । ‘ସାହିତ୍ୟର ସୀମା’ ଶୀର୍ଷକ ଅଧିବେଶନରେ କଥାଶିଳ୍ପୀ ଚିରଶ୍ରୀ ଇନ୍ଦ୍ରସିଂ, ତପନ ମହାପାତ୍ର, ଅନୁବାଦକ ଓ କବି କ୍ଷିରୋଦ ପରିଡ଼ା, ଗାଳ୍ପିକ ଅଜୟ ମହାପାତ୍ର ଓ ସୁଜିତ କୁମାର ପଣ୍ଡା ଅଂଶଗ୍ରହଣ କରିଥିଲେ । ଏଥିରେ ଅଧ୍ୟକ୍ଷତା କରିଥିଲେ ବରିଷ୍ଠ କବି ଅପର୍ଣ୍ଣା ମହାନ୍ତି ।

‘ଓଡ଼ିଆ ନାଟକ ମରୁଡ଼ି’ ଅଧିବେଶନରେ ନାଟ୍ୟ ବ୍ୟକ୍ତିତ୍ୱ ସୁବୋଧ ପଟ୍ଟନାୟକ, ବିଜୟ କୁମାର ଚୌଧୁରୀ, ପ୍ରଧାନୀ ବୃନ୍ଦାବନ ମହାପାତ୍ର, ସରୋଜକାନ୍ତ ମିଶ୍ର, ସରୋଜ କୁମାର ପଣ୍ଡା ଓ ଚକ୍ରଧର ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିରେ ଅଧ୍ୟକ୍ଷତା କରିଥିଲେ ବରିଷ୍ଠ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ।

‘ସାହିତ୍ୟର ଆଧାର: ବ୍ୟକ୍ତି ନା ବିଶ୍ୱ’ ଆଲୋଚନା ଅଧିବେଶନରେ କବି ସୁଶାନ୍ତ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମତ ରଖିଥିଲେ ଗାଳ୍ପିକ ଆଦିତେଶ୍ୱର ମିଶ୍ର, ଅମରେଶ ବିଶ୍ୱାଳ, ରାଜେନ୍ଦ୍ର କୁମାର ରାଉଳ, ରଂଜନ ପ୍ରଧାନ, କବି କାଳୀପଦ ପଣ୍ଡା ଓ ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ।

‘ନୟାଗଡ଼ର ସାହିତ୍ୟ’ ଶୀର୍ଷକ ସଂପାନରେ ଅଶୋକ କୁମାର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ବକ୍ତବ୍ୟ ରଖିଥିଲେ ପବିତ୍ର କୁମାର ସୁବୁଦ୍ଧି, ବସିରନ୍ ବିବି, ବାନାମ୍ବର ପୃଷ୍ଟି, ଗୋଦାବରୀଶ ମିଶ୍ର, ସୂର୍ଯ୍ୟମଣି ମହାପାତ୍ର ଓ ଶେଖ୍ ଅବଦୁଲ ଖାଲିକ୍ ।

ଏହି ଅବସରରେ ଆୟୋଜିତ ବ୍ୟଙ୍ଗ କବିତା ଆସରରେ ଜଣାଶୁଣା କବି କୁଳାଙ୍ଗାର, ଗିରୀଶ ରଂଜନ, କଳାଚାନ୍ଦ, ରବୀନ୍ଦ୍ର ରାଉତ ଓ ଆର୍ତ୍ତତ୍ରାଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଅନୁଷ୍ଠିତ କବିତା ସମ୍ପାନରେ ନିର୍ମଳ ଚନ୍ଦ୍ର ଶୂରଦେଓ ଓ ପ୍ରଭାତ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଗୋପୀନାଥ ସେଠୀ, କାଦମ୍ବିନୀ ମହାପାତ୍ର, ପ୍ରଶାନ୍ତ ଦାଶ ଓ ବିଭୂତିଭୂଷଣ ମିଶ୍ର ପ୍ରମୁଖ ସଂଯୋଜନା କରିଥିଲେ ।

ଉଦଦ୍ଘାଟନୀ ଉତ୍ସବରେ ‘ଅକ୍ଷ’ ତ୍ରୟମାସିକ ପତ୍ରିକା ଓ ‘ଉତ୍କଳଘଣ୍ଟ’ ବ୍ୟଙ୍ଗ ପତ୍ରିକା ସମେତ ପେନ୍ ଇନ୍ ବୁକ୍ସ ପ୍ରକାଶିତ ହାଡ଼ିବନ୍ଧୁ ମହାଖୁଡ଼ଙ୍କ ଗଳ୍ପ ସଂକଳନ ‘କେବଳ କଥା’, ସରୋଜକୁମାର ପଣ୍ଡାଙ୍କ ଏକାଂକୀକା ସଂକଳନ ‘ଏବଂ ରୂପାନ୍ତର’, ବିଦେଶୀ ନାୟକଙ୍କ କବିତା ସଂକଳନ ‘ମୁଗ୍ଧ ଅନ୍ଧକାର’, ରିଙ୍କୁ ଟଙ୍କ୍‌ଙ୍କ ହିନ୍ଦୀ କବିତା ସଂକଳନ ‘ଜୀଗୀଷା’, ସ୍ୱରୂପ କୁମାର ନାୟକଙ୍କ କବିତା ସଂକଳନ ‘ଅନ୍ଧାରର ଆରାଧନା’ ଓ ଶୁଭଲକ୍ଷ୍ମୀ ସେନାପତିଙ୍କ ଇଂରାଜୀ କବିତା ସଂକଳନ ‘ଟି-ଅଫ୍‌’ ଉନ୍ମୋଚିତ ହୋଇଥିଲା ।

ଦିବସବ୍ୟାପୀ ଏହି ଉତ୍ସବରେ ମଞ୍ଚ ସଂଚାଳନ କରିଥିଲେ କବି ଡ. ମୃତ୍ୟୁଞ୍ଜୟ ରଥ । ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ଉପେନ୍ଦ୍ର କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ବିଘ୍ନେଶ୍ୱର ବେହେରା ଓ ସୀତାରାମ୍ ୟୁଥ୍ କ୍ଲବର ସଦସ୍ୟ ।

Previous Post

ଶ୍ରୀମନ୍ଦିରରୁ ବରାବର: ଏନଏମଏ ବାଇ ଲ’ ଅବିଳମ୍ବେ ପ୍ରତ୍ୟାହୃତ

Next Post

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ସେବାୟତ

Next Post
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ସେବାୟତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ସେବାୟତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA