ଭୁୁବନେଶ୍ୱର: ବିହାର ନିର୍ବାଚନ ସହ ନୂଆପଡ଼ା ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ନଭେମ୍ବର ୧୧ରେ ହେବ ନୂଆପଡ଼ା ଉପନିର୍ବାଚନ । ନଭେମ୍ବର ୧୪ରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା ହେବ । ଅକ୍ଟୋବର ୧୩ରେ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ଅକ୍ଟୋବର ୨୨ରେ ନାମାଙ୍କନ ଯାଞ୍ଚ ଏବଂ ଅକ୍ଟୋବର ୨୪ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ ।
ରାଜେନ୍ଦ୍ର ଢ଼ୋଲକିଆଙ୍କ ମୃତ୍ୟୁ ଯୋଗୁଁ ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଛି । ସେ ବିଜେଡି ଟିକେଟ୍ ରେ ନିର୍ବାଚିତ ହୋଇଥିଲେ ।
ନଭେମ୍ବର ୬ ଓ ୧୧ରେ ବିହାର ନିର୍ବାଚନ
୨ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ
ନଭେମ୍ବର ୬ ଓ ୧୧ରେ ବିହାର ନିର୍ବାଚନ
ନଭେମ୍ବର ୬ ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ଭୋଟ
ନଭେମ୍ବର ୧୧ ଦ୍ବିତୀୟ ପର୍ଯ୍ୟାୟରେ ୧୨୨ ଆସନରେ ଭୋଟ
ନଭେମ୍ବର ୧୪ରେ ହେବ ଭୋଟ ଗଣତି
ବିହାର ବିଧାନସଭାର ୨୪୩ ଆସନ ପାଇଁ ହେବ ନିର୍ବାଚନ
ବିହାରରେ ୭.୪୨ କୋଟି ଭୋଟର ମତଦାନ କରିବେ
ମହିଳା ଭୋଟରଙ୍କ ସଂଖ୍ୟା ସାଢ଼େ ୩ କୋଟି
ବିହାରରେ ୧୪ ହଜାର ଶତାୟୁ ମତଦାତା ଅଛନ୍ତି
ପ୍ରଥମ ଥର ପାଇଁ ଭୋଟ ଦେବେ ୧୪ ଲକ୍ଷ ମତଦାତା
ବିହାରରେ ରହିବ ୯୦ ହଜାର ୭୧୨ ମତଦାନ କେନ୍ଦ୍ର
ପ୍ରତି ପୋଲିଂ ବୁଥ୍ରେ ହାରାହାରି ୮୧୮ ଭୋଟର ଅଛନ୍ତି
କୌଣସି ବୁଥ୍ରେ ୧୨ ଶହରୁ ଅଧିକ ମତଦାତା ରହିବେ ନାହିଁ
ନାମାଙ୍କନର ୧୦ ଦିନ ପୂର୍ବ ଯାଏ ତାଲିକାରେ ନାଁ ଯୋଡ଼ିପାରିବେ ଭୋଟର







