Wednesday, March 11, 2026 02:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଛାତ୍ରଛାତ୍ରୀମାନେ ଦୟା, କରୁଣା ଓ ମାନବିକତାକୁ ଜୀବନର ମୂଳମନ୍ତ୍ର କରନ୍ତୁ

କିଟ୍‍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ ସମାପନ

by Our Correspondent
28 Sep, 2025- 11:12 PM
in Latest News, News
1 min read
0
ଛାତ୍ରଛାତ୍ରୀମାନେ ଦୟା, କରୁଣା ଓ ମାନବିକତାକୁ ଜୀବନର ମୂଳମନ୍ତ୍ର କରନ୍ତୁ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ ରବିବାର ସମାପନ ହୋଇଛି । ତିନିଦିନ ଧରି ଚାଲିଥିବା ଏହି ସମାବର୍ତ୍ତନ ଉତ୍ସବରେ ୧୯୫ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‍ଡି, ୨୦୩୪ଜଣଙ୍କୁ ସ୍ନାତକୋତ୍ତର, ୭୨୩୨ ଜଣଙ୍କୁ ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଶ୍ରୀଲଙ୍କାର ନୋବେଲ ପୁରସ୍କାର ବିଜେତା ପ୍ରଫେସର ମୋହନ ମୁନାସିଂଘେ, ଟ୍ୟୁନିସିଆର ନୋବେଲ ବିଜେତା ଓଉଇଦେଦ୍ ବୋଚାମାଉଇ, ୱକହର୍ଡ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଗ୍ଲୋବାଲ୍ ମାନବବାଦୀ ଓ ଶାନ୍ତି ପ୍ରବକ୍ତା ଡ ହୁଜୈଫା ଖୋରାକିୱାଲା, କମ୍ପିଟିସନ ସକସେସ୍ ରିଭ୍ୟୁର ଅଧ୍ୟକ୍ଷ ତଥା ସଂପାଦକ ଏସ୍‌. କେ. ସଚଦେବା, ଗୁଏତମାଲା ଗଣରାଜ୍ୟ ସାଂସଦ ଡ ଫିଡେଲ ରାଏସ୍ ଲି, ଜର୍ମାନୀର ପ୍ରତ୍ନତାତ୍ତ୍ୱିକ ପାର୍କର ଅଧ୍ୟକ୍ଷ ତଥା ବିଶ୍ୱ ମାନବବାଦୀ ପ୍ରବକ୍ତା ନର୍ବର୍ଟ ସାଉର ଏବଂ ଲାଲଚନ୍ଦ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ସମାବର୍ତ୍ତନ ଉତ୍ସବର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ଶ୍ରୀ ମୁନାସିଂଘେ କହିଲେ, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ପୂର୍ବରୁ ନିଜ ମଧ୍ୟରେ ଶାନ୍ତି ଆଣିବାକୁ ଚେଷ୍ଟା କରିବା ଉଚିତ। ବିଶ୍ୱର ସ୍ଥାୟିତ୍ୱ ଓ ଶାନ୍ତି ପ୍ରତିଷ୍ଠା ହେଉଛି ପ୍ରମୁଖ ଆହ୍ୱାନ। ଦାରିଦ୍ର‌୍ୟ, ଅସମାନତା ଏବଂ ସମ୍ବଳ ଅଭାବ ଉପରେ ଆଲୋକପାତ କରି ସେ ଚେତାଇ ଦେଇ କହିଲେ, ବର୍ତ୍ତମାନ ସମୟରେ ମାନବବାଦ ପାଇଁ ପରିବେଶର ସୁରକ୍ଷା ତୁରନ୍ତ ଆବଶ୍ୟକ। ସଂପ୍ରତି ବିଶ୍ୱ ପାଇଁ ଯେତିକି ସମ୍ବଳର ଆବଶ୍ୟକତା ରହିଛି, ୨୦୩୦ ମସିହା ବେଳକୁ ଦୁଇଗୁଣା ହୋଇଯିବ।

ଦ୍ୱିତୀୟ ଦିନରେ ଇଣ୍ଟରନ୍ୟାସ୍‍ନାଲ୍‍ କୋର୍ଟ ଅଫ୍‍ ଜଷ୍ଟିସ୍‍ର ବିଚାରପତି ଜଷ୍ଟିସ୍‍ ଅବଦୁଲକ୍ୱାଇ ଅହମ୍ମଦ ଇସୁଫ୍‍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ନାତକମାନଙ୍କୁ ବିଶ୍ୱ ଶାନ୍ତି ନିର୍ମାତା ଏବଂ ନ୍ୟାୟର ସ୍ୱର ଭାବରେ ସେମାନଙ୍କର ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ସେହିପରି ତୃତୀୟ ଦିନରେ ନୋବେଲ ବିଜେତା ଓଉଇଦେଦ୍ ବୋଚାମାଉଇ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ଦେଇ କହିଲେ, ଛାତ୍ରଛାତ୍ରୀମାନେ କିଟ୍‍ ବିଶ୍ୱବିଦ୍ୟାଳୟର ବିସ୍ତୃତ କ୍ୟାମ୍ପସରେ ଅଧ୍ୟୟନ କରି ବିଶ୍ୱ ନାଗରିକତାର ସ୍ୱପ୍ନ ଦେଖୁଛନ୍ତି। ଏଠାରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ସେମାନଙ୍କ ଜୀବନରେ ଡ. ସାମନ୍ତଙ୍କ ଭଳି ଦୟା, କରୁଣା ଓ ମାନବିକତାକୁ ସେମାନଙ୍କ ମୂଳ ମନ୍ତ୍ର କରିବାକୁ ସେ ଆହ୍ୱାନ ଦେଇଥିଲେ।

ଶ୍ରୀ ସଚଦେବା କହିଲେ, କିଟ୍‍ ଓ କିସ୍‍ ହେଉଛି ଉତ୍କର୍ଷ ଶିକ୍ଷା ଓ ସମାଜସେବାର ଦୁଇଟି ସ୍ତମ୍ଭ। ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜଣେ ଦୂରଦୃଷ୍ଟିସଂପନ୍ନ ମାନବବାଦୀ ବ୍ୟକ୍ତିତ୍ୱ। ଯାହାଙ୍କ ଜୀବନ ସେବା, ସ୍ଥିରତା ଏବଂ କରୁଣାର ଉଦାହରଣ ବୋଲି ସେ ପ୍ରକାଶ କରିଥିଲେ। ସେହିପରି ଡ. ଲି କହିଲେ, ଏହି ସମ୍ମାନ ଶିକ୍ଷା, ଶାନ୍ତି ଓ ନ୍ୟାୟ କ୍ଷେତ୍ରରେ ଭାରତ ଓ ଗୁଏତମାଲାର ସମ୍ପର୍କକୁ ପ୍ରତୀତ କରୁଛି। ଡ. ଖୋରାକିୱାଲା କହିଲେ, ଏହି ସମ୍ମାନ ସେବା, କରୁଣା, ଉଦ୍ଦେଶ୍ୟ ଓ ଶାନ୍ତିର ଆଦର୍ଶକୁ ଦୃଢ଼ କରିଛି।

ଏହି ଅବସରରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ସମାବର୍ତ୍ତନରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦିତ କରିଥିବା ଦୁଇ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ, କୁଳାଧିପତି ସ୍ୱର୍ଣ୍ଣ ପଦକ, ପିପିଏଲ୍‍ ସ୍ୱର୍ଣ୍ଣ ପଦକ, ପିକେ ବଳ ସ୍ମାରକୀ ସ୍ୱର୍ଣ୍ଣ ପଦକ, ନନିବାଳା ସ୍ମାରକୀ ସ୍ୱର୍ଣ୍ଣପଦକ, ଶ୍ରୀକୃଷ୍ଣଚନ୍ଦ୍ର ପଣ୍ଡା ସ୍ମାରକୀ ସ୍ୱର୍ଣ୍ଣ ପଦକ, ଡ ୱାଟି ପରମଗୁରୁ ସ୍ମାରକୀ ସ୍ୱର୍ଣ୍ଣ ପଦକ ଓ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା, ଉପକୁଳାଧିପତି ପ୍ରଫେସର ଡା ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ରାଜୁ କେ ଡି ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

Next Post

ପରୀକ୍ଷା ବାତିଲ କରିବାରେ ସରକାର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି: ବିଜେଡି

Next Post
ପରୀକ୍ଷା ବାତିଲ କରିବାରେ ସରକାର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି: ବିଜେଡି

ପରୀକ୍ଷା ବାତିଲ କରିବାରେ ସରକାର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA