Friday, January 16, 2026 04:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଡବଲ ଇଞ୍ଜିନିର ଚମତ୍କାରିତା: ହଇଜା, ଗ୍ୟାଙ୍ଗ ରେପ୍, ମର୍ଡର!!

by Our Correspondent
18 Jun, 2025- 09:50 PM
in Latest News, News
1 min read
0
ଡବଲ ଇଞ୍ଜିନିର ଚମତ୍କାରିତା: ହଇଜା, ଗ୍ୟାଙ୍ଗ ରେପ୍, ମର୍ଡର!!

ଭୁୁବନେଶ୍ୱର: ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ପାଳନ ପାଇଁ ସାରା ରାଜ୍ୟ ଉତ୍ସବମୁଖର ଥିବା ବେଳେ କିଛି ବିକଳ ଏବଂ ଜଘନ୍ୟ ଚିତ୍ର ସାମନାକୁ ଆସିଛି । ଜିଲ୍ଲାରୁ ଜିଲ୍ଲା ହଇଜା ମାଡ଼ି ଚାଲିଛି । ଲୋକେ ଝାଡ଼ାବାନ୍ତିରେ କଲବଲ ହେଉଛନ୍ତି । ଅନ୍ୟପକ୍ଷରେ ଠାକୁ ଠା ଗ୍ୟାଙ୍ଗରେପ୍, ମର୍ଡର । ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗ୍ୟାଙ୍ଗରେପ୍ ଏବଂ ପରଦିନ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଗ୍ୟାଙ୍ଗରେପ୍ ଏବଂ ମର୍ଡର ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।

୧୦ ଦିନ ତଳେ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ରୁ ଆରମ୍ଭ ହୋଇଥିବା ହଇଜା ବା ଝାଡ଼ାବାନ୍ତି ଇତିମଧ୍ୟରେ ଆଉ ୭ଟି ଜିଲ୍ଲାକୁ ମାଡ଼ି ଯାଇଛି । ଯାଜପୁର, କେନ୍ଦୁଝର, ଭଦ୍ରକ, କଟକ, ପୁରୀ, ଖୋର୍ଦ୍ଧା, ଢ଼େଙ୍କାନାଳ ଓ କେନ୍ଦ୍ରାପଡ଼ା ସମେତ ୮ଟି ଜିଲ୍ଲାର ଦୁଇ ହଜାରରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏ ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ ବେସରକାରୀ ଭାବେ ଏହି ସଂଖ୍ୟା ୨୦ ରୁ ଅଧିକ ବୋଲି କୁହାଯାଉଛି ।

ରାଜ୍ୟରେ ହଇଜା ଯେ ପୂର୍ବରୁ ଦେଖାଯାଇନି ତାହା ନୁହେଁ । ଏହାର ମୂଳ ଉତ୍ସ ହେଉଛି ଅଶୁଦ୍ଧ ପାନୀୟ ଜଳ । ମାତ୍ର ମୋହନ ସରକାର ଏହି ଦିଗ ପ୍ରତି ଆଦୌ ଧ୍ୟାନ ଦେଇନାହାନ୍ତି । ହର୍ ଘର୍ ଜଲ୍ ଯୋଜନାରେ ହେଉ କି ଆଉ କେଉଁ ଯୋଜନା ହେଉ, ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବା ଯେ କୌଣସି ସରକାରର ପ୍ରାଥମିକତା । ପୂର୍ବରୁ ନବୀନ ସରକାର ଏସା କରୁଥିଲେ, ତେସା କରୁଥିଲେ କହି ମୋହନ ସରକାର ଖସିଯାଇପାରିବେ ନାହିଁ । ଅସଜଡ଼ା ବ୍ୟବସ୍ଥାକୁ ସଜାଡ଼ିବାର ଅଭିପ୍ରାୟ ଦେଖାଇବା ପାଇଁ ବର୍ଷେ ଯଥେଷ୍ଟ । ଖାଲି ପୂର୍ବ ସରକାରର ଯୋଜନା ନାଁ ଏବଂ ରଙ୍ଗ ବଦଳେଇ ଦେଲେ ନୂଆ ସରକାରର ଦକ୍ଷତା ପ୍ରତିପାଦିତ ହୁଏନି । ଖାଲି ପରିସଂଖ୍ୟାନ ଥୋଇ ପ୍ରଚାରରେ ମାତିଲେ ଲୋକେ ପିଇବା ପାଣି ମୁନ୍ଦେ ପାଇଯିବେନି ।

ଦୁର୍ଭାଗ୍ୟ ଯେ ମୋହନ ସରକାରର ବର୍ଷ ପୂର୍ତ୍ତି ପାଳନ ପାଇଁ ବିଭିନ୍ନ ବିଭାଗ ଦୁଇ ମାସ ଆଗରୁ ଯୋଗାଡ଼ ଯନ୍ତ୍ରରେ ମାତିଥିଲେ । ଅଥଚ ବର୍ଷା ଦିନ ଆଗମନ ପରିପ୍ରେକ୍ଷୀରେ ସମ୍ଭାବ୍ୟ ପରିସ୍ଥିତି ସମ୍ପର୍କରେ ଗୋଟେ ବି ସମୀକ୍ଷା ବୈଠକ କରାଗଲା ନାହିଁ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାଏକ ତାଙ୍କ ଅଞ୍ଚଳରେ ବର୍ଷ ପୂର୍ତ୍ତି ପାଳନକୁ ସଫଳ କରିବା କାମରେ ବ୍ୟସ୍ତ ରହିଲେ । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଲା ନାହିଁ । ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସେଇ ବର୍ଷ ପୂର୍ତ୍ତି ପାଳନ କାର୍ଯ୍ୟରେ ବ୍ୟସ୍ତ ରହିଲେ ।

ଦୁଃଖ ଓ ଲଜ୍ଜାର କଥା ହେଉଛି, ଯାଜପୁରରୁ ଅନ୍ୟ ୭ଟି ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପିବାର ୬ ଦିନ ପରେ ଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ ମହାଶୟଙ୍କର ନିଜ ଦାୟିତ୍ୱ କଥା ମନେ ପଡ଼ିଲା । ତାହାପୁଣି ଦିଲ୍ଲୀରୁ କେନ୍ଦ୍ରୀୟ ଟିମ୍ ସାଥୀରେ ହାଜିରା ପକାଇବାକୁ ଝାଡ଼ାବାନ୍ତି ଆକ୍ରାନ୍ତ ଜିଲ୍ଲା ଯାଜପୁର ଗଲେ । ସେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ମଧ୍ୟ ତାଙ୍କୁ ସେହି ଅଞ୍ଚଳ ଯାଇ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବାକୁ କିଛି ନିଦେ୍ର୍ଦଶ ନ ଥିଲା । ଯେଉଁଥିପାଇଁ ବର୍ଷ ପୂର୍ତ୍ତି ପାଳନକୁ ଛାଡ଼ି ଯାଜପୁର ଯିବାକୁ ଉଚିତ ମନେ କଲେନି ମହାଲିଙ୍ଗ ମହାଶୟ । ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ମନ୍ତ୍ରୀ ଶ୍ରୀ ନାଏକଙ୍କର ମଧ୍ୟ ବର୍ଷ ପୂର୍ତ୍ତି ପାଳନ ଉପରେ ଧ୍ୟାନମଗ୍ନ ଥିବାରୁ ଲୋକଙ୍କର ଝାଡ଼ାବାନ୍ତି କଥା ବୁଝିବାକୁ ସମୟ ହୋଇନି ।

ଉଲ୍ଲେଖଯୋଗ୍ୟ, ଯାଜପୁରରେ ଝାଡ଼ାବାନ୍ତି ଆରମ୍ଭ ବେଳକୁ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ପାଳନ ଉତ୍ସବ ଭୁବନେଶ୍ୱରରେ ଆରମ୍ଭ ହୋଇସାରିଥିଲା । ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସବୁ ବିଧାୟକ, ସାଂସଦ, ବିଶିଷ୍ଟ ଶିଳ୍ପପତି, ବିଶିଷ୍ଟ ବୁଦ୍ଧିଜୀବୀ, ବିଶିଷ୍ଟ ସାମ୍ବାଦିକମାନଙ୍କୁ ଡାକି ନିଜ ସରକାରର ସଫଳତା ବଖାଣି ଭୋଜି ଭାତ ଖୁଆଇବାରେ ବ୍ୟସ୍ତ ଥିଲେ । ଖବର କାଗଜ, ଟିଭି ବାଲାଙ୍କୁ ସାକ୍ଷାତକାର ଦେବାରେ ବ୍ୟସ୍ତ ରହିଥିଲେ ।

ପରେ ପରେ ରାଜଧାନୀରେ ବିକାଶ ମେଳା, ବିକାଶ ବାହନ ଯାତ୍ରାଠାରୁ ଆରମ୍ଭ କରି କଟକରେ ନାରୀଶକ୍ତି ସମାବେଶ, ବଲାଙ୍ଗୀରରେ କୃଷକ ଶକ୍ତି ସମାବେଶରେ ଯୋଗଦେଇଥିଲେ । ମୁଣ୍ଡ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦ ତାରିଖ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ତଦାରଖ ଦାୟିତ୍ୱ ।

ଆଉ ଏତିକିବେଳେ ଦୁଇ ଦୁଇଟି ଜଘନ୍ୟ କାଣ୍ଡ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

୧୬ ତାରିଖ ସଂଧ୍ୟାରେ ଗୋପାଳପୁର ବେଳାଭୂମିରେ ନିଜର ପୁରୁଷ ବନ୍ଧୁଙ୍କ ସହ ବୁଲୁଥିବା ଜଣେ କଲେଜ ଛାତ୍ରୀଙ୍କୁ ୧୦ ଜଣ ଦୁର୍ବୃତ୍ତ ଉଠାଇ ନେଇ ଗ୍ୟାଙ୍ଗରେପ୍ କରିଥିଲେ । ପରଦିନ ଅର୍ଥାତ ଗତକାଲି, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ପଣ୍ଡାପଡ଼ା ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ କିଛି ଦୁର୍ବୃତ୍ତ ଗ୍ୟାଙ୍ଗରେପ୍ ପରେ ମର୍ଡର କରିଥିଲେ । ଆତ୍ମହତ୍ୟା ରୂପ ଦେବା ପାଇଁ ଶବ ବେକରେ ଦଉଡ଼ି ବାନ୍ଧି ଏକ ସଜନା ଗଛରେ ଟାଙ୍ଗି ଦେଇଥିଲେ । ନାବାଳିକା ଜଣଙ୍କ ଗତକାଲି ସଂଧ୍ୟାରେ ଶୌଚ ହେବା ପାଇଁ ତାଙ୍କ ଘର ପାଖ ପୋଖରୀକୁ ଯାଇଥିଲେ । ଘରର ୩୦୦ ମିଟର ଦୂରରେ ଥିବା ସେହି ଜାଗାରେ ଦୁର୍ବୃତ୍ତମାନେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ ।

ଖୁସିର କଥା, ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗ୍ୟାଙ୍ଗରେପ୍ ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ଗତକାଲି ୪ ନାବାଳକଙ୍କ ସମେତ ୧୦ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଅବଶ୍ୟ କେନ୍ଦୁଝର ଘଟଣାକୁ ସରକାର ସେଭଳି ଗୁରୁତ୍ୱ ଦେଲା ଭଳି ଖବର ନଜରକୁ ଆସିନାହିଁ ।

ବୁଦ୍ଧିଜୀବୀଙ୍କ ମତରେ, ରାଜ୍ୟରେ ଏଭଳି ଜଘନ୍ୟ କାଣ୍ଡ ବୃଦ୍ଧି ପାଇବା ପଛର ମୁଖ୍ୟ କାରଣ ହେଉଛି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି । ରାଜ୍ୟରେ ଯେ ଏକ ସରକାର ଅଛି ଏବଂ ଶାସନ ବ୍ୟବସ୍ଥା ରହିଛି ତାହା ଲୋକଙ୍କର ଅନୁଭବ ହେଉନାହିଁ । ଯାହା ଅପରାଧୀମାନଙ୍କୁ ବେଶ୍ ସୁହାଇଛି । ବେକାରୀ ଯୁବକଙ୍କ ମଧ୍ୟରେ ଅପରାଧ ପ୍ରବୃତ୍ତି ସୃଷ୍ଟି କରିଛି । ପୁଲିସ ପ୍ରତି ଡର ନ ଥିବାରୁ ସେମାନେ ନିର୍ଭୟରେ ଅପରାଧ ଘଟାଇ ଚାଲିଛନ୍ତି । ପୁଲିସ ଏବଂ ଆଇନ ବ୍ୟବସ୍ଥା ପ୍ରତି ସାମାନ୍ୟ ଭୟ ଥିଲେ ୪ ଜଣ ନାବାଳକ ଥିବା ୧୦ ଜଣିଆ ଅପରାଧୀ ଗ୍ୟାଙ୍ଗ୍ ଗୋପାଳପୁର ବେଳାଭୂମିରେ ଏଭଳି ଜଘନ୍ୟ କାଣ୍ଡ କରି ନ ଥାନ୍ତେ । କେନ୍ଦୁଝର ହରିଚନ୍ଦନପୁର ଅଞ୍ଚଳରେ ନାବାଳିକାର ଘର ପଛପଟେ ତାକୁ ଗ୍ୟାଙ୍ଗରେପ୍ ଏବଂ ମର୍ଡର କରି ସଜନା ଗଛରେ ଟାଙ୍ଗି ଦେଇ ନ ଥାନ୍ତେ ।

ଗୋପାଳପୁର ଘଟଣାରେ ମହିଳା ଓ ଶିଶୁ କଲ୍ୟାଣ ତଥା ପର୍ଯ୍ୟଟନ ବିଭାଗର ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ମନ୍ତବ୍ୟ ସମସ୍ତଙ୍କୁ ଆମୋଦିତ କରିଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିବା ଗଣମାଧ୍ୟମକୁ ବାଇଟ୍ ଦେଇ ସରକାରଙ୍କ ମୁଣ୍ଡରୁ ଦୋଷ ଝାଡ଼ିବାକୁ ଉଦ୍ୟମ କରିଛନ୍ତି । ତେବେ ଉପମୁଖ୍ୟମନ୍ତ୍ରୀଙ୍କର ଏହି ବାଇଟ୍ ତାଙ୍କୁ ଲୋକହସା କରିଛି ।

ଗୋପାଳପୁର ଗ୍ୟାଙ୍ଗରେପ୍ ଘଟଣାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା ନିନ୍ଦା କରିଥିଲା ବେଳେ ଆଜି କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଆନ୍ଦୋଳନ କରାଯାଇଥିଲା । ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ମୋହନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ବେଳେ ସରକାରର ବର୍ଷ ପୂର୍ତ୍ତି ପାଳନ ଉତ୍ସବକୁ ପ୍ରଧାନମନ୍ତ୍ରୀ ଆସିବା ଲଜ୍ଜାଜନକ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଗୋପାଳପୁର ବିଧାୟକ ତଥା ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ଅପରାଧସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ଗୋପାଳପୁର ବେଳାଭୂମିକୁ ଅପରାଧମୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Previous Post

ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

Next Post

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ

Next Post
ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA