Saturday, February 21, 2026 02:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ବୈଜୟନ୍ତ, ଜାଗୀଙ୍କ ଗିରଫ ରାସ୍ତା ସଫା

ସାରୁଅ ଜମି କେଳେଙ୍କାରୀ ମାମଲାରେ ହାଇକୋର୍ଟରୁ ମିଳିଲାନି ସୁରକ୍ଷା

by Our Correspondent
20 Nov, 2020- 03:31 PM
in Crime, Latest News, News
1 min read
0
ବୈଜୟନ୍ତ, ଜାଗୀଙ୍କ ଗିରଫ ରାସ୍ତା ସଫା

କଟକ: ସାରୁଅ ଜମି କେଳେଙ୍କାରୀ ମାମଲାରେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ ର ମାଲିକ ବୈଜୟନ୍ତ ପଣ୍ଡା ଓ ପତ୍ନୀ ଜାଗୀ ପଣ୍ଡାଙ୍କୁ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିଦେଇଛନ୍ତି । ଫଳରେ ମୁଖ୍ୟ ଅଭିଯୁକ୍ତ ପଣ୍ଡା ଦମ୍ପତ୍ତିଙ୍କ ଗିରଫ ରାସ୍ତା ସଫା ହୋଇଯାଇଛି । ତଦନ୍ତକାରୀ କ୍ରାଇବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ସେମାନଙ୍କୁ ଚାହିଁଲେ ସେମାନଙ୍କୁ ଗିରଫ କରିପାରିବେ । ସେଥିରେ ଆଉ ଅସୁବିଧା ନାହିଁ । ମାମଲାକୁ ରଦ୍ଦ କରିବା ଏବଂ ଅନ୍ତରୀଣ ସୁରକ୍ଷା ସମୟ ବଢ଼ାଇବାକୁ ଜାଗୀଙ୍କ ଆବେଦନକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି ।

ସାରୁଅରେ ୨୨ ଜଣ ଦଳିତଙ୍କ ଜମିକୁ ହଡ଼ପ କରିଥିବାର ସାଂଘାତିକ ଅଭିଯୋଗ ଲାଗିଛି ପଣ୍ଡା ଦମ୍ପତ୍ତିଙ୍କ ବିରୋଧରେ । ଓରଟେଲ୍ ର ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କୁ ମୋହରା କରି ସେମାନେ ଦଳିତଙ୍କ ଜମିକୁ ହାତେଇଛନ୍ତି । ୨୦୧୦ ରୁ ୨୦୧୩ ମସିହା ମଧ୍ୟରେ ରବୀନ୍ଦ୍ର ସେଠୀଙ୍କ ନାଁରେ ୨୦ ଲକ୍ଷ ଟଙ୍କାର ଦଳିତଙ୍କ ଜମି କିଣାଯାଇଥିଲା । ପରବର୍ତ୍ତୀ ସମୟ ଅର୍ଥାତ ୨୦୧୬ ରୁ ୨୦୧୯ ମଧ୍ୟରେ ଏହି ଜମି ପଣ୍ଡା ଦମ୍ପତ୍ତିଙ୍କର ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ କୁ ରବୀନ୍ଦ୍ର ସେଠୀ ୬୫ ଲକ୍ଷ ଟଙ୍କାରେ ବିକ୍ରୀ କରିଥିଲେ । ମାତ୍ର ବିକ୍ରେତା ରବୀନ୍ଦ୍ରଙ୍କ ଆକାଉଣ୍ଟ୍ ରେ କିଣାବିକାର କୌଣସି ପ୍ରମାଣ ନାହିଁ କି ଆକାଉଣ୍ଟ୍ କୁ ଟଙ୍କାଟିଏ ବି ଆସିନାହିଁ ।

ଓଏଲଆର ଆକ୍ଟ ରେ ଦଳିତଙ୍କ ଜମିକୁ କେବଳ ଦଳିତ କିଣିପାରିବେ ବୋଲି ନିୟମ ରହିଛି । ମାତ୍ର ସାରୁଅରେ ଦଳିତଙ୍କ ଜମିକୁ ନିଜ କମ୍ପାନୀ ନାଁରେ ବେଆଇନ ହାତେଇବାକୁ ବୈଜୟନ୍ତ ଓ ଜାଗୀ ଦଳିତ ଜାତିର ତାଙ୍କ କର୍ମଚାରୀ ରବୀନ୍ଦ୍ର ସେଠୀଙ୍କୁ ମୋହରା କରି ଏହି ଧ୍ରୃଷ୍ଟତା କରିଛନ୍ତି । ଅର୍ଥାତ ରବୀନ୍ଦ୍ରଙ୍କ ନାଁରେ ସାରୁଅ ଦଳିତ ଲୋକଙ୍କ ଜମି କିଣାଯାଇ ପରବର୍ତ୍ତୀ ସମୟରେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ସଂସ୍ଥା ହାତକୁ ଚାଲିଯାଇଛି । ଏହିସବୁ ବେଆଇନ କାରବାର ରବୀନ୍ଦ୍ରଙ୍କ ଅଜ୍ଞାତରେ କରାଯାଇଛି । ଚାକିରି ଚାଲିଯିବାର ଧମକ ଦିଆଯାଇ ତାଙ୍କଠାରୁ କେବଳ ଦସ୍ତଖତ ନିଆଯାଇଛି । ଖୋଦ୍ ରବୀନ୍ଦ୍ର ସେଠୀ ଏହା ସ୍ୱୀକାର କରି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି । ଆଜି ରବୀନ୍ଦ୍ରଙ୍କ ଓକିଲ ମଧ୍ୟ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।

ସାରୁଅ ଦଳିତଙ୍କ ଜମିକୁ ହାତେଇବାରେ ରବୀନ୍ଦ୍ର ସେଠୀ ମୋହରା ହୋଇଥିଲା ବେଳେ ବୈଜୟନ୍ତ ଓ ଜାଗୀଙ୍କ କମ୍ପାନୀ ପକ୍ଷରୁ ଏହି ସବୁ ବେଆଇନ କାରବାରରେ ମାମଲତିକାର ସାଜିଥିଲେ ସଂସ୍ଥାର ନିର୍ଦ୍ଦେଶକ ବିଭୁ ରଥ, ମନୋରଂଜନ ଷଡ଼ଙ୍ଗୀ, ନିହାର ଭୂୟାଁ । ଶିବ ଶ୍ରୀଚନ୍ଦନଙ୍କ ଭଳି କମ୍ପାନୀର ଏଜେଣ୍ଟମାନଙ୍କ ଜରିଆରେ ଦଳିତଙ୍କ ଜମି ହାତେଇବାର ଷଡ଼ଯନ୍ତ୍ର କାର୍ଯ୍ୟକାରୀ କରାଯାଇଥିଲା ।

ଇତିମଧ୍ୟରେ ମନୋରଂଜନ ଷଡ଼ଙ୍ଗୀ ଗିରଫ ହୋଇ ଜାମିନ୍ ପାଇଥିଲା ବେଳେ ବିଭୁ ରଥଙ୍କୁ କ୍ରାଇବ୍ରାଞ୍ଚ ଇଓଡବ୍ଲୁ ଦୁଇ ଦୁଇ ଥର ଜେରା କଲାଣି । ନିହାର ଭୂୟାଁଙ୍କୁ ସମନ୍ ହୋଇଥିଲେ ମଧ୍ୟ ସେ ସମୟ ମାଗି ଗିରଫ ଭୟରେ ହାଇକୋର୍ଟଙ୍କୁ ଆଗୁଆ ଜାମିନ୍ ଆବେଦନ କରିଛନ୍ତି । ଆସନ୍ତା ସୋମବାର ଦିନ ତାଙ୍କର ଶୁଣାଣି ହେବ । ଗିରଫ ହୋଇ ଜେଲ୍ ରେ ଥିବା ଶିବ ଶ୍ରୀଚନ୍ଦନଙ୍କର ଜାମିନ୍ ଆବେଦନ ମଧ୍ୟ ଶୁଣାଣି ହେବ ।

ରୋଚକ କଥା ହେଉଛି, ସଂସ୍ଥାର ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀଙ୍କୁ ଅନ୍ଧାରରେ ରଖି ଚତୁର ପଣ୍ଡା ଦମ୍ପତ୍ତି ଗତ ୫ ତାରିଖରେ ହାଇକୋର୍ଟରୁ ୧୨ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ଆଣିବାରେ ସମର୍ଥ ହୋଇଥିଲେ । ବୈଜୟନ୍ତ ଓ ଜାଗୀଙ୍କଠାରୁ ସୁରକ୍ଷା ନ ମିଳିବାରୁ ଇତିମଧ୍ୟରେ ମନୋରଂଜନ ଷଡ଼ଙ୍ଗୀ ପଣ୍ଡା କମ୍ପାନୀରୁ ଇସ୍ତଫା ଦେଇସାରିଲେଣି । ଶିବ ଶ୍ରୀଚନ୍ଦନଙ୍କର ମଧ୍ୟ ସମାନ ଅବସ୍ଥା । ସେ ବି ପଣ୍ଡା ସଂସ୍ଥା ଛାଡ଼ିଦେଲେଣି ।

Previous Post

ବୟସ୍କ,ଗର୍ଭବତୀଙ୍କୁ ଆଗ ମିଳିବ ଟୀକା

Next Post

ଚାପ ଅସମ୍ଭାଳ, ବିଦା ହେଲେ ପୁରୀ ଏସପି

Next Post
ଚାପ ଅସମ୍ଭାଳ, ବିଦା ହେଲେ ପୁରୀ ଏସପି

ଚାପ ଅସମ୍ଭାଳ, ବିଦା ହେଲେ ପୁରୀ ଏସପି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA