Thursday, January 15, 2026 12:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଛାଡ଼ ପାଇଲେ ଲଳିତ ବେହେରା !

ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣା

by Samar Pradhan
04 Jan, 2026- 09:56 PM
in Crime, Latest News, News
1 min read
0
ଛାଡ଼ ପାଇଲେ ଲଳିତ ବେହେରା !

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଶାସକ ଦଳର କର୍ମୀଙ୍କ ଗୁଣ୍ଡାଗିରି ଦେଖିବାକୁ ମିଳିଲା । ପରାଜିତ ବିଧାୟକ ପ୍ରାର୍ଥୀ ଲଳିତ ବେହେରାଙ୍କ ନେତୃତ୍ୱରେ ୪୦ରୁ ଅଧିକ କର୍ମୀ ବିଡିଓଙ୍କ କାର୍ଯ୍ୟାଳୟରେ ପଶି ମହିଳା ବିଡିଓଙ୍କୁ ଆକ୍ରମଣ ଉଦ୍ୟମ କଲେ । କମ୍ପ୍ୟୁଟର୍ ଉଠାଇ ବିଡିଓଙ୍କ ଉପରକୁ ଫିଙ୍ଗିଲେ । ସରକାରୀ ଅଫିସ୍ ରେ ବସି କାର୍ଯ୍ୟ କରୁଥିବା ଜଣେ ମହିଳା ବିଡିଓଙ୍କ ପ୍ରତି ଶାସକ ଦଳ ନେତାଙ୍କର ଏଭଳି କାଣ୍ଡ ଆଲୋଡ଼ନ ସୃଷ୍ଟି କଲା । ଘଟଣାକୁ ୨୪ ଘଣ୍ଟା ବିତିଗଲା । ମାତ୍ର କାର୍ଯ୍ୟାନୁଷ୍ଠାନ ଶୂନ । ମୁଖ୍ୟ ଅଭିଯୁକ୍ତ ଲଳିତ ବେହେରା ଛାତି ଫୁଲେଇ ବୁଲୁଛନ୍ତି ।

ସେଦିନ ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ଏବଂ ଏ ସଂକ୍ରାନ୍ତରେ ବିଡିଓ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ତେବେ ଚାପକୁ ଡରି ଏ ପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ କରିନାହାନ୍ତି । ମାତ୍ର ରାଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଥାନାରେ ଏତଲା ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଆଶ୍ଚର୍ଯ୍ୟର କଥା ଯେ ଗତକାଲି ବିଜେଡି ଏକ ପ୍ରେସମିଟ୍ କରି ଘଟଣାକୁ ନିନ୍ଦା କରିଥିଲେ ମଧ୍ୟ ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଏ ପର୍ଯ୍ୟନ୍ତ ପ୍ରତିକ୍ରିୟା ଦେଇନାହାନ୍ତି । ବୋଧହୁଏ ତଦନ୍ତକୁ ଅପେକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣା ଉପରେ ଟୁଇଟ୍ କରିନାହାନ୍ତି । ହେଲେ ଟୁଇଟ୍ ମାଷ୍ଟର ଭାବେ ପରିଚିତ ସ୍ଥାନୀୟ ସାଂସଦଙ୍କର କୌଣସି ଟୁଇଟ୍ ନ ଆସିବା କେନ୍ଦ୍ରାପଡ଼ା ଜିଲ୍ଲାରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି କରିଛି । ମାମଲାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା ଜାଣି ରାଜନଗର ବିଜେଡି ପକ୍ଷରୁ ଆନ୍ଦୋଳନର ପ୍ରସ୍ତୁତି ଚାଲିଛି ।

ସେଦିନର ଘଟଣା କ’ଣ ଥିଲା ତାହାର ଟିକନିକ୍ ତଥ୍ୟ ଆମର ହସ୍ତଗତ ହୋଇଛି । ଲଳିତ ବେହେରାଙ୍କ ନେତୃତ୍ୱରେ ୪୦ ରୁ ଅଧିକ ବିଜେପି କର୍ମୀ ଅଚାନକ ବିଡିଓଙ୍କ ଅଫିସରେ ପହଞ୍ଚିଥିଲେ । ସେତେବେଳେ ବିଡିଓ ତିଳୋତ୍ତମା ପୃଷ୍ଟି ଏକ ଜରୁରୀ କାର୍ଯ୍ୟରେ ତରବର ହୋଇ ବାହାରୁଥିଲେ । ଭିତରକନିକାକୁ ଏକ କେନ୍ଦ୍ରୀୟ ଦଳ ଗସ୍ତରେ ଆସୁଥିବାରୁ ଜିଲ୍ଲାପାଳଙ୍କ ସହ ସେ ଉପସ୍ଥିତ ହେବାର ଥିଲା । ବିଡିଓ ଏକଥା ସେମାନଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାମ ପାଇଁ ବାଧ୍ୟ କରି ଅଫିସ୍ ରୁ ବାହାରିବାକୁ ଦେଇ ନ ଥିଲେ । ଆପଣଙ୍କର ଯଦି ନିର୍ଦ୍ଦିଷ୍ଟ କାମ ଅଛି ଲିଖିତ ଭାବରେ ଦେଇଯାନ୍ତୁ, ମୁଁ ଆସିଲେ ବୁଝିବି ବୋଲି ବିଡ଼ିଓ କହିବାରୁ ଲଳିତଙ୍କ ମୁଣ୍ଡ ଗରମ ହୋଇଗଲା । ବିଡିଓଙ୍କୁ ତୁ ତା କହିବା ଆରମ୍ଭ କରିଥିଲେ । ଯିବୁ କ’ଣ, ତତେ ଏଠି ୫ ଘଣ୍ଟା ରଖିଦେବି ବୋଲିଧମକ ଦେଇଥିଲେ । ବିଡିଓ ତାଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରୁଥିଲା ବେଳେ ଟେବୁଲ୍ ଉପରେ ଥିବା କମ୍ପ୍ୟୁଟର୍ କୁ ଉଠାଇ ଆଣି ଉପରକୁ ଫିଙ୍ଗି ଦେଇଥିଲେ । ସୌଭାଗ୍ୟକୁ କିଛି କର୍ମୀ ଆଗକୁ ଆସିଯିବାରୁ ବିଡିଓ ବର୍ତ୍ତିଯାଇଥିଲେ ।

ଲଳିତଙ୍କର ଦାଦାଗିରି ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ଅଛି । କିଛି ଦିନ ତଳେ ଜଣେ ଜେଇଙ୍କୁ ଅଫିସରେ ବସି ହଙ୍ଗାମା କରିଥିଲେ । ମୋତେ ତୁ ଚିହ୍ନିନୁ ବୋଲି ଧମକ ଦେଇଥିଲେ । ସଂପୃକ୍ତ ଜେଇ ତାଙ୍କ ନାଲିଆଖିକୁ ଡରି ଥାନାରେ ଅଭିଯୋଗ କରି ନ ଥିଲେ ।

ସୂଚନାଥାଉକି, ଏହି ଲଳିତ ବେହେରା ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ରାଜନଗର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ । ମନମୋହନ ସାମଲଙ୍କର ପାଖଲୋକ । ବୈଜୟନ୍ତ ପଣ୍ଡାଙ୍କର ଅତି ବିଶ୍ୱସ୍ତ । ପୂର୍ବତନ ବିଧାୟକ ଅଲେଖ ଜେନାଙ୍କୁ କାଟି ବୈଜୟନ୍ତ ଏଇ ଲଳିତ ବେହେରାଙ୍କୁ ଟିକେଟ ଦିଆ କରିଥିଲେ । ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ତାଙ୍କୁ ୧୮ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।

Previous Post

ସବୁରି ଉତ୍ତର ମାନସ ରାଉତ

Next Post

ମାନେକା ଗାନ୍ଧୀଙ୍କ ମନଛୁଆଁ କଥା

Next Post
ମାନେକା ଗାନ୍ଧୀଙ୍କ ମନଛୁଆଁ କଥା

ମାନେକା ଗାନ୍ଧୀଙ୍କ ମନଛୁଆଁ କଥା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA