Sunday, March 29, 2026 11:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଳା ଟି-ସାର୍ଟ ପିନ୍ଧି ପ୍ରତିବାଦ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

by Our Correspondent
25 Mar, 2026- 08:38 PM
in Latest News, News
1 min read
0
କଳା ଟି-ସାର୍ଟ ପିନ୍ଧି ପ୍ରତିବାଦ

ଭୁୁବନେଶ୍ୱର: ଏସସିବି ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ କାହିଁକି ଇସ୍ତଫା ଦେଉନାହାନ୍ତି? ମୁଖ୍ୟମନ୍ତ୍ରୀ ତାଙ୍କୁ କାହିଁକି ସୁରକ୍ଷା ଦେଇଛନ୍ତି? ବିରୋଧୀ ଦଳର ବିଧାୟକମାନେ ଆଜି ଏହି ପ୍ରଶ୍ନ ପଚାରି ସରକାରଙ୍କୁ ଘେରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ବଳ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସବଳ ସ୍ୱାସ୍ଥ୍ୟମନ୍ତ୍ରୀ କହି କଳା ଟି-ସାର୍ଟରେ ପ୍ରତିବାଦ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ରହିଥିବା ବିଜେଡି ଓ କଂଗ୍ରେସ ବିଧାୟକମାନେ କଳା ଟି-ସାର୍ଟି ପିନ୍ଧି ବିଧାନସଭା ଆସିଥିଲେ । ଟି-ସାର୍ଟ ଆଗରେ ‘ମୁଖ୍ୟମନ୍ତ୍ରୀ ଦୁର୍ବଳ’ ଲେଖାଥିଲା ବେଳେ ପଛରେ ‘ସ୍ୱାସ୍ଥ୍ୟମନ୍ତ୍ରୀ ସବଳ’ ଲେଖାଥିଲା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନାରାବାଜି ଚାଲିବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ । ଏହାପରେ ବିରୋଧୀ ଦଳର ବିଧାୟକମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଭିନବ ଢ଼ଙ୍ଗରେ ବିଧାନସଭା ଚାରିପଟ ପରିକ୍ରମା କରିଥିଲେ ।

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଏସସିବି ଅଗ୍ନିକାଣ୍ଡ ଘଟଣାରୁ ସ୍ୱାସ୍ଥ୍ୟମନ୍ତ୍ରୀ କେତେ ସବଳ ଆଉ ମୁଖ୍ୟମନ୍ତ୍ରୀ କେତେ ଦୁର୍ବଳ ତାହା ଜଣାପଡ଼ିଯାଉଛି । ପ୍ରଶାସନିକ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ୧୩ ଜଣ ରୋଗୀଙ୍କର ରୋଗୀଙ୍କର ଜୀବନ ଚାଲିଗଲା । ଏଥିପାଇଁ ବିଭାଗର ମୁଖିଆ ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ଉପରକୁ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେବା କଥା । ମାତ୍ର ସେ ଇସ୍ତଫା ଦେଉନାହାନ୍ତି କି ମୁଖ୍ୟମନ୍ତ୍ରୀ ତାଙ୍କର ଇସ୍ତଫା ମାଗି ପାରୁନାହାନ୍ତି । ନିଜକୁ ଲୋକପ୍ରିୟ କହୁଥିବା ମୁଖ୍ୟମନ୍ତ୍ରୀ ତାଙ୍କର ଜଣେ ମନ୍ତ୍ରୀଙ୍କ ଆଗରେ କେତେ ଦୁର୍ବଳ ତାହା ଏଥିରୁ ସହଜରେ ଅନୁମେୟ । ୧୩ ଜଣଙ୍କର ହତ୍ୟାକାରୀ ସେହି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ଗୃହରେ ବସି ଆଲୋଚନା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେଲେ ପରିଣାମ ଭୟାବହ ହେବ ବୋଲି ସତର୍କ ମଧ୍ୟ କରାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ଅନୁରୂପ ମନ୍ତବ୍ୟ ଦେଇଛନ୍ତି । ଏହି ସରକାରରେ ମୁଖ୍ୟମନ୍ତ୍ରୀ କେତେ ଦୁର୍ବଳ ଓ ଅସହାୟ ତାହା ଜଳ ଜଳ ଦିଶୁଛି ବୋଲି ସେ କହିଥିଲେ ।

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିରୋଧୀ ସଦସ୍ୟଙ୍କ ଆଚରଣକୁ ସମାଲୋଚନା କରିଛନ୍ତି । ଆଜି ଶୂନ୍ୟକାଳରେ ସେ କହିଥିଲେ ଯେ ସାଧାରଣ ଲୋକଙ୍କ ରାଜକୋଷର ଅର୍ଥରେ ବିଧାନସଭା ଚାଲିଛି । ମାତ୍ର ବିରୋଧୀଙ୍କ ହଙ୍ଗାମା ଯୋଗୁଁ ୧୨ କୋଟି ଟଙ୍କା ରାଜସ୍ୱ ନଷ୍ଟ ହେଲାଣି । ପ୍ରତିଦିନ ପ୍ରାୟ ୬୮ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ୨୪ ବର୍ଷ ଶାସନ କରିଥିବା ଦଳ ବିଧି ବ୍ୟବସ୍ଥା ପାଳନ ନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ ।

ଏସସିବି ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଶାସକ ଦଳର ବିଧାୟକମାନେ ଯଥାର୍ଥ କହିବା ସହ ଦଳୀୟ କନ୍ଦଳରୁ ନଜର ଫେରାଇବା ପାଇଁ ବିଜେଡି ଏଭଳି କରୁଥିବା କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ସେମାନେ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ।

ସୂଚନାଥାଉକି, ଏସସିବି ଅଗ୍ନିକାଣ୍ଡ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ପାଇଁ ସେ ଜିଦ୍ ଧରିଛନ୍ତି । ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସେ କହିଥିଲେ ଯେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟରେ ୧୩ ଜଣ ରୋଗୀଙ୍କର ଜୀବନ ଯିବାର ୯ ଦିନ ବିତିଯାଇଥିଲେ ମଧ୍ୟ ଜଣେ ବି କେନ୍ଦ୍ରମନ୍ତ୍ରୀ ହସ୍ପିଟାଲ୍ ପରିଦର୍ଶନରେ ନ ଆସିବା ଦୁଃଖର କଥା । ତାଙ୍କ ସରକାର ଥିବା ବେଳେ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ପାଇଁ ଏକାଧିକ କେନ୍ଦ୍ରମନ୍ତ୍ରୀ ଆସିଥିଲେ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ତାଙ୍କର ଦାବିକୁ ଦୋହରାଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ନ ଦେବା ଯାଏଁ ପ୍ରତିବାଦ ଜାରି ରହିବ ବୋଲି କହିଥିଲେ ।

Previous Post

ବିଜେଡିକୁ ଫେରିଲେ ରଘୁ, ଜୀବନ

Next Post

ଖୋଲିବନି ନୂଆ ମଦ ଦୋକାନ

Next Post
ଖୋଲିବନି ନୂଆ ମଦ ଦୋକାନ

ଖୋଲିବନି ନୂଆ ମଦ ଦୋକାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA