Sunday, February 22, 2026 12:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାଜି ମାରିନେଲେ ନବୀନ !

ରାକ୍ଷୀ ବାନ୍ଧିଥଲି, ମାନ ରଖିଲେ: ଦ୍ରୌପଦୀ

by Our Correspondent
08 Jul, 2022- 07:56 PM
in Latest News
1 min read
0
ବାଜି ମାରିନେଲେ ନବୀନ !

ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ଆଜି ବିଜେଡିର ଭବ୍ୟ ଆୟୋଜନ ଆଗରେ ଫିକା ପଡ଼ିଯାଇଛି ରାଜ୍ୟ ବିଜେପି ଶିବିରର ସାମୟିକ ଉତ୍ସାହ । ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱରୁ ଫାଇଦା ନେବା ପାଇଁ ବିଜେପି ପ୍ରଥମରୁ ସୁଯୋଗକୁ ହାତଛଡ଼ା କରିଥିଲା । ଏବେ ଭାବିଲା ବେଳକୁ ଆଉ କିଛି ନାହିଁ । ବରଂ ରାଷ୍ଟ୍ରପତି ପ୍ରାର୍ଥୀ ଚୟନରେ ନବୀନ ପଟ୍ଟନାୟକଙ୍କ ତଥାକଥିତ ଭୂମିକା ଆଡକୁ ଲୋକଙ୍କ ନଜର ଚାଲିଯାଇଛି ।

ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ । ସବୁ ରାଜ୍ୟ ବୁଲି ନିଜ ପାଇଁ ସମର୍ଥନ ଯୋଗାଡ଼ କରୁଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏହିକ୍ରମରେ ଆଜି ସେ ଓଡ଼ିଶା ଆସିଥିଲେ । ବିଜେଡି ପକ୍ଷରୁ ତାଙ୍କୁ ବିମାନବନ୍ଦରଠାରୁ ଆରମ୍ଭ କରି ବିଧାନସଭା ସମ୍ମିଳନୀ କକ୍ଷ ପର୍ଯ୍ୟନ୍ତ ଯେଉଁଭଳି ସ୍ୱାଗତ ସମ୍ବର୍ଦ୍ଧନା ଦିଆଗଲା ତାହା ଅଦ୍ଭୂତପୂର୍ବ ଥିଲା । ଦ୍ରୌପଦୀଙ୍କ ଆଗମନ ପାଇଁ ବିଧାନସଭା ସମ୍ମିଳନୀ କକ୍ଷରେ ଏକ ସଭାର ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି ବୈଠକରେ ବିଜେଡିର ସବୁ ବିଧାୟକ ଓ ସାଂସଦମାନେ ଉପସ୍ଥିତ ଥିଲେ ।

ବୈଠକରେ ନବୀନଙ୍କୁ ଭାଇ ସମ୍ବୋଧନ କରି ଦ୍ରୌପଦୀ ଦେଇଥିବା ମନ୍ତବ୍ୟ ସେଠାରେ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା । ସେ କହିଥିଲେ, ଭଉଣୀ ମାଗିବା ପୂର୍ବରୁ ଭାଇ ମନ ଚାହିଁ ସବୁ ଦେଇଥାଏ । ମୁଁ ସୁଭଦ୍ରାଙ୍କ ଭଳି ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲି । ମୁଁ ମାଗିବା ଆଗରୁ ନବୀନ ପଟ୍ଟନାୟକ ମତେ ସମର୍ଥନ ଦେଇଛନ୍ତି । ଏ ମାଟିର ନାଁକୁ ସ୍ୱର୍ଣ୍ଣାକ୍ଷରରେ ଲେଖିବାକୁ ସେ ଚେଷ୍ଟା କରିଛନ୍ତି, ଏଥିପାଇଁ ସେ ଚିର ନମସ୍ୟ ବୋଲି ଦ୍ରୌପଦୀ କହିଥିଲେ ।

ଦ୍ରୌପଦୀଙ୍କ ଭାଇ ସମ୍ବୋଧନରେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇପଡ଼ିଥିବା ସହଯୋଗୀ ବିଧାୟକମାନେ କହିଛନ୍ତି । ଦଳର ସବୁ ବିଧାୟକ ଓ ସାଂସଦମାନେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ନିର୍ଭୁଲ ମତଦାନ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପୁଣି ଥରେ ଅପିଲ୍ କରିଥିଲେ ।

ସେଠାରେ କାର୍ଯ୍ୟକ୍ରମ ସରିବା ପରେ ଶ୍ରୀମତୀ ମୁର୍ମୁ ରାଜ୍ୟ ଅତିଥି ଭବନ ଯାଇ ବିଜେପି ବିଧାୟକ ଓ ସାଂସଦମାନଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ଏହାପରେ ମଧ୍ୟାହ୍ନ ଭୋଜନ ପାଇଁ ନବୀନ ନିବାସ ଯାଇଥିଲେ ।

ନବୀନ ନିବାସରେ ଦ୍ରୌପଦୀ ମୁର୍ମୁଙ୍କୁ ପାଛୋଟି ନେଇଥିଲେ ମୁଖ୍ୟମନ୍ତ୍ରୀ । କିଛି ସମୟ କଥା ହେବା ପରେ ସେମାନେ ମଧ୍ୟାହ୍ନ ଭୋଜନ ଟେବୁଲ ଉପରେ ବସିଥିଲେ । ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଏବଂ ସାଂସଦ ପିନାକୀ ମିଶ୍ର । ମଧ୍ୟାହ୍ନ ଭୋଜନ ସାରି ଶ୍ରୀମତୀ ମୁର୍ମୁ ଲକ୍ଷ୍ମୌ ଅଭିମୁଖେ ବାହାରିଥିଲେ ।

ସୂଚନାଥାଉକି, ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କ କ୍ଷେତ୍ରରେ ଯେଉଁ କାମ ଏଠି ବିଜେପି କରିବା କଥା ତାହା ବିଜେଡି କରିଛି । ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ବଢ଼ାଇବା ଏବଂ ତାଙ୍କୁ ଜନ୍ମମାଟିରେ ସ୍ୱାଗତ କରିବା ପାଇଁ ବିଜେଡି ତିନି ଦିନ ତଳୁ ପ୍ରସ୍ତୁତି ଚଳାଇଥିଲା । କଂଗ୍ରେସର ସମର୍ଥନ ପାଇଁ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ଫୋନ୍ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ଓ ବିଧାୟକମାନେ କଂଗ୍ରେସର ବିଧାୟକମାନଙ୍କୁ ଭେଟି ସମର୍ଥନ ମାଗିଛନ୍ତି । ନବୀନଙ୍କ ଉଦ୍ୟମରେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଦ୍ରୌପଦୀଙ୍କୁ ସମର୍ଥନ ଘୋଷଣା କରିଛନ୍ତି ।

Previous Post

ଶପଥ ନେଲେ ମାନସ ମଙ୍ଗରାଜ, ସୁଲତା ଦେଓ

Next Post

ବାହୁଡ଼ିଲେ ତିନି ଠାକୁର

Next Post
ବାହୁଡ଼ିଲେ ତିନି ଠାକୁର

ବାହୁଡ଼ିଲେ ତିନି ଠାକୁର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA