Saturday, March 14, 2026 02:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କୁ ଛାଡ଼, କଂଗ୍ରେସକୁ ମାଡ଼

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦୀ

by Our Correspondent
03 Feb, 2024- 08:01 PM
in Latest News, News, Politics
1 min read
0
ନବୀନଙ୍କୁ ଛାଡ଼, କଂଗ୍ରେସକୁ ମାଡ଼

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତକୁ ନେଇ ଗତକାଲିଠାରୁ ରାଜ୍ୟ ବିଜେପି ଶିବିରରେ ପ୍ରବଳ ଉତ୍ସାହ ଏବଂ ଉଦ୍ଦୀପନା ସୃଷ୍ଟି ହୋଇଥିଲା । ରାଜ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେଡି ସରକାର ବିରୋଧରେ ମୋଦୀଙ୍କର ଏହା ନିର୍ବାଚନ ପ୍ରଚାରର ଶୁଭାରମ୍ଭ ବୋଲି ଧୂମ୍ ପ୍ରଚାର ହେଲା । ଆଜି ମୋଦୀଙ୍କ ଆଗମନରେ ବିଜେପି ପକ୍ଷରୁ ଆୟୋଜିତ ମୋଦୀ ଗ୍ୟାରେଣ୍ଟି ଜନସଭାରେ ମନମୋହନ ସାମଲ, ବୈଜୟନ୍ତ ପଣ୍ଡାଙ୍କ ସମେତ ରାଜ୍ୟର ବରିଷ୍ଠ ନେତାମାନେ ନବୀନ ସରକାରଙ୍କ ବିରୋଧରେ ପ୍ରବଳ ବିଷୋଦଗାର କରିଥିଲେ । ବିଜେଡି ସରକାରକୁ ହଟାଇ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଗଢ଼ାଯିବ ବୋଲି ଗର୍ଜନ କରିଥିଲେ । ତେବେ ଏହି ଗର୍ଜନ ପାଣି ଫୋଟକା ଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସଭାମଞ୍ଚକୁ ଆସିଲା ପରେ ତାଙ୍କ ଭାଷଣରେ ବିଜେଡି ସରକାରଙ୍କ ବିରୋଧରେ ପଦୁଟିଏ ବି କହିଲେ ନାହିଁ । ଓଲଟି ତାଙ୍କ ନିଶାନାରେ ଥିଲା କଂଗ୍ରେସ । କେନ୍ଦ୍ରର ପୂର୍ବ କଂଗ୍ରେସ ସରକାରଙ୍କ ବିରୋଧରେ ପ୍ରବଳ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଉ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ରାଜ୍ୟ ସରକାରଙ୍କ ଉପରେ ପଦୁଟିଏ ନ ଶୁଣି ରାଜ୍ୟ ନେତାମାନଙ୍କ ମୁହଁ ଆମ୍ବିଳା ହୋଇଗଲା । ମୁହଁ ଶୁଖାଇ ସେମାନେ ଘରକୁ ଫେରିଲେ । ରାଜନୈତିକ ମହଲରେ ଏହା ଆଜି ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁର ଗସ୍ତରେ ଆସି ପ୍ରଥମେ ସରକାରୀ ସଭାରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଏଥିରେ ଉପସ୍ଥିତ ଥିଲେ ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ ଏବଂ ରାଜ୍ୟପାଳ ରଘୁବର ଦାସ । ପ୍ରଧାନମନ୍ତ୍ରୀ ଆଇଆଇଏମର ସ୍ଥାୟୀ କ୍ୟାମ୍ପସ୍ ର ଲୋକାର୍ପଣ କରିବା ସହ ୬୮ ହଜାର କୋଟି ଟଙ୍କାର ୧୮ ଟି ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ମିତ୍ର ସମ୍ବୋଧନ କରି ସୌଜନ୍ୟତା ଦେଖାଇଥିଲା ବେଳେ ନବୀନ ତାଙ୍କ ଭାଷଣରେ ମୋଦୀଙ୍କର ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଭାରତବର୍ଷକୁ ଏକ ନୂଆ ଦିଗରେ ଆଗେଇ ନେଉଥିବା ନବୀନ କହିଥିଲେ । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କର ସହଯୋଗ ଲୋଡ଼ିଥିଲେ ।

ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ରେମେଡ୍ ଠାରେ ଦଳୀୟ(ଗ୍ୟାରେଣ୍ଟି) ସମାବେଶରେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପୂର୍ବରୁ ସେହି ମଞ୍ଚରୁ ରାଜ୍ୟ ନେତାମାନେ ଜଣ ଜଣ କରି ନବୀନ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇସାରିଥିଲେ । କେବଳ ମୋଦୀଙ୍କ ମୁହଁରୁ ବିଜେଡି ସରକାରଙ୍କ ବିରୋଧରେ ଶୁଣିବାକୁ ଅପେକ୍ଷାରେ ଥିଲେ । ହେଲେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ ବିଜେଡିକୁ ସମାଲୋଚନା ଦୂରର କଥା ରାଜ୍ୟ ସରକାରଙ୍କ ଉପରେ ପଦୁଟିଏ ବି ମତ ରଖିଲେ ନାହିଁ । ସେ ତାଙ୍କ ଭାଷଣରେ କଂଗ୍ରେସକୁ ସମାଲୋଚନା କରିବା ସହ ବିଜେପି ସରକାର ଓଡ଼ିଶା ପାଇଁ କ’ଣ କ’ଣ କରିଛନ୍ତି ତାହାର ତାଲିକା ଦେଇଥିଲେ । ଓଡ଼ିଶା ଉପରେ ତାଙ୍କ ସରକାରଙ୍କ ଫୋକସ୍ ଥିବା ଅବଶ୍ୟ ସୂଚନା ଦେଇଥିଲେ ମୋଦୀ ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କଂଗ୍ରେସକୁ ନିଶାନା କରି କହିଥିଲେ ଯେ ଓଡ଼ିଶା ବିକାଶରେ ପୂର୍ବରୁ କଂଗ୍ରେସ ସରକାର ବାଧକ ସାଜିଥିଲା । କଂଗ୍ରେସ ଓ ସହଯୋଗୀ ଦଳମାନେ ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା ପାଇଁ ବିରୋଧ କରିଥିଲେ । ଏହା ଦ୍ରୌପଦୀ ମୁର୍ମୁଙ୍କୁ କେବଳ ଅପମାନ ନୁହେଁ, ସାରା ଆଦିବାସୀ ସମ୍ପ୍ରଦାୟ ଏବଂ ଓଡ଼ିଶାବାସୀଙ୍କ ପ୍ରତି ଅପମାନ ଥିଲା ।

ବିଜେପି ହେଉଛି ଗରିବଙ୍କ ଜନକଲ୍ୟାଣକାରୀ ସରକାର । ଓଡ଼ିଶା ପ୍ରତି ବିଜେପି ସରକାରର ଅବଦାନର ଉଲ୍ଲେଖ କରି ମୋଦୀ କହିଥିଲେ, ଓଡ଼ିଶାର ସାଢ଼େ ୩ କୋଟି ଲୋକଙ୍କୁ ମାଗଣାରେ ରାସନ ମିଳୁଛି । ଓଡ଼ିଶାର ୨୫ ଲକ୍ଷ ଲାଭାର୍ଥୀ ପକ୍କା ଘର ପାଉଛନ୍ତି । ଗରିବଙ୍କ ପାଇଁ ଆଉ ୨ କୋଟି ଘର ତିଆରି ହେବ । କୌଣସି ଗରିବ ଭାଇଭଉଣୀ କଚ୍ଚା ଘରେ ରହିବେନି । ଦିଲ୍ଲୀରେ କଂଗ୍ରେସ ସରକାର ଥିବା ବେଳେ ଓଡ଼ିଶାକୁ ତାର ହକ୍ ମିଳୁ ନ ଥିଲା । ଏବେ ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ନାହିଁ ।

ପୂର୍ବ ସରକାର ଓଡ଼ିଶାର ଗରିବୀକୁ ନେଇ ପ୍ରଚାର କରୁଥିଲା । ସମୃଦ୍ଧ ଓଡ଼ିଶାକୁ ବିକାଶରୁ ବଞ୍ଚିତ କରିଥିଲେ । ମାତ୍ର ଆମ ସରକାର ଓଡ଼ିଶାର ବିକାଶ ପାଇଁ ଅହରହ ଉଦ୍ୟମ କରୁଛି । ଗରିବଙ୍କୁ ଲାଭ ମିଳିବା ବିଜେପି ସରକାରର ପ୍ରାଥମିକତା । ଯାହାର କେହି ନାହିଁ ତା’ ପାଖରେ ମୋଦୀ ଅଛି । ମୋଦୀଙ୍କ ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

Previous Post

ଆରମ୍ଭ ହେଲା ଓଡ଼ିଆ ଭାଷାର ମହୋତ୍ସବ

Next Post

କିସ୍‍ର ୪୦ ହଜାର ଛାତ୍ରଛାତ୍ରୀ ଗାଇଲେ ବନ୍ଦେ ଉତ୍କଳ ଜନନୀ

Next Post
କିସ୍‍ର ୪୦ ହଜାର ଛାତ୍ରଛାତ୍ରୀ ଗାଇଲେ ବନ୍ଦେ ଉତ୍କଳ ଜନନୀ

କିସ୍‍ର ୪୦ ହଜାର ଛାତ୍ରଛାତ୍ରୀ ଗାଇଲେ ବନ୍ଦେ ଉତ୍କଳ ଜନନୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA