Tuesday, February 24, 2026 03:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦିଲ୍ଲୀରେ ଦ୍ରୌପଦୀ, କାଲି ନାମାଙ୍କନ

ବିଜେଡି ପ୍ରସ୍ତାବକ, ଉପସ୍ଥିତ ରହିବେ ଦୁଇ କ୍ୟାବିନେଟ୍ ମନ୍ତ୍ରୀ

by Our Correspondent
23 Jun, 2022- 02:53 PM
in Latest News, News
1 min read
0
ଦିଲ୍ଲୀରେ ଦ୍ରୌପଦୀ, କାଲି ନାମାଙ୍କନ

ଭୁବନେଶ୍ୱର: ରାଇସିନା ରେସ୍ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପଦ ପାଇଁ ଆସନ୍ତାକାଲି ସେ ନାମାଙ୍କନପତ୍ର ଦାଖଲ କରିବେ । ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟାରେ ବିଜେଡି ସାମିଲ ହୋଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଶ୍ରୀମତୀ ଟୁକୁନି ସାହୁ ନାମାଙ୍କନପତ୍ରରେ ପ୍ରସ୍ତାବକ ଭାବେ ଦସ୍ତଖତ କରିଛନ୍ତି । ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ ବେଳେ ଏହି ଦୁଇ ମନ୍ତ୍ରୀ ସେଠାରେ ଉପସ୍ଥିତ ରହିବେ ।

ଗତକାଲି ଅପରାହ୍ନରେ ରାଇରଙ୍ଗପୁରସ୍ଥିତ ବାସଭବନରୁ ଜେଡ୍ ପ୍ଲସ ସୁରକ୍ଷାରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ଦ୍ରୌପଦୀ । ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପାଇଁ ବାଟ ସାରା ଲୋକଙ୍କ ଭିଡ଼ ଜମିଥିଲା । ସଂଧ୍ୟା ପ୍ରାୟ ୮ଟା ବେଳେ ସେ ଭୁବନେଶ୍ୱରରେ ପହଞ୍ଚିଥିଲେ । ଏମସିଏଲ୍ ଅତିଥି ଭବନରେ ତାଙ୍କ ରହଣୀ ବ୍ୟବସ୍ଥା ହୋଇଥିଲା । ସେଠାରେ ଦ୍ରୌପଦୀ ପହଞ୍ଚିଲା ମାତ୍ରେ ବହୁ ଶୁଭେଚ୍ଛୁଙ୍କ ଗହଳି ହୋଇଥିଲା । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଦଳୀୟ ନେତୃବୃନ୍ଦ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ । 

ଆଜି ବଡି ସକାଳୁ ମଧ୍ୟ ସେଠାରେ ଗହଳି ଆରମ୍ଭ ହୋଇଯାଇଥିଲା । ସୁରକ୍ଷା ବଳୟ ଭିତରେ ଥିବା ଦ୍ରୌପଦୀ ଯେତେ ସମ୍ଭବ ସମସ୍ତଙ୍କ ସହ ମିଶିବାକୁ ଚେଷ୍ଟା କରିଥିଲେ । ଗତକାଲି ରାତିରେ ଓ ଆଜି ସକାଳେ ପ୍ରଜାପିତା ବ୍ରହ୍ମାକୁମାରୀ ଭଉଣୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇଥିଲେ ଦ୍ରୌପଦୀ । ସକାଳ ୯.୩୦ ରେ ସେ ଏମସିଏଲ୍ ଅତିଥି ଭବନରୁ ବାହାରିଥିଲେ । ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବହୁତ ବଡ଼ ଆୟୋଜନ ହୋଇଥିଲା । ଆଦିବାସୀ ପାରମ୍ପରିକ ନୃତ୍ୟଗୀତରେ ଫାଟି ପଡ଼ିଥିଲା ବିମାନ ବନ୍ଦର ଅଞ୍ଚଳ ।

୧୦.୪୦ ରେ ଭିସ୍ତାରା ବିମାନରେ ଦିଲ୍ଲୀ ଯାତ୍ରା କରିଥିଲେ ଦ୍ରୌପଦୀ । ଦିଲ୍ଲୀରେ ପହଞ୍ଚିଲା ପରେ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବର୍ତ୍ତମାନ ଓଡ଼ିଶା ଭବନରେ ଅବସ୍ଥାନ କରୁଛନ୍ତି ସେ । ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ନେତାମାନଙ୍କର ଗହଳି ଲାଗି ରହିଛି । ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ସେ ଭେଟିବାର କାର୍ଯ୍ୟକ୍ରମ ଅଛି ।

ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦିଲ୍ଲୀରେ ପହଞ୍ଚି ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ନାମାଙ୍କନପତ୍ରରେ ଦସ୍ତଖତ କରିଥିଲେ । ସାଂସଦ ଡ. ସସ୍ମିତ୍ ପାତ୍ର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ ବେଳେ ଓଡିଶାର ଏହି ଦୁଇ କ୍ୟାବିନେଟ୍ ମନ୍ତ୍ରୀ ଉପସ୍ଥିତ ରହିବେ । ରାଜ୍ୟରୁ ବିଜେପିର ୧୦ ଜଣ ବିଧାୟକ ମଧ୍ୟ ଉପସ୍ଥିତ ରହିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

Previous Post

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Next Post

ଦ୍ରୌପଦୀଙ୍କୁ ସମର୍ଥନ ଦେବନି କଂଗ୍ରେସ

Next Post
ଦ୍ରୌପଦୀଙ୍କୁ ସମର୍ଥନ ଦେବନି କଂଗ୍ରେସ

ଦ୍ରୌପଦୀଙ୍କୁ ସମର୍ଥନ ଦେବନି କଂଗ୍ରେସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA