କଟକ: ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ଛାତ୍ରଛାତ୍ରୀଙ୍କ ମୋଟ ପାସ୍ ହାର ରହିଛି ୯୦.୫୫% । ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ରେଜଲ୍ଟ କରିଛନ୍ତି ।
ମୋଟ ୫ ଲକ୍ଷ ୨୬ ହଜାର ୮୧୮ ପିଲା ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ୫ ଲକ୍ଷ୧୭ ହଜାର ୮୪୭ ପିଲା ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୨ ଲକ୍ଷ ୫୬ ହଜାର ୮୭୭ ଛାତ୍ର ଏବଂ ୨ ଲକ୍ଷ ୬୦ ହଜାର ୯୭୦ ଛାତ୍ରୀ । ଛାତ୍ରଙ୍କ ପାସ୍ ହାର ୮୮.୭୭% ଥିଲା ବେଳେ ଛାତ୍ରୀଙ୍କ ପାସ୍ ହାର ହେଉଛି ୯୨.୩୭% । ମୋଟ ୮,୬୯୯ ପିଲା ଫେଲ୍ ହୋଇଛନ୍ତି ।
A1 ରେ ପାସ୍ କରିଛନ୍ତି ୮୧୧୯ । A2 ରେ ୫୪, ୮୮୯ । B1 ରେ ୧,୨୦,୨୦୩, B2ରେ ୧,୪୨,୨୬୬, C- ୧,୧୬,୧୧, D- ୫୯, ୨୪୫, E- ୧୪, ୬୪୭, F-୭୭୯୦,
୧୧୭୦ ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଥିବା ବେଳେ ମାଲକାନଗିରିର ୨ ଟି ଏବଂ ଅନୁଗୁଳର ଗୋଟିଏ ସ୍କୁଲରେ କୌଣସି ପିଲା ପାସ୍ କରିନାହାନ୍ତି । ମାଲକାନଗିରିର ଦୁଇଟି ଯାକ ସ୍କୁଲରେ ୨ ଜଣ ଏବଂ ଅନୁଗୁଳର ଗୋଟିଏ ସ୍କୁଲରେ ୨ ଜଣ ପିଲା ପଢ଼ୁଥିଲେ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି ।
ମାଟ୍ରିକ୍ ରେଜଲ୍ଟରେ ଅସନ୍ତୁଷ୍ଟ ପିଲାମାନଙ୍କ ପାଇଁ ରି-ଚେକିଂ ଆବେଦନର ସୁଯୋଗ ଦିଆଯାଇଛି । ଜୁଲାଇ ୧୧ ରୁ ୨୫ ପର୍ଯ୍ୟନ୍ତ ସେମାନେ ଅନଲାଇନ୍ ରେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।