ଭୁବନେଶ୍ୱର: ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳ ବିରୋଧୀ କାର୍ୟ୍ୟକଳାପ ପାଇଁ ବହିଷ୍କାର ବିଷୟକୁ ନେଇ କଂଗ୍ରେସ ଗଣମାଧ୍ୟମ ବିଭାଗ ପକ୍ଷରୁ ଅଧ୍ୟକ୍ଷ ଅରବିନ୍ଦ ଦାସ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ସାମ୍ୱାଦିକଙ୍କୁ ସମ୍ବୋଧିତ କରି ଶ୍ରୀ ଦାସ କହିଲେ, ଗତ ୫ ଦିନ ଧରି ବିେଜପିର ଭୁଲ୍ ବ୍ୟାଖ୍ୟାନ ଦିଆଯିବା ସହ ୧୪ ତାରିଖର ଦିଲ୍ଲୀ ସମାବେଶରେ ଓଡ଼ିଶାର େନତା ଓ କର୍ମୀଙ୍କ ବ୍ୟସ୍ତତା ଯୋଗୁଁ ସ୍ପଷ୍ଟୀକରଣର ଆବଶ୍ୟକତା ରହିଛି। ଯାହା ସମ୍ଭବତଃ ଶ୍ରୀ ମୋକିମ ଚାହୁଥିଲେ, ତାହା ହିଁ ହେଲା।
ଶ୍ରୀମତୀ ସୋନିଆ ଗାନ୍ଧିଙ୍କୁ ସେ ଲେଖିଥିବା ଚିଠିଟିକୁ ପଢ଼ନ୍ତୁ, ହି ଓ୍ବାଜ୍ ଜଷ୍ଟ ଇନ୍ଭାଇଟିଂ ଏକ୍ସପଲ୍ସନ୍। ନିଜକୁ ସଚ୍ଚା କଂଗ୍ରେସ କର୍ମୀ ବୋଲାଉଥିବା ଜଣେ ରାଜନେତା ରାହୁଲ ଓ ଖଡ୍ଗେଙ୍କୁ ବିଦ୍ରୂପ କରି ଦଳରେ ରହିବା ସମ୍ଭବ କି? ଏହି ବ୍ୟାଖ୍ୟାନକୁ ଗୁରୁତ୍ବ ନ ଦେଇ ରାଜ୍ୟର ତଥ୍ୟାଭିଜ୍ଞ ମହଲ ଓ ଗଣମାଧ୍ୟମ ‘ଭକ୍ତଙ୍କ ପାଇଁ ଅଡ଼ୁଆ’ ବ୍ୟାଖ୍ୟାନ ଉପରେ ୫ ଦିନ ଧରି ଏହାକୁ ଚଲେଇଥିଲେ। ଯେତେବେଳେ ସାରା ଦେଶର କଂଗ୍ରେସ ନେତା ଓ କର୍ମୀ ଦିଲ୍ଲୀର ରାମଲୀଳା ମୈଦାନଠାରେ ୧୪ ତାରିଖର ‘ଭୋଟ୍ ଚୋର ଗାଦି ଛାଡ଼’ ପାଇଁ ବ୍ୟାପକ ପ୍ରସ୍ତୁତିରେ ମାତିଥିଲେ ସେତେବେଳେ ବିଜେପିର ବ୍ୟାଖ୍ୟାନକୁ ଆଗକୁ ନେବା ପାଇଁ ମାତିଯିବା କେଉଁ ସଚ୍ଚୋଟ କଂଗ୍ରେସ କର୍ମୀଙ୍କ ଲକ୍ଷଣ? ବିଜେପି ଦ୍ବାରା ସୃଷ୍ଟ ଚକ୍ରାନ୍ତର ଅଂଶବିଶେଷ। ରାହୁଲ ୪ ହଜାର କି.ମି ଚାଲିଲେ। ସ୍ବାଧୀନତା ପରେ କେତେ ଥର ଏପରି ଉନ୍ମାଦନା ସହ ପଦଯାତ୍ରା ହୋଇଛି? ସମ୍ବିଧାନ ବଂଚାଅ/ଭୋଟ୍ ଚୋର ଗାଦି ଛାଡ଼ ଆଦି ପ୍ରସଙ୍ଗରେ ମୋଦୀଙ୍କୁ ହଲାପଟା କରିବା ଗତକାଲିର ରାମଲୀଳା ମଇଦାନର ସମାବେଶର ଐତିହାସିକ ସଫଳତା। ଦାସ ପୁଣି କହିଲେ, ନିଜ ଦଳର ବର୍ଷୀୟାନ ସଭାପତିଙ୍କ ପ୍ରତି ଅସୌଜନ୍ୟମୂଳକ ଟିପ୍ପଣୀ ଦେଉଥିବା ରାଜନେତାଙ୍କୁ ଆମେ ଦଳପ୍ରତି ସମର୍ପିତ କହିପାରିବା କି? ୨୦୧୪ ଓ ୨୦୧୯ରେ ଲୋକସଭାରେ ୪୪ ଓ ୫୨ ଆସନ ଜିତିଥିବା ବେଳେ ଦଳ ଠିକ୍ ଥିଲା। ୨୦୨୪ରେ ୯୯ ଆସନ ପାଇବା ଓ ତା’ପରେ ମୋଦୀ-ଶାହାଙ୍କ ଆତ୍ମବିଶ୍ବାସକୁ ଦୋହଲାଇ ଦେବା ପରେ ଦଳ ଆଧାରଶୂନ୍ୟ ହୋଇଗଲା? ‘ବିଜେପିର ବ୍ୟାଖ୍ୟାନର କ୍ରୀଡ଼ନକ ସାଜିଛନ୍ତି ଅଭିଯୋଗ’ ନିରାଧାର ନୁହେଁ। ଓଡ଼ିଶାର କଂଗ୍ରେସ ଭକ୍ତଙ୍କ ନେତୃତ୍ବରେ ଉଧେଇପାରିବନି ନା ଭକ୍ତ ଥିଲେ ସେ ଆଉ ଉଧେଇବା ସମ୍ଭବ ହେବନାହିଁ? କୋଉ ସଭାପତିଙ୍କୁ ସେ ଛାଡ଼ୁଛନ୍ତି କି? ପିସିସି ସଭାପତି ହେଲେ ଯାଇ ଦଳରେ ରହିବେ ନ ହେଲେ ବିଦ୍ରୋହ କରିବେ, ଏଇଟା କି ପ୍ରକାର ଆନୁଗତ୍ୟ? ସବୁବେଳେ ଦଳରେ ବିଶୃଙ୍ଖଳା ସୃଷ୍ଟି ପାଇଁ ଚେଷ୍ଟା କରିଛନ୍ତି।
ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବା କେଉଁ ପ୍ରକାରର ଆନୁଗତ୍ୟ? ଯେଉଁ ଦଳରୁ ସେ ଓ ପରେ ତାଙ୍କ ଝିଅ ବିଧାୟକ ହେଲେ ସେହି ଦଳକୁ ଛାଡ଼ିବା ଉଚିତ୍ କି? ବିଭୀଷଣ ଉପାଖ୍ୟାନକୁ ନେଇ ଇସ୍ୟୁ କଲେ, ଶୃଙ୍ଖଳା କମିଟିକୁ ଚିଠି ଲେଖିଲେ, ମିଡିଆକୁ ସେଇଦିନ ଦେଇଦେଲେ। ଏ ଥର ୮ ତାରିଖ ସୋନିଆଙ୍କୁ ଲେଖି ୪୮ ଘଣ୍ଟା ହୋଇନି, ମିଡିଆକୁ ଦେଇଦେଲେ। ଏଥିରୁ ବୁଝିଯିବା କଥା, ସେ ସମାଧାନ ଚାହୁଥିଲେ ନା ଦଳକୁ ଦୁର୍ବଳ କରିବାକୁ? ନିଜ ବ୍ୟାବସାୟିକ ସାମ୍ରାଜ୍ୟର ସ୍ବାର୍ଥ ପାଇଁ କଂଗ୍ରେସରେ ଥାଇ ବିଜେଡିର ମାନଭଂଜନ କରିବା ସହଜ ହେଉଥିଲା; ବିଜେପି ତ ସହଜରେ ବିଜେଡିଠାରୁ ମଧ୍ୟ ଅଧିକ ଅସହିଷ୍ଣୁ। ସେମାନେ ତାଙ୍କ ପାଣ୍ଡୁଲିପି ଅନୁସାରେ ସବୁ ହେଉ ଚାହିବେ। ଏମିତିରେ ବି ତାଙ୍କ ନାମରେ ମକଦ୍ଦମା ଅଛି।
ଭକ୍ତ ଦାସ ସଭାପତି ଥିବା ଯାଏ ଦଳ ଉଧେଇବନି ପ୍ରସଙ୍ଗ:- ଗତ ୧୦ ମାସରେ ଭକ୍ତ ଦାସ ପିସିସି ସଭାପତି ହେବା ଦିନଠାରୁ ରାଜ୍ୟରେ କଂଗ୍ରେସ ଆଗେଇଛି କି ପଛେଇଛି, ଏକ ଅନାସକ୍ତ ଓ ନିର୍ଲିପ୍ତ ବିଚାର ରଖିଲେ ଯେ କେହି ଜାଣିପାରିବ। ଆଜି କଂଗ୍ରେସ ଦଳର ତଥାକଥିତ କନ୍ଦଳକୁ ମିଡିଆ କାହିଁକି ଏତେ ଗୁରୁତ୍ବ ଦେଉଛି? ୧୦ ମାସ ପୂର୍ବରୁ ଦେଇଥାନ୍ତା କି? ନାରୀ ନ୍ୟାୟ ପ୍ରସଙ୍ଗରେ ବିଧାନସଭା ଘେରାଉ ଓ ଓଡ଼ିଶା ବନ୍ଦ, ଜୁଲାଇ ୧୧ ତାରିଖର ଭୁବନେଶ୍ବର ସମାବେଶ – ରାହୁଲ ଗାନ୍ଧି, ଖଡ୍ଗେ ଜୀ ଦଳ ଉଧଉଛି, ଆଗଉଛି। ଭକ୍ତ ଦାସ ସଭିଁଙ୍କୁ ନେଇ ଚାଲୁଛନ୍ତି। ବିଧାନସଭା ଘେରାଉ ବେଳେ ନିଜେ ଭାଷଣ ଦେଇପାରି ନ ଥିଲେ। ମହତ୍ତ୍ବାକାଂକ୍ଷା ଖରାପ ନୁହେଁ। କିନ୍ତୁ ଅନ୍ୟକୁ ଛୋଟ କରି ଦେଖାଇ ନିଜକୁ ବଡ଼ ଦେଖାଇବାର କିଛି ମାନେ ନାହିଁ। ସେ ନିଜେ ପ୍ରଥମେ କଟକରେ ଦଳକୁ ଦୃଢ଼ କରିଛନ୍ତି କି? କଟକ ଚୌଦ୍ବାର ଓ କଟକ ସଦରର ବିକଳ ସ୍ଥିତି ଯିଏ କଟକ ନିଜ ଜିଲ୍ଲାରେ କଂଗ୍ରେସକୁ ଉଧେଇପାରିଲେ ନାହିଁ, କେମିତି ପୂରା ରାଜ୍ୟରେ ଦଳର ନେତା ହେବେ? ପୂର୍ବରୁ ମଧ୍ୟ ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ସସ୍ପେଣ୍ଡ ହୋଇଥିଲେ। ୨୦୨୪ ନିର୍ବାଚନରେ କାହିଁକି ଲଢ଼ିପାରିଲେ ନାହିଁ? ଓଡ଼ିଶା ହାଉସିଂ ଆଣ୍ଡ ଡେଭେଲପମେଣ୍ଟ କର୍ପୋରେସନ ଲୋନ୍ ଫ୍ରଡ୍ ମାମଲା କ୍ଷ ତେଣୁ କଂଗ୍ରେସ ଦଳ ଏବଂ ଏହାର ସର୍ବମାନ୍ୟ ନେତାଙ୍କ ଉପରେ ଆଙ୍ଗୁଳି ନିର୍ଦେଶ କରିବା ଆଗରୁ ନିଜର ରାଜନୈତିକ ବିସ୍ଲେସଣ କରିବା ଉଚିତ ବୋଲି ଅଧ୍ୟକ୍ଷ ଶ୍ରୀ ଦାସ କହିଛନ୍ତି ।