Sunday, March 29, 2026 07:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଧାୟିକାଙ୍କ କ୍ୱାର୍ଟର୍ସରେ ପଶିଲା ପୁଲିସ

ସ୍ୱାମୀଙ୍କ ନାଁରେ ପୁରୁଣା ମାମଲା

by Our Correspondent
29 Mar, 2026- 07:29 PM
in Latest News, News
1 min read
0
ବିଧାୟିକାଙ୍କ କ୍ୱାର୍ଟର୍ସରେ ପଶିଲା ପୁଲିସ

ଭୁୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ନର୍ଲାର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସରକାରୀ କ୍ୱାର୍ଟର୍ସରେ ଆଜି ପଶିଥିଲା ନର୍ଲା ପୁଲିସ । ତାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସନ୍ନ ମହାନ୍ତିଙ୍କୁ ଖୋଜିବାକୁ ଆସିଥିଲା । ମାତ୍ର ତାଙ୍କୁ ନ ପାଇ ପୁଲିସ ଫେରିଯାଇଛି । ନର୍ଲା ତହସିଲଦାର ବିଭୁପ୍ରସାଦ ସିଂହଙ୍କୁ ଦୁର୍ଗା ପ୍ରସନ୍ନ ଫୋନ୍ ରେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ମାର୍ଚ୍ଚ ୧୪ ତାରିଖରେ ନର୍ଲା ଥାନାରେ ହୋଇଥିବା ଏତଲା ଭିତ୍ତିରେ ପୁଲିସ ତାଙ୍କୁ ଗିରଫ କରିବାକୁ ଖୋଜୁଛି ।

ଆଜି ନର୍ଲା ପୁଲିସର ଏକ ଟିମ୍ ବିଧାୟିକାଙ୍କ ୟୁନିଟ୍-୪ ସ୍ଥିତ ସରକାରୀ କ୍ୱାର୍ଟର୍ସ ଡି-ଏସ୍/୧୫/୨ ଠିକଣାରେ ଆସି ପହଞ୍ଚିଥିଲା । ସେତେବେଳେ ବିଧାୟିକା ଘରେ ନ ଥିଲେ । ପୁଲିସ କବାଟ ବାଡ଼େଇବାରୁ ଚାକରାଣି କବାଟ ଖୋଲି ମାଡାମ୍ ନାହାନ୍ତି ବୋଲି କହିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ । ତାଙ୍କୁ ଠେଲି ଭିତରକୁ ପଶିଥିଲେ । ଘର ସର୍ଚ୍ଚ କରି ଫେରି ଆସିଥିଲେ । ଖବର ପାଇ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାପତି ଇପସିତା ସାହୁ ଏବଂ ବିଜେଡି ନେତା ମନ୍ମଥ ରାଉତରାୟ ସେଠାରେ ପହଞ୍ଚି ପୁଲିସକୁ ଘେରିଥିଲେ । ବିଧାନସଭା ଚାଲିଥିବା ବେଳେ ବାଚସ୍ପତିଙ୍କ ବିନା ଅନୁମତିରେ ଜଣେ ବିଧାୟିକାଙ୍କ ଘରକୁ କେମିତି ପଶିଲେ ବୋଲି ପ୍ରଶ୍ନ କରିଥିଲେ । ସ୍ଥାନୀୟ ପୁଲିସକୁ ମଧ୍ୟ ଏ ସମ୍ପର୍କରେ କେମିତି ସୂଚନା ଦିଆଗଲା ନାହିଁ ବୋଲି ପଚାରିଥିଲେ । ବିଧାୟିକାଙ୍କ ସ୍ୱାମୀଙ୍କୁ ଖୋଜିବାକୁ ଆସିଛନ୍ତି ବୋଲି ଧାଡ଼ିକିଆ ଉତ୍ତର ଦେଇ ପୁଲିସ ଚୁପ୍ ରହିଥିଲା ।

ବିିଜେଡି ନେତାଙ୍କ ଅଭିଯୋଗ ଅନୁଯାୟୀ, ନର୍ଲା ତହସିଲଦାରଙ୍କୁ ବିଧାୟିକାଙ୍କ ସ୍ୱାମୀ ହତ୍ୟା ଧମକ ଦେଇଥିବା ନେଇ ପୁଲିସ ଯାହା କହୁଛି ତାହା ସତ୍ୟ ନୁହେଁ । ଅଢ଼େଇ ମାସ ତଳେ କୌଣସି ଏକ କାମକୁ ନେଇ ତହସିଲଦାରଙ୍କ ସହ ବିଧାୟିକାଙ୍କ ସ୍ୱାମୀ ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସନ୍ନଙ୍କର ସାମାନ୍ୟ ବଚସା ହୋଇଥିଲା । ତାହାକୁ ତହସିଲଦାର ମଧ୍ୟ ଭୁଲି ଯାଇଥିଲେ । ମାତ୍ର ରାଜ୍ୟସଭା ନିର୍ବାଚନରେ ବିଧାୟିକା ମନୋରମା ମହାନ୍ତିଙ୍କର ଭୋଟ କିଣିବା ପାଇଁ ଶାସକ ଦଳର ଉଦ୍ୟମ ଫେଲ୍ ମାରିଲା ପରେ ସେମାନେ ପ୍ରତିଶୋଧପରାୟଣ ହୋଇଛନ୍ତି । ରାଜ୍ୟସଭା ନିର୍ବାଚନର ପୂର୍ବଦିନ ମାର୍ଚ୍ଚ ୧୫ରେ ବିଧାୟିକାଙ୍କ ସ୍ୱାମୀଙ୍କ ବିରୋଧରେ ଏତଲା ରେଜିଷ୍ଟ୍ରି କରାଯାଇଛି । ସେହି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିୟୋଜିତ କରାଯାଇଛି ।

ବିଧାୟିକା ଶ୍ରୀମତୀ ମହାନ୍ତି ମଧ୍ୟ ଏକ ସାମ୍ବାଦିକସମ୍ମିଳନୀରେ ନର୍ଲା ପୁଲିସର ଗୁଣ୍ଡାଗିରିକୁ ତୀବ୍ର ସମାଲୋଚନା କରିଛନ୍ତି ।

ବିଜେଡି ନେତାଙ୍କ ଅଭିଯୋଗକୁ ଖଣ୍ଡନ କରି ଆଇନ ତା ବାଟରେ ଯାଉଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।

Previous Post

୪୦ % ଲୋକ ବିନା ଲକ୍ଷଣରେ ଯକ୍ଷ୍ମା ରୋଗରେ ପୀଡ଼ିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA