Wednesday, March 4, 2026 03:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜୋକର ହୋଇ ତଡ଼ା ଖାଇଲେ କୌଣସି

ନବୀନଙ୍କ ଆଗରେ ନାଲିବାବାଙ୍କ ରୋବାବ୍

by Samar Pradhan
28 Feb, 2026- 08:12 PM
in Latest News, News, Politics
1 min read
0
ଜୋକର ହୋଇ ତଡ଼ା ଖାଇଲେ କୌଣସି

ଭୁୁବନେଶ୍ୱର: ଡ. ସଂତୃପ୍ତ ମିଶ୍ରଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱକୁ ଗ୍ରହଣ କରି ପାରିଲେନି କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ନବୀନ ନିବାସରେ ଖୋଦ୍ ସୁପ୍ରିମୋଙ୍କ ଆଗରେ ଚିଲେଇଲେ । ମୁହଁରେ ମୁହଁ ମିଶାଇ ବକବାସ୍ କଲେ । ତାଙ୍କ ଭଳି ବରିଷ୍ଠ ନେତାଙ୍କୁ କାହିଁକି ଟିକେଟ୍ ମିଳିଲାନି ବୋଲି ପ୍ରଶ୍ନ କଲେ । ଭଲେଇ ହେବାକୁ ପାଣ୍ଡିଆନ୍ ଓ ସୁଜାତାଙ୍କୁ ମିଛ ପ୍ରଶଂସା କଲେ । ତାଙ୍କର ଏଭଳି ଆଚରଣରେ ଜଣେ ବି ସହାନୁଭୂତି ଦେଲେନି । ଓଲଟି ନାଲି ପୋଷାକରେ ତାଙ୍କର ନାଲି ଆଖି ଦେଖି ହସି ହସି ବେଦମ ହେଲେ । ନବୀନ ନିବାସ ଏବଂ ଗଣମାଧ୍ୟମ ଆଗରେ ଯେମିତି ଜୋକର୍ ପାଲଟିଗଲେ । ଶେଷରେ ନବୀନ ପଟ୍ଟନାୟକ ତାଙ୍କୁ ତଣ୍ଟିଆ ମାରିଲା ଭଳି ଦଳରୁ ବିଦା କରିଦେଇଛନ୍ତି । ତାଙ୍କର ବିଶୃଙ୍ଖଳିତ ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କାର କରିଛନ୍ତି ।

ଆଜି ନବୀନ ନିବାସରୁ ଡାକରା ପାଇ ଦିନ ପ୍ରାୟ ୧୧ଟା ବେଳକୁ ସମସ୍ତ ବିଧାୟକ ନବୀନ ନିବାସରେ ପହଞ୍ଚି ଯାଇଥିଲେ । ସେମାନଙ୍କ ସହ ପ୍ରାୟ ଘଣ୍ଟାଏ ଧରି ନବୀନ ବାବୁ ବୈଠକ କରିଥିଲେ । ସେଥିରେ ରାଜ୍ୟସଭା ନିର୍ବାଚନ ଉପରେ ଆଲୋଚନା ହୋଇଥିଲା । ଏହି ସୁଯୋଗରେ ପୁଅ ବିଧାୟକ ସୌଭିକ ବିଶ୍ୱାଳଙ୍କ ସାଙ୍ଗରେ ନବୀନ ନିବାସରେ ପଶି ଯାଇଥିଲେ ପ୍ରଭାତ ବିଶ୍ୱାଳ । ବୈଠକ ଘରକୁ ଯାଇ ପଛ ଚେୟାରରେ ବସିଥିଲେ । ରାଜ୍ୟସଭା ପ୍ରାର୍ଥୀ ଭାବେ ଡ. ସଂତୃପ୍ତ ମିଶ୍ରଙ୍କ ନାଁ ନବୀନ ସେଠାରେ ଆଣିବା ପରେ ଚିହିଁକି ଉଠିଥିଲେ ପ୍ରଭାତ । ସଂତୃପ୍ତଙ୍କୁ କାହିଁକି ଟିକେଟ ଦିଆଯିବ ବୋଲି ଗର୍ଜନ ପକାଇଲେ ।

ପ୍ରଭାତଙ୍କର ଏଭଳି ଆଚରଣ ଉପସ୍ଥିତ ବିଧାୟକମାନଙ୍କୁ ଚକିତ କରିଦେଲା । କ୍ଷୁବ୍ଧ ହୋଇଗଲେ ନବୀନ । ବିଧାୟକ ନ ଥାଇ ଏଠାକୁ କେମିତି ଆସିଲେ ବୋଲି ପଚାରିଥିଲେ । ଜଲଦି ତାଙ୍କୁ ଏଠାରୁ ବାହାର କର ବୋଲି ନିଦେ୍ର୍ଦଶ ଦେଇଥିଲେ । ଅନ୍ୟ ବିଧାୟକମାନେ ତାଙ୍କୁ ସେଇ କୋଠରିରୁ ବାହାର କରିବାକୁ ଗଲା ବେଳେ ସେ କିନ୍ତୁ ଧରା ଦେଲେନି । ଛାଟିପିଟି ହେଲେ । କୌଣସି କଥା ଶୁଣିବା ଅବସ୍ଥାରେ ନ ଥିଲେ । ତାଙ୍କ ପାଖକୁ ଯିଏ ଯାଉଥିଲେ ଠେଲି ପକଉଥିଲେ । ସେମିତି ରାଗ ଝାଡ଼ି ଝାଡ଼ି କିଛି ସମୟ ପରେ ନବୀନ ନିବାସରୁ ବାହାରି ଆସିଥିଲେ ।

ତେବେ ସେତିକିରେ ପ୍ରଭାତ ଶାନ୍ତ ହେଲେନି । ବାହାରକୁ ଆସି ଗଣମାଧ୍ୟମ କ୍ୟାମେରା ଆଗରେ ବର୍ଷି ପକାଇଲେ । ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ଚାଲେଂଜ କରି ଦଳ ପ୍ରତି ତାଙ୍କର ଅବଦାନ କ’ଣ ବୋଲି ପ୍ରଶ୍ନ କରିଥିଲେ । ଦଳ ପାଣ୍ଠିରୁ ୪ ହଜାର କୋଟି ହଡ଼ପ ହୋଇଥିବା ଲକ୍ଷ୍ୟ କରି କହିଥିଲେ । ଏହାପରେ ନିଜର ଡିଣ୍ଡିମ ପିଟିଥିଲେ । ଦଳ ପାଇଁ ସେ ବହୁତ ଖଟିଛନ୍ତି । ତାଙ୍କ ଭଳି ବରିଷ୍ଠ ଓ କଠିନ ପରିଶ୍ରମୀ ନେତାଙ୍କୁ କାହିଁକି ରାଜ୍ୟସଭା ଟିକେଟ ଦିଆଯିବନି ବୋଲି ପରୋକ୍ଷରେ ଜଣେଇ ଦେଲେ । ତାଙ୍କ ମନ୍ତବ୍ୟରେ ପାଣ୍ଡିଆନ ଓ ସୁଜାତାଙ୍କ ନାଁରେ ପାର୍ ହେବା ପାଇଁ ଚାଲାକି କିନ୍ତୁ ଧରାପଡ଼ିଥିଲା । ବିଜେଡି ପ୍ରତି ପାଣ୍ଡିଆନ ଦମ୍ପତ୍ତିଙ୍କ ଅବଦାନ ଥିବାରୁ କାହିଁକି ରାଜ୍ୟସଭା ପଠାଯିବନି ବୋଲି ମିଛ ପ୍ରଶଂସା କରିଥିଲେ ।

ପ୍ରଭାତଙ୍କର ଏହି ଆଚରଣ ଓ ବୟାନକୁ ଅନେକ ପାଗଳାମି ବୋଲି କହିଥିଲା ବେଳେ କଡ଼ା ଜବାବ ଦେଇଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ନବୀନଙ୍କୁ ପ୍ରଶ୍ନ କରିବାକୁ ସେ କିଏ ବୋଲି ପଚାରିଥିଲେ । ନବୀନ ଉପଯୁକ୍ତ ବ୍ୟକ୍ତିଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି । ଏହାକୁ ସମସ୍ତେ ସମର୍ଥନ କରୁଛନ୍ତି । ମାତ୍ର ପ୍ରଭାତ ବିଶ୍ୱାଳ ଜଣେ ଅକୃତଜ୍ଞ ଲୋକ । ଅତୀତରେ ନବୀନ ବାବୁଙ୍କର ସେ କାର୍ କାଚ ଭାଙ୍ଗିଥିଲେ । ମିଡ ନାଇଟ୍ ଅପରେସନ୍ ରେ ସାମିଲ ଥିଲେ । ତାହାପରେ ବି ନବୀନ ବାବୁ ତାଙ୍କ ପୁଅକୁ ଦୁଇ ଥର ଟିକେଟ୍ ଦେଇଛନ୍ତି । ଏଭଳି ଅକୃତଜ୍ଞ ଲୋକଙ୍କୁ କ୍ଷମା କରିବା କଥା ନୁହେଁ ବୋଲି ଦେବାଶିଷ ଟୁଇଟ୍ କରିଥିଲେ ।

Continue Reading
Previous Post

ମାଷ୍ଟର ଷ୍ଟ୍ରୋକ୍ ଖେଳିଲେ ନବୀନ

Next Post

ଦେବାଶିଷ ମଦୁଆ, ଗୁଣ୍ଡା: ପ୍ରଭାତ ବିଶ୍ୱାଳ

Next Post
ଦେବାଶିଷ ମଦୁଆ, ଗୁଣ୍ଡା: ପ୍ରଭାତ ବିଶ୍ୱାଳ

ଦେବାଶିଷ ମଦୁଆ, ଗୁଣ୍ଡା: ପ୍ରଭାତ ବିଶ୍ୱାଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA