ଭୁୁବନେଶ୍ୱର: ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଭବିଷ୍ୟବାଣୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଖବର ସରବରାହ ସଂସ୍ଥା ଏଏନଆଇକୁ ସ୍ୱତନ୍ତ୍ର ସାକ୍ଷାତକାରରେ ମୋଦୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଓଡ଼ିଶାର ଭାଗ୍ୟ ବଦଳିବ, ସେଠାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି । ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାଏରୀ ତାରିଖ । ଜୁନ୍ ୧୦ ରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ।
ଶ୍ରୀ ମୋଦୀ କହିଛନ୍ତି, ୨୫ ବର୍ଷରେ ଓଡ଼ିଶାରେ କୌଣସି ପ୍ରଗତି ହୋଇନି । ସବୁଠୁ ଚିନ୍ତାର ବିଷୟ ହେଲା ଓଡ଼ିଶାର ପୂରା ବ୍ୟବସ୍ଥାକୁ ବନ୍ଧକ ରଖାଯାଇଛି । ଓଡ଼ିଶା ସେହି ବନ୍ଧନରୁ ମୁକ୍ତ ହେଲେ ରାଜ୍ୟ ହସିବ । ଓଡ଼ିଶାର ଅସ୍ମିତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର, କିନ୍ତୁ ଲୋକେ ଗରିବ । ଏଥିପାଇଁ ରାଜ୍ୟ ସରକାର ଦାୟୀ । ଲୋକଙ୍କୁ ଅଧିକାର ମିଳିବା ଉଚିତ୍ ବୋଲି ସେ କହିଛନ୍ତି ।