Tuesday, March 24, 2026 01:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏଆଇସି-ସୋଆ ଫାଉଣ୍ଡେସନ୍ ଉଦ୍ଘାଟିତ

by Our Correspondent
19 Mar, 2026- 11:51 PM
in Latest News, News
1 min read
0
ଏଆଇସି-ସୋଆ ଫାଉଣ୍ଡେସନ୍ ଉଦ୍ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ ଆରମ୍ଭ କରିବା ନିମନ୍ତେ ଉତ୍ସାହିତ କରିବାକୁ ଗୁରୁବାର ଅଟଳ ଇନୋଭେସନ୍ ସେଂଟର-ସୋଆ ଫାଉଣ୍ଡେସନ୍ ଉଦ୍ଘାଟିତ ହୋଇଯାଇଛି ।

ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ତଥା ଏମ୍ଏସଏମ୍ଇ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି କେନ୍ଦ୍ରକୁ ଉଦ୍ଘାଟିତ କରିଥିଲେ । ନିତି ଆୟୋଗ ପରିଚାଳିତ ଅଟଳ ଇନୋଭେସନ ମିସନ୍ ସହାୟତାରେ ଏହି କେନ୍ଦ୍ରକୁ ସ୍ଥାପନ କରାଯାଇଛି ।
ଏହି କେନ୍ଦ୍ର ସ୍ଥାପନ କରିଥିବାରୁ ସୋଆକୁ ଶୁଭେଚ୍ଛା ଜଣାଇ ଶ୍ରୀ ମଲ୍ଲିକ କହିଥିଲେ ଯେ ଓଡ଼ିଶା ସରକାରଙ୍କ ଷ୍ଟାର୍ଟ ଅପ୍ ନୀତି ଛାତ୍ରଛାତ୍ରୀଙ୍କୁ ଷ୍ଟାର୍ଟ ଅପ୍ ନିମନ୍ତେ ଉତ୍ସାହିତ କରିବା ନିମନ୍ତେ ଉଦ୍ଦିଷ୍ଟ । ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ବୃଦ୍ଧି କରିବା ବର୍ତମାନ ଅପରିହାର୍ଯ୍ୟ ହୋଇ ପଡ଼ିଥିବା ବେଳେ ଅର୍ଥନୀତିର ଅଭିବୃଦ୍ଧି ନିମନ୍ତେ ଷ୍ଟାର୍ଟ ଅପ୍ ଗୁଡ଼ିକର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ଏଆଇସି-ସୋଆ ଫାଉଣ୍ଡେସନ୍ ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳ ବିଚାରକୁ ସ୍ଥାୟୀ ବ୍ୟବସାୟିକ ଉଦ୍ୟମରେ ପରିଣତ କରିବା ନିମନ୍ତେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅଟଳ ଇନୋଭେସନ୍ ମିସନ୍ର ମିସନ ନିଦେ୍ର୍ଦଶକ ଡକ୍ଟର ଦୀପକ ବାଗଲା କହିଥିଲେ ଯେ ଆଗାମୀ ଦିନରେ ପ୍ରତି ୧୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ ଜଣ ନିଜସ୍ୱ ଉଦ୍ୟମରେ ଷ୍ଟାର୍ଟ ଅପ୍ ଆରମ୍ଭ କରିବେ ।

ବର୍ତମାନର ଛାତ୍ରଛାତ୍ରୀ ମାନଙ୍କୁ ଏକ ବିଶେଷ ସୁଯୋଗ ଲାଭ ନିମନ୍ତେ ପ୍ରସ୍ତୁତ ପିଢ଼ି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ଏକ ନୂତନ ଭାରତକୁ ଗଢ଼ି ତୋଳିବା ନିମନ୍ତେ ସେମାନେ ନିଜ କାନ୍ଧରେ ଦାୟିତ୍ୱ ନେବା ଆବଶ୍ୟକ ।

ଡକ୍ଟର ବାଗଲା କହିଥିଲେ ଯେ ଜାନୁ୍ରଆରୀ ୨୦୧୬ରେ ଭାରତରେ ମାତ୍ର ୪୦୦ ଷ୍ଟାର୍ଟ ଅପ୍ ଥିବା ବେଳେ ବର୍ତମାନ ଏହି ସଂଖ୍ୟ ୨୦୦,୦୦୦ ଅତିକ୍ରମ କରିସାରିଛି । ଆଜି ଭାରତ ବିଶ୍ୱରେ ନୂତନ ଷ୍ଟାର୍ଟ ଅପ୍ କ୍ଷେତ୍ରରେ ୧ ନମ୍ବରରେ ଥିବା ବେଳେ ଷ୍ଟାର୍ଟ ଅପ୍ କ୍ଷେତ୍ରରେ ୨ୟ ଓ ୟ୍ରୁନିକର୍ଣ୍ଣ କ୍ଷେତ୍ରରେ ୩ୟ ସ୍ଥାନରେ ରହିଛି ବୋଲି ସେ କହିଥିଲେ ।

ଅଟଳ ଇନୋଭେସନ୍ ମିସନକୁ ପୃଥିବୀର ସର୍ବବୃହତ ଗ୍ରାସରୁଟ ଇନୋଭେସନ୍ ମିସନ୍ ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ ସୋଆ ବିଶ୍ୱବିଦ୍ୟାଳୟ ସହିତ ସହଭାଗୀ ହୋଇ ଏହି କେନ୍ଦ୍ର ସ୍ଥାପନ କରିବା ଏକ ସୁଖଦ ଅନୁଭୂତି ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, ଷ୍ଟାର୍ଟଅପ୍ ଓଡ଼ିଶାର ସିଇଓ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ,ଓ ସୋଆ ସେଂଟର ଫର କ୍ୱାଂଟମ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜିର ନିଦେ୍ର୍ଦଶକ ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଉପକୁଳପତି ପ୍ରଫେସର ନୀତା ମହାନ୍ତି, କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଏଆଇସି-ସୋଆ ଫାଉଣ୍ଡେସନ୍ର ନିଦେ୍ର୍ଦଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ପ୍ରଫେସର ଅନୁପ କୁମାର ସାମନ୍ତରାୟ ଏବଂ ସେଂଟର ଫର୍ କ୍ଲାଇମେଂଟ ସ୍ମାର୍ଟ ଏଗି୍ରକଲ୍ଚର (ସିସିଏସ୍ଏ)ର ଡିଷ୍ଟିଙ୍ଗୁଇସଡ୍ ପ୍ରଫେସର ୟୁ.ସି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଆଇଟିଇଆରର ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଏଆଇସି-ସୋଆ ଫାଉଣ୍ଡେସନ୍ର ସିଇଓ ଶ୍ରୀମତି ଲୋପା ମିଶ୍ର ଜାନା ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ଅନୁସୂଚିତ ଜାତି ଆୟୋଗଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

Next Post

ରାଷ୍ଟ୍ରୀୟ ନବବର୍ଷ କ’ଣ?

Next Post
ରାଷ୍ଟ୍ରୀୟ ନବବର୍ଷ କ’ଣ?

ରାଷ୍ଟ୍ରୀୟ ନବବର୍ଷ କ'ଣ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19174 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA