Wednesday, February 18, 2026 11:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ପରୀ ମୃତ୍ୟୁ ମାମଲା: ଏସଆଇଟି ତଦନ୍ତ ଅଗ୍ରଗତିରେ ହାଇକୋର୍ଟ ସନ୍ତୁଷ୍ଟ

'ତଦନ୍ତରେ ଭଲ ଅଗ୍ରଗତି ହୋଇଛି'

by Our Correspondent
12 Jan, 2021- 11:44 PM
in Crime, Latest News, News
1 min read
0
ପରୀ ମୃତ୍ୟୁ ମାମଲା: ଏସଆଇଟି ତଦନ୍ତ ଅଗ୍ରଗତିରେ ହାଇକୋର୍ଟ ସନ୍ତୁଷ୍ଟ

କଟକ: ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଦ୍ୱାରା ତଦନ୍ତରେ ଭଲ ଅଗ୍ରଗତି ହୋଇଥିବା ହାଇକୋର୍ଟ ହୃଦବୋଧ କରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଏସ.ମୁରଲୀଧର ଏବଂ ବିଚାରପତି ଏସ.ପଣ୍ଡାଙ୍କ ବେଞ୍ଚ ଆଜି ମାମଲାର ଶୁଣାଣି କରିଥିଲେ ।

ଇତିମଧ୍ୟରେ ହାଇକୋର୍ଟରେ ଏସଆଇଟି ତଦନ୍ତର ତିନୋଟି ଷ୍ଟାଟସ୍ ରିପୋର୍ଟ ଦାଖଲ ହୋଇଛି । ଗତ ଡିସେମ୍ବର ୧୫ ତାରିଖରେ ପ୍ରଥମ ଷ୍ଟାଟସ୍ ରିପୋର୍ଟ ଦାଖଲ ହୋଇଥିଲା ବେଳେ, ଡିସେମ୍ବର ୨୩ ରେ ଦ୍ୱିତୀୟ ଷ୍ଟାଟସ୍ ରିପୋର୍ଟ ଏବଂ ଗତକାଲି ଜାନୁଆରୀ ୧୧ ତାରିଖରେ ତୃତୀୟ ଷ୍ଟାଟସ୍ ରିପୋର୍ଟ ଦାଖଲ ହୋଇଥିଲା । କ୍ରାଇମବ୍ରାଞ୍ଚ ଆଇଜିଙ୍କ ନେତୃତ୍ୱରେ ଏସଆଇଟି ତଦନ୍ତ ଭଲ ହୋଇଛି ବୋଲି ହାଇକୋର୍ଟ ମତ ଦେଇଛନ୍ତି ।

ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୫ ତାରିଖକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ, ପରୀ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ନେବାର ୨୦ ଦିନ ଭିତରେ ଏସଆଇଟିକୁ ସଫଳତା ମିଳିଥିଲା । ପରୀର ପଡୋଶୀ ଜଣେ କଲେଜ ଛାତ୍ରକୁ ହତ୍ୟାକାରୀ ଭାବେ ଚିହ୍ନଟ କରି ଡିସେମ୍ବର ୨୦ ତାରିଖରେ ଗିରଫ କରିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏବଂ ତାଙ୍କ ଟିମ୍ । ପରୀକୁ ତଣ୍ଟି ଚିପି ମାରିଲା ପରେ ଅଭିଯୁକ୍ତ ଶବ ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ତାଙ୍କ ୨୨ ବର୍ଷର କ୍ୟାରିୟର୍ ରେ ଏଭଳି ଜଘନ୍ୟ ମାମଲା ଦେଖି ନ ଥିଲେ ବୋଲି ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

ଅଭିଯୁକ୍ତର ଜନ୍ମ ସାର୍ଟିଫିକେଟ୍ ଯୋଗାଡ଼ କରିବାରେ ଏସଆଇଟି ବିଫଳ ହେବା ପରେ ଡାକ୍ତରୀ ପରୀକ୍ଷା ଆଧାରରେ ତାକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଅଭିଯୁକ୍ତ ପରିବାର ପକ୍ଷରୁ ଜନ୍ମଗତ ସାର୍ଟିଫିକେଟ୍ ଦାଖଲ କଲା ପରେ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ କୁ ମାମଲା ସ୍ଥାନାନ୍ତର କରିଥିଲେ । ତାକୁ ନୟାଗଡ଼ ଜେଲ୍ ରୁ ଅନୁଗୁଳସ୍ଥିତ ବାଳ ସୁଧାର ଗୃହକୁ ପଠାଯାଇଥିଲା ।

ତେବେ ଗିରଫ ପୂର୍ବରୁ ଏହି ଅଭିଯୁକ୍ତ ଏସଆଇଟିକୁ ଚକମା ଦେବାକୁ ଉଦ୍ୟମ କରିଥିଲା । ନିଜକୁ ନିଦେ୍ର୍ଦାଷ ବୋଲାଇବା ପାଇଁ ନାନା ଫନ୍ଦି ଫିକର ଖେଳିଥିଲା । ଏପରିକି ବୋଥ୍ରାଙ୍କ ବିରୋଧରେ ଟଙ୍କା ଯାଚିବା ଅଭିଯୋଗ ଆଣିଥିଲା । ଦୁର୍ଭାଗ୍ୟ ଯେ ସଂପୃକ୍ତ ଅଭିଯୁକ୍ତକୁ ବିଜେପି ନିଦେ୍ର୍ଦାଷ ଦର୍ଶାଇ ଓଲଟି ବୋଥ୍ରାଙ୍କ ବିରୋଧରେ ଅପପ୍ରଚାର କରିଥିଲା । ସମ୍ଭବତଃ ଏହି ସୁଯୋଗରେ ମାମଲାରୁ ଖସିବା ପାଇଁ ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇନି । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ମନା କରିବାରୁ କୋର୍ଟ ଅନୁମତି ଦେଇନାହାନ୍ତି ।

Previous Post

ଏଥର ମାଟ୍ରିକ ପରୀକ୍ଷା ଫିସ୍ ଛାଡ

Next Post

ଅଫେରା ରାଇଜରେ ଡି. ପ୍ରକାଶ ରାଓ

Next Post
ଅଫେରା ରାଇଜରେ ଡି. ପ୍ରକାଶ ରାଓ

ଅଫେରା ରାଇଜରେ ଡି. ପ୍ରକାଶ ରାଓ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA