Wednesday, March 4, 2026 01:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୨୦ ବର୍ଷର ଇତିହାସରେ ଭିଜିଲାନ୍‌ସ ବିଭାଗର ସର୍ବାଧିକ ସଫଳତା

ରାଜ୍ୟ ଭିଜିଲାନ୍‌ସ ଏକାଡେମୀକୁ ISO 9001:2015 ସାର୍ଟିଫିକେଟ

by Our Correspondent
02 Jan, 2026- 10:55 PM
in Latest News, News
1 min read
0
୨୦ ବର୍ଷର ଇତିହାସରେ ଭିଜିଲାନ୍‌ସ ବିଭାଗର ସର୍ବାଧିକ ସଫଳତା

ଭୁବନେଶ୍ୱର: ଗତ ୨୦ ବର୍ଷର ଇତିହାସକୁ ପଛରେ ପକାଇ ଓଡ଼ିଶା ଭିଜିଲାନ୍ସ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି। ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁ ରାଜ୍ୟରେ ଭିଜିଲାନ୍‌ସ ବିଭାଗ ସକ୍ରିୟ ଭାବରେ କାର୍ଯ୍ୟକରି ଦୁର୍ନୀତିଖୋର୍ ମାନଙ୍କୁ ଧରିବାରେ ସଫଳ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଭିଜିଲାନ୍‌ସ ବିଭାଗର ଏକ ସମୀକ୍ଷା ବୈଠକରୁ ଏହା ସ୍ପଷ୍ଟ ହୋଇଛି।

ବୈଠକର ଆଲୋଚନାରୁ ଜଣାପଡିଛି, ୨୦୨୫ ଏପ୍ରିଲ ପହିଲାରୁ ଡିସେମ୍ୱର ୩୧ ମଧ୍ୟରେ ରାଜ୍ୟ ସରକାର ଭିଜିଲାନ୍‌ସକୁ ୧୨୫ ଟି କେସ୍‌ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ଏକ ରେକର୍ଡ । ପୂର୍ବରୁ ଏହି ୯ ମାସର ସମୟ ଅବଧି ମଧ୍ୟରେ ରାଜ୍ୟ ସରକାର କେବେ ବି ଏତେ ସଂଖ୍ୟକ କେସ୍‌ ତଦନ୍ତ କରିବା ପାଇଁ ଦେଇ ନାହାନ୍ତି ।

ଏଥିସହିତ ୨୦୨୫ ମସିହାରେ ସମୁଦାୟ ୪୮୮ଟି କେସ୍‌ର ଫୈସଲା ହୋଇଛି । ସର୍ବାଧିକ ୧୭୩ଟି ଆୟବହିର୍ଭୁତ ସମ୍ପତ୍ତି ଜନିତ କେସ୍‌ର ଫୈସଲା ହୋଇଛି। ଏହା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ।

ସୂଚନାଯୋଗ୍ୟ ଯେ, ଦୁର୍ନୀତି ବିରୋଧରେ ଆକ୍ସନ ମୋଡ୍‌ରେ ସରକାର କାର୍ଯ୍ୟ କରୁଥିବାରୁ ଓଡିଶା ସାରା ଭାରତରେ ପ୍ରଶଂସିତ ହେଉଛି ଏବଂ ମୁଖ୍ୟମନ୍ତ୍ରୀଙ୍କର ଶୂନ୍ୟ ସହନଶୀଳତା ନୀତିକୁ ପାଥେୟ କରି ରାଜ୍ୟ ଭିଜିଲାନସ ଏକାଡେମୀ ଏହାର ପ୍ରଶିକ୍ଷଣ ପ୍ରକ୍ରିୟାରେ ବ୍ୟାପକ ଉନ୍ନତି ଆଣିଛି । ଭିତ୍ତିଭୂମିର ଉନ୍ନତି ଓ ଗୁଣାତ୍ମକ ପ୍ରଶିକ୍ଷଣ ପାଇଁ ରାଜ୍ୟ ଭିଜିଲାନ୍‌ସ ଏକାଡେମୀକୁ ISO 9001:2015 ସାର୍ଟିଫିକେଟ୍ ମିଳିଛି । ଏହି ସାର୍ଟିଫିକେଟ ଏକାଡେମୀକୁ ଆସନ୍ତା ତିନି ବର୍ଷ ପାଇଁ ମିଳିଛି । ଏହି ସାର୍ଟିଫିକେଟ ପାଇଁ ମୁଖ୍ୟମନ୍ତ୍ରୀ ଭିଜିଲାନ୍‌ସ ଏକାଡେମୀ ଓ ରାଜ୍ୟ ଭିଜିଲାନ୍‌ସ ବିଭାଗର ଉଚ୍ଚ ପ୍ରଶଂସା କରିଥିଲେ ।

୨୦୨୫ ବର୍ଷରେ ସମୁଦାୟ ୪୮୭ଟି ସ୍ଥାନରେ ଭିଜିଲାନସ ଚଢାଉ କରି ଆୟବହିର୍ଭୁତ ସମ୍ପତ୍ତି, ଲାଞ୍ଚ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାରୀ କର୍ମଚାରୀଙ୍କର ୧୧୯୯ଟି ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ ଆକାଉଣ୍ଟ ଗୁଡିକୁ ବନ୍ଦ କରିଦିଆଯାଇଛି। ୧୫୩ଟି ବିଲଡିଙ୍ଗ, ୧୮.୩ କିଲୋଗ୍ରାମର ସୁନା, ୪୧୭ଟି ପ୍ଲଟ, ୧୨ଟି ଫାର୍ମ ହାଉସ ଜବତ କରାଯାଇଛି। ଏଥିସହିତ ୩୬.୬୯ କୋଟି ଟଙ୍କା ଜମାରାଶି ଏବଂ ୮.୮ କୋଟି ଗଚ୍ଛିତ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି।

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଓଡିଶାକୁ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ କରିବା ପାଇଁ ସମୟ ଆସିଯାଇଛି ଏବଂ ଏକ ଏପରି ଉଦାହରଣ ସୃଷ୍ଟି କରିବା ଯାହାଫଳରେ ସରକାରୀ କର୍ମଚାରୀ ମାନେ ଦୁର୍ନୀତିର ରାସ୍ତାରୁ ନିବୃତ୍ତ ରହିବେ । ଭିଜିଲାନ୍‌ସ ବିଭାଗ ତାର ଅଭିଯାନ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବୈଠକରେ ଭିଜିଲାନସ ବିଭାଗର ବିଭିନ୍ନ ଆବଶ୍ୟକତା ଯେପରି ଦକ୍ଷତା ବୃଦ୍ଧି, ନିଯୁକ୍ତି ଏବଂ ପଦବୀ ପୂରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଏ ବିଷୟରେ ତର୍ଜମା କରାଯାଇ ଖୁବ୍‌ ଶୀଘ୍ର ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଭିଜିଲାନସ ବିଭାଗ ନିର୍ଦ୍ଦେଶକ ଯଶୱନ୍ତ କୁମାର ଜେଠୱା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଭିଜିଲାନସ ଅସୀତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ଦାୟିତ୍ୱ ନେଲେ ଦେଓରଞ୍ଜନ ସିଂହ

Next Post

ଅରାଜକତା: ମହିଳା ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣ

Next Post
ଅରାଜକତା: ମହିଳା ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣ

ଅରାଜକତା: ମହିଳା ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA