Wednesday, February 18, 2026 08:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୨୧ ରୁ ହଟିବ ଜଗା ଦର୍ଶନ କଟକଣା

କୋଭିଡ ନେଗେଟିଭ୍ ରିପୋର୍ଟ ଆବଶ୍ୟକତା ପଡ଼ିବନି

by Our Correspondent
10 Jan, 2021- 03:05 PM
in Latest News, News
1 min read
0
୨୧ ରୁ ହଟିବ ଜଗା ଦର୍ଶନ କଟକଣା

ପୁରୀ: ଜାନୁଆରୀ ୨୧ ତାରିଖରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ଦରକାର ପଡ଼ିବନି । ଯେ କୌଣସି ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ତେବେ ଭକ୍ତମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ଏବଂ ସାନିଟାଇଜର୍ ବ୍ୟବହାର କରିବାକୁ ବାଧ୍ୟ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥାର ଆଜି ସମୀକ୍ଷା କରିବା ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି ।

ମୁଖ୍ୟ ପ୍ରଶାସକ କହିଛନ୍ତି, ଏବେ ଦର୍ଶନ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ଦରକାର ପଡୁଛି । ମାତ୍ର ୨୧ ତାରିଖଠାରୁ ଏହା ଦରକାର ପଡିବନି । ସକାଳ ୭ଟାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ । ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ପୁରୀ ସହରବାସୀ ଦର୍ଶନ କରିପାରିବେ । ଅନ୍ୟ ସମୟରେ ପୁରୀ ସହରବାସୀ ଦର୍ଶନ ଚାହିଁଲେ ଧାଡ଼ିରେ ଆସିବେ ।

ଦୈନିକ ୩୦ ହଜାର ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ । ୬୫ ବର୍ଷରୁ ଅଧିକ ବୟସ୍କମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯିବ । ଏ ସମସ୍ତ ନିୟମ ଜାନୁଆରୀ ୨୧ରୁ ଫେବୃଆରୀ ୨୧ ଯାଏ ଲାଗୁ ହେବ ।

ସୂଚନାଥାଉକି, ଜାନୁଆରୀ ୩ ତାରିଖରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ତେବେ ସେଥିପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏହି କଟକଣାରେ ୨୫ ହଜାର ଭକ୍ତ ଦର୍ଶନ କରିଥିବା ମୁଖ୍ୟ ପ୍ରଶାସକ କହିଛନ୍ତି । ୨୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

ଆଜିର ବୈଠକରେ ଶ୍ରୀମନ୍ଦିର ଦର୍ଶନ ବେଳେ କୋଭିଡ୍ ନିୟମ ପାଳନକୁ ଗୁରୁତ୍ୱ ଦିଆଯାଇଥିଲା । ସମସ୍ତଙ୍କ ପାଇଁ ଥର୍ମାଲ୍ ସ୍କ୍ରିନିଂ ସମେତ ଅନ୍ୟାନ୍ୟ କୋଭିଡ୍ ନିୟମର ଯେଭଳି ଉଲ୍ଲଂଘନ ନହୁଏ ସେଥିପ୍ରତି ସତର୍କ ରହିବାକୁ ମୁଖ୍ୟ ପ୍ରଶାସକ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ ।

ଶ୍ରୀମନ୍ଦିର ନୀତି ନିୟମ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ସକାଳ ୫ଟା ୪୫ ପୂର୍ବରୁ ମଙ୍ଗଳ ଆଳତୀ ହେବ ଏବଂ ଆନନ୍ଦବଜାରରେ ମହାପ୍ରସାଦ ସେବନ ଉପରେ କଟକଣା ଜାରି ରହିବ ବୋଲି କୁହାଯାଇଛି ।

Previous Post

ଓଡ଼ିଆ ଉଦ୍ୟୋଗପତି ସଲିଲ ପାଣିଗ୍ରାହୀଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ

Next Post

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ ସେଟ୍ ସୁବର୍ଣ୍ଣ ‘ସୂର୍ଯ୍ୟ-ଚନ୍ଦ୍ର’ ଦାନ

Next Post
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ ସେଟ୍ ସୁବର୍ଣ୍ଣ ‘ସୂର୍ଯ୍ୟ-ଚନ୍ଦ୍ର’ ଦାନ

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ ସେଟ୍ ସୁବର୍ଣ୍ଣ 'ସୂର୍ଯ୍ୟ-ଚନ୍ଦ୍ର' ଦାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA