Monday, March 16, 2026 11:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନିତା ଅମ୍ବାନୀଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୫

by Our Correspondent
16 Mar, 2026- 11:38 PM
in Latest News, News
1 min read
0
ନିତା ଅମ୍ବାନୀଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୫

ଭୁବନେଶ୍ୱର: ରିଲାଏନ୍‍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଚେୟାରପର୍ସନ ନିତା ଏମ୍‌. ଅମ୍ବାନୀଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି। ସୋମବାର କିସ୍‍ ଦୂତି ଚାନ୍ଦ ଆଥ୍‍ଲେଟିକ୍‍ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବରେ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ନିତା ଅମ୍ବାନୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରୀଲଙ୍କାର ନୋବେଲ ବିଜେତା ପ୍ରଫେସର ମୋହନ ମୁନାସିଂହେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରିଥିଲେ। ରିଲାଏନ୍‍ସ ଫାଉଣ୍ଡେସନ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଗ୍ରାମୀଣ ପରିବର୍ତ୍ତନ, ମହିଳା ସଶକ୍ତିକରଣ ଏବଂ କ୍ରୀଡା ପ୍ରୋତ୍ସାହନ ମାଧ୍ୟମରେ ସାମାଜିକ ବିକାଶରେ ଉଲ୍ଲେଖନୀୟ ଅବଦାନ ସକାଶେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ସମ୍ମାନ ଗ୍ରହଣ କରିବା ସହ କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇ ଶ୍ରୀମତୀ ଅମ୍ବାନୀ କହିଲେ ଓଡ଼ିଶାରେ ଅନେକ ଭବ୍ୟ ମନ୍ଦିର ରହିଛି। ଅଚ୍ୟୁତ ସାମନ୍ତ ଦୁଇଟି ମନ୍ଦିର ନିର୍ମାଣ କରିଛନ୍ତି। ତାହା ହେଉଛି ଦୁଇଟି ଆଧୁନିକ ଶିକ୍ଷା ମନ୍ଦିର – କିଟ୍‍ ଓ କିସ୍‍। ଏହି ଦୁଇଟି ଅନୁଷ୍ଠାନ ଆମ ଦେଶ ପାଇଁ ଗର୍ବ। ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ୍‍ ପୁରସ୍କାର ପାଇ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ଏବଂ ଏହି ସମ୍ମାନ କେବଳ ତାଙ୍କର ନୁହେଁ ବରଂ ରିଲାଏନ୍‍ସ ଫାଉଣ୍ଡେସନର ସମସ୍ତ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଥିଲେ। କିସର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଲେ, ତୁମେ ମୋତେ ଏଠାରେ ଦେଇଥିବା ସମ୍ମାନ ଓ ଭଲପାଇବାକୁ ମୁଁ କେବେବି ଭୁଲି ପାରିବି ନାହିଁ। କିଟ୍‍ ଓ କିସ୍‍ ପରିଦର୍ଶନ କରିବା ତାଙ୍କ ପାଇଁ ପ୍ରକୃତରେ ସୌଭାଗ୍ୟର ବିଷୟ ବୋଲି ସେ କହିଥିଲେ। ଭଗବାନ ଜଗନ୍ନାଥଙ୍କ ପବିତ୍ର ଭୂମିକୁ ଆସି ବେଶ ଅଭିଭୂତ ବୋଲି ପ୍ରକାଶ କରିବା ସହ ଓଡ଼ିଶାର ଏକ ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧ ରହିଛି। ଓଡ଼ିଶାବାସୀ ପ୍ରକୃତି ସହ ଏକ ଗଭୀର ସଂଯୋଗ ରହିଛି।

ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ, ପୁଅ ଓ ଝିଅଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ପୁଅମାନେ ଯାହା କରିପାରିବେ, ଝିଅମାନେ ମଧ୍ୟ ତାହା କରିପାରିବେ। ଛାତ୍ରମାନଙ୍କୁ ପରାମର୍ଶ ଦେଇ ସେ କହିଲେ,ଏହା କେବଳ ଆରମ୍ଭ, ତୁମର ଅନ୍ତିମ ଲକ୍ଷ୍ୟ ନୁହେଁ। ତୁମେମାନେ  ବଡ଼ ବଡ଼ ସ୍ୱପ୍ନ ଦେଖିବା ଉଚିତ୍ ଏବଂ ସେହି ସ୍ୱପ୍ନଗୁଡିକ ହାସଲ କରିବା ପାଇଁ  ନିଷ୍ଠା ସହିତ କଠିନ ପରିଶ୍ରମ କରିବା ଉଚିତ୍ ବୋଲି ସେ କହିଥିଲେ। ଜୀବନରେ ସତ୍ୟପଥରୁ କେବେ ବି ବିଚ୍ୟୁତ ନ ହେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ‘ମୁଁ କିସରେ ଭାରତର ଭବିଷ୍ୟତ ଦେଖିପାରୁଛି। ଏଠାରେ ପିଲାମାନଙ୍କୁ ଦେଖିବା ପରେ ମୋର ବିଶ୍ୱାସ ହେଉଛି, ଭାରତର ଭବିଷ୍ୟତ ଉଜ୍ଜ୍ୱଳ’ବୋଲି ସେ କହିଥିଲେ।

ସ୍ୱାଗତ ଭାଷଣରେ ଶ୍ରୀ ସାମନ୍ତ କହିଲେ, ସଫଳତାର ଅର୍ଥ କେବଳ ନିଜ ପାଇଁ କିଛି ହାସଲ କରିବା ନୁହେଁ; ଅନ୍ୟମାନଙ୍କ ଜୀବନରେ ଖୁସି ଆଣିପାରିଲେ ତାହା ପ୍ରକୃତ ସଫଳତା ବୋଲି କୁହାଯାଏ। ନୀତା ଅମ୍ବାନୀଙ୍କ ଉଦାହରଣ ଦେଇ ସେ କହିଲେ, ଯଦି ଆପଣ ଉତ୍ସର୍ଗୀକୃତ ଭାବରେ ଚେଷ୍ଟା କରନ୍ତି ତେବେ ପରିଶ୍ରମ କେବେ ବୃଥା ହୁଏ ନାହିଁ। ତାଙ୍କର ବହୁମୁଖୀ ସାମାଜିକ କାର୍ଯ୍ୟ ପାଇଁ ସେ ନୀତାଙ୍କୁ ପ୍ରଶଂସା କରିଥିଲେ। ଏହି ବସ୍ତୁବାଦୀ ଦୁନିଆରେ ପ୍ରେମ ଏବଂ ସମ୍ମାନ ପାଇବା ସହଜ ନୁହେଁ। ଶ୍ରୀମତୀ ଅମ୍ବାନୀ ତାଙ୍କର ଉତ୍ତମ ସାମାଜିକ ତଥା ମାନବିକ କାର୍ଯ୍ୟ ପାଇଁ ସମସ୍ତଙ୍କଠାରୁ ଭଲପାଇବା ଓ ସମ୍ମାନ ଅର୍ଜନ କରିଛନ୍ତି ବୋଲି ଶ୍ରୀ ସାମନ୍ତ କହିଥିଲେ।

୨୦୦୮ରେ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ ହୋଇଥିବା କିସ୍ ହ୍ୟୁମାନିଟାରିଆନ୍‍ ପୁରସ୍କାର ହେଉଛି କିସ୍‌ର ସର୍ବୋଚ୍ଚ ସମ୍ମାନ। ଏହା ବିଶ୍ୱବ୍ୟାପୀ ମାନବିକତାର କାର୍ଯ୍ୟ ଜରିଆରେ ବିଶ୍ୱକୁ ସେବା ଯୋଗାଉଥିବା ବ୍ୟକ୍ତି ତଥା ସଂଗଠନକୁ ପ୍ରଦାନ କରାଯାଇଥାଏ।

Continue Reading
Previous Post

ସୋଆରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19165 shares
    Share 7666 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA