Wednesday, February 18, 2026 05:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆସିଲା କରୋନା ଟିକା

by Our Correspondent
12 Jan, 2021- 09:30 PM
in Latest News, News
1 min read
0
ଆସିଲା କରୋନା ଟିକା

ଭୁୁବନେଶ୍ୱର: ବହୁ ପ୍ରତୀକ୍ଷିତ କରୋନା ଟିକା ପହଞ୍ଚିଛି ଓଡ଼ିଶାରେ । ପ୍ରଥମ ପର୍ଯ୍ୟାୟରେ କୋଭିସିଲଡ୍ ର ୪ ଲକ୍ଷ ୮ ହଜାର ଡୋଜ୍ ଆସିଛି । ଆଜି ପୁନେରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସିଥିବା ଟିକା ଭୁବନେଶ୍ୱରରେ ପହଞ୍ଚିବା ପରେ ଜିଲ୍ଲାଗୁଡ଼ିକୁ ବିତରଣ ଆରମ୍ଭ ହୋଇଯାଇଛି । ଆସନ୍ତା ୧୬ ତାରିଖରୁ ଟିକାକରଣ କାର୍ଯ୍ୟ ଆରମ୍ଭ ହେବ ।

ପୁନେ ସେରମ୍ ଇନଷ୍ଟୁିଚ୍ୟୁଟ୍ ରୁ କୋଭିସିଲଡ୍ ଡୋଜ୍ ନେଇ ଆସିଥିବା ସ୍ପାଇସ୍ ଜେଟ୍ ବିମାନ ଅପରାହ୍ନ ୩.୪୦ ମିନିଟ୍ ରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଥିଲା । କରୋନା ଟିକା ଆସୁଥିବାରୁ ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । କଡ଼ା ପୁଲିସ ସୁରକ୍ଷା ବଳୟ ଭିତରେ ତିନୋଟି ଭ୍ୟାକସିନ୍ ଭ୍ୟାନ୍ ରେ ସେଗୁଡ଼ିକୁ ରାଜ୍ୟ ଔଷଧ ନିଗମସ୍ଥିତ ଭ୍ୟାକସିନ୍ ଷ୍ଟୋର୍ କୁ ଅଣାଯାଇଥିଲା ।
ଟ୍ରାଫିକ୍ କଟକଣା ସହ ସାଇରନ୍ ମାରି ପୁଲିସ ଏସକର୍ଟରେ ଭ୍ୟାକସିନ୍ ଭ୍ୟାନ୍ ଆସୁଥିବା ବେଳେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଭ୍ରମରେ ପଡିଥିଲେ ରାଜଧାନୀବାସୀ । ସାଙ୍ଗକୁ ଗଣମାଧ୍ୟମର ଲାଇଭ୍ କଭରେଜ୍ ଦେଖୁଥିବା ଲୋକେ କରୋନା ଟିକାକୁ ନେଇ କମ୍ ଆଶ୍ୱସ୍ତ ଓ ବେଶୀ ଛାନିଆଁ ହୋଇପଡୁଥିବା ଲକ୍ଷ୍ୟ କରାଯାଇଥିଲା ।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ୮୦୦ ଭାଇଲସ ବା ଛୋଟ ସିସି ଆସିଛି । ଗୋଟେ ସିସିରେ ଥିବା ୫ ଏମଏଲ ରେ ୧୦ ଜଣଙ୍କୁ ସିଙ୍ଗଲ୍ ଡୋଜ୍ ଦିଆଯାଇପାରିବ । ତେଣୁ ଡୋଜ୍ ହିସାବରେ ୪ ଲକ୍ଷ ୮ ହଜାର ଡୋଜ୍ ରହିଛି । ଏଥିରେ ୧ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ ଟିକା ଦିଆଯାଇପାରିବ ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀ, କୋଭିଡ୍ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯିବ । ୧୬ ତାରିଖରୁ ଆରମ୍ଭ ହେଉଥିବା ଟିକାକରଣ ପାଇଁ ସାରା ରାଜ୍ୟରେ ୧୬୦ ଟି କେନ୍ଦ୍ର ନିରୁପଣ କରାଯାଇଛି । ଆବଶ୍ୟକ ପଡ଼ିଲେ ଏହାକୁ ବୃଦ୍ଧି କରାଯିବ । ଭୁବନେଶ୍ୱରରେ କ୍ୟାପିଟାଲ୍ ହସ୍ପିଟାଲ୍, ୟୁନିଟ୍-୪ ହସ୍ପିଟାଲ୍, ବିଏମସି ହସ୍ପିଟାଲ୍, ସମ୍ ହସ୍ପିଟାଲ୍ ଏବଂ କିମସ୍ ହସ୍ପିଟାଲ୍ ରେ ଟିକା ଦିଆଯିବ ।

ସୂଚନାଥାଉକି, କରୋନା ଟିକାକୁ ନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତେ ଖୁସି ଓ ଉତ୍ସାହିତ ଥିଲେ ମଧ୍ୟ ଟିକାକରଣ ପର୍ବର ବିରାଟ ଆୟୋଜନ ଅନେକଙ୍କୁ ଛାନିଆଁ କଲାଣି । କରୋନା ଟିକା ସେମାନଙ୍କୁ ଆଶ୍ୱସ୍ତ ଆଣିଥିଲେ ମଧ୍ୟ ଉପଯୁକ୍ତ ସରକାରୀ ସଚେତନତା ଅଭାବରୁ ମନରେ କେଉଁଠି ନା କେଉଁଠି ସଂଶୟ ସୃଷ୍ଟି କରୁଛି । କରୋନା ଟିକା ସମ୍ପର୍କରେ ସଠିକ୍ ତଥ୍ୟ ଦେଇ ଲୋକଙ୍କ ମନରେ ଥିବା ଭ୍ରମ ଦୂର କରାଯିବା ନିହାତି ଆବଶ୍ୟକ ବୋଲି ବିଭିନ୍ନସ୍ତରରୁ ମତ ଆସୁଛି ।

ଟିକା ପଞ୍ଜିକରଣ ନାଁରେ ସାଇବର ଠକେଇ

ବଜାରକୁ କରୋନା ଟିକା ଆସିବା ପରେ ସାଇବର ଠକ ସେମାନଙ୍କ ନୂଆ ଚାଲ୍ ଆରମ୍ଭ କରିଛନ୍ତି । ଲୋକମାନେ ଆଗ ଟିକା ନେବାକୁ ଆଗ୍ରହ ରଖିଥିବାରୁ ସାଇବର ଅପରାଧୀମାନେ ଏହି ସୁଯୋଗ ହାତଛଡ଼ା କରିବାକୁ ଚାହିଁନାହାନ୍ତି । ଟିକାକରଣ ପାଇଁ ପଞ୍ଜିକରଣ ନାଁରେ ଲୋକଙ୍କୁ ଲୁଟିବାକୁ ଜାଲ ବିଛାଇଛନ୍ତି ।

ପଞ୍ଜିକରଣ ନାଁରେ ସେମାନେ ଲୋକଙ୍କ ଆଧାର କାର୍ଡ ଓ ଇ-ମେଲ୍ ଆଇଡି ମାଗୁଛନ୍ତି । ପରେ ପରେ ଚାଲାକର ସହ ଓଟିପି ମାଗି ଆଧାର ଲିଙ୍କ୍ ଥିବା ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ କରୁଛନ୍ତି ।
କମିଶନରେଟ୍ ପୁଲିସ ପାଖରେ ଏଭଳି କିଛି ଅଭିଯୋଗ ପହଞ୍ଚିବା ପରେ ପୁଲିସ ତତ୍ପର ହୋଇଛନ୍ତି । ଜନସାଧାରଣ ଏଥିପ୍ରତି ସତର୍କ ରହିବାକୁ ଉଭୟ ଭୁବନେଶ୍ୱର ଓ କଟକ ଡିସିପି ଅନୁରୋଧ କରିଛନ୍ତି ।

Previous Post

ବିପିନ ବିହାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମଳିପଡ଼ା ଚାମ୍ପିଅନ

Next Post

ଚନ୍ଦ୍ରଭାଗା ଓ ତଳସାରୀ ହେବ ବିଶ୍ୱସ୍ତରୀୟ

Next Post
ଚନ୍ଦ୍ରଭାଗା ଓ ତଳସାରୀ ହେବ ବିଶ୍ୱସ୍ତରୀୟ

ଚନ୍ଦ୍ରଭାଗା ଓ ତଳସାରୀ ହେବ ବିଶ୍ୱସ୍ତରୀୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA