Friday, January 16, 2026 08:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏହା ଓଡ଼ିଶା ସରକାର ନୁହେଁ, ଅଦାନୀ ସରକାର

ଭୁବନେଶ୍ୱର ସମାବେଶରେ ରାହୁଲ ଗାନ୍ଧୀ

by Our Correspondent
11 Jul, 2025- 05:58 PM
in Latest News, News, Politics
1 min read
0
ଏହା ଓଡ଼ିଶା ସରକାର ନୁହେଁ, ଅଦାନୀ ସରକାର

କର୍ମୀଙ୍କୁ ଆହ୍ୱାନ- ଲଢ଼ନ୍ତୁ, ମୁଁ ସାଙ୍ଗରେ ଅଛି

ଭୁବନେଶ୍ୱର: କଂଗ୍ରେସର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀ ଆଜି ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଉଦବୋଧନ ଦେଇ ଡବଲ୍ ଇଞ୍ଜିନ୍ ସରକାରଙ୍କ ପୋଲ୍ ଖୋଲିଛନ୍ତି । ରାହୁଲ କହିଛନ୍ତି ଯେ ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଆରବପତିଙ୍କ ସରକାର । ବିପୁଳ ସମ୍ପଦଭରା ଓଡ଼ିଶାକୁ ଅଦାନୀଙ୍କ ଭଳି ୫/୬ ଜଣ ଉଦ୍ୟୋଗପତିଙ୍କୁ ଲୁଟିବାକୁ ଛାଡ଼ି ଦିଆଯାଇଛି । ଓଡ଼ିଶାର ଜଳ, ଜଙ୍ଗଲ, ଜମି ଏବଂ ଭବିଷ୍ୟତ ସେମାନେ ଲୁଟିବାକୁ ବସିଛନ୍ତି । ଅଦାନୀଙ୍କ ପାଇଁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ବି ଅଟକେଇ ଦିଆଯାଉଛି । ଏଭଳି ଆରବପତିଙ୍କ ସରକାରକୁ ହଟାଇବାକୁ ପଡ଼ିବ । ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ଅଛି । ଆପଣମାନେ ଆଗକୁ ବଢ଼ନ୍ତୁ । ଲଢ଼ନ୍ତୁ । ଓଡ଼ିଶାର ଭାଗ୍ୟ ବଦଳାନ୍ତୁ ବୋଲି କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ରାହୁଲ ।

ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ବିଜେପି ସରକାରର ଜନମାରଣ ନୀତି ଉପରେ ବର୍ଷିଥିଲେ । କହିଥିଲେ, ଓଡ଼ିଶାରେ ବିଜେପି ସରକାରଙ୍କ ଏକମାତ୍ର କାର୍ଯ୍ୟ ହୋଇଛି ଗରିବ ଲୋକଙ୍କ ଧନସମ୍ପଦ ଲୁଟିବା । ପ୍ରଥମେ ବିଜେଡି ସରକାର ଲୁଟୁଥିଲା । ଏବେ ବିଜେପି ସରକାର ଲୁଟୁଛି । ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି । ମହାରାଷ୍ଟ୍ରରେ ନିର୍ବାଚନ ଚୋରି କରି ସରକାର ଗଢ଼ିଛି । ସେଠାରେ ୧ କୋଟି ନୂଆ ଭୋଟର କୁଆଡ଼େ ଆସିଲେ ତାହାର ଉତ୍ତର ମିଳୁନି । ମହାରାଷ୍ଟ୍ର ଭଳି ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି । ନିର୍ବାଚନ କମିସନ ମୋଦୀ ସରକାରଙ୍କ ହାତବାରିସୀ ହୋଇ ଷଡ଼ଯନ୍ତ୍ର ରଚିଛନ୍ତି । ଓଡ଼ିଶାରେ ମଧ୍ୟ ବିଜେପିର ସେହି ମଡେଲ୍ ।

ରାହୁଲ କହିଥିଲେ, ଓଡ଼ିଶାରେ ୫/୬ ଟି କମ୍ପାନୀ ରାଜ୍ୟକୁ ଲୁଟିବା ପାଇଁ ଛାଡ଼ି ଦିଆଯାଇଛି । ଆଦିବାସୀଙ୍କ ଜଳ, ଜଙ୍ଗଲ, ଜମିକୁ ସରକାର ଏହି ସବୁ ବଡ଼ ବଡ଼ କମ୍ପାନୀ ହାତକୁ ଟେକି ଦେବାକୁ ବସିଛନ୍ତି । ଓଡ଼ିଶାର ଜନତାଙ୍କ ପାଇଁ ବିକାଶ ହେବା ବଦଳରେ ଅଦାନୀଙ୍କ ଭଳି ଧନୀକଙ୍କ ସମ୍ପତ୍ତି ବଢ଼ାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ମାତ୍ର ଗରିବ, ଚାଷୀ, ମହିଳାଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି । ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇଛନ୍ତି । ଏମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି । ପ୍ରତିଦିନ ୧୫ ମହିଳାଙ୍କୁ ଦୁଷ୍କର୍ମ ହେଉଛି । ହେଲେ ସରକାରର କିଛି ଦେଣନେଣ ନାହିଁ ।

ରଥଯାତ୍ରା ବିଭ୍ରାଟ୍ କୁ ନେଇ ରାହୁଲ ସିଧାସଳଖ ଗୌତମ ଅଦାନୀଙ୍କ ନାଁ ନେଇଥିଲେ । କହିଥିଲେ, ଅଦାନୀ ଓଡ଼ିଶା ସରକାର ଓ ମୋଦୀଙ୍କୁ ଚଳାଉଛନ୍ତି । ଅଦାନୀ ଆଉ ତାଙ୍କ ପରିବାର ପାଇଁ ମହାପ୍ରଭୁଙ୍କ ରଥ ଅଟକାଯାଉଛି । ଏହା ଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳ । ଏଥିରୁ ବୁଝନ୍ତୁ ଓଡ଼ିଶାରେ ସରକାର କିଏ ଚଳାଉଛି । ଏହା ଆପଣଙ୍କ ନୁହେଁ, ଆରବପତିଙ୍କ ସରକାର । ଏହାର ଲକ୍ଷ୍ୟ ଆପଣଙ୍କ ଜମି, ଜଙ୍ଗଲ ଆଉ ଭବିଷ୍ୟତକୁ ଲୁଟିବା ବୋଲି ରାହୁଲ କହିଥିଲେ ।

ରାହୁଲ କହିଥିଲେ ଯେ ବିକାଶ ଓଡ଼ିଶାର ଜନତାଙ୍କ ପାଇଁ କରିବା ଉଚିତ୍ । ଏଠାକାର ସରକାର ଜଙ୍ଗଲ, ଜମିରୁ ଆପଣଙ୍କୁ ହଟାଉଛି । ତେବେ ନିର୍ଯ୍ୟାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହୋଇ ରହିବ । ଆପଣଙ୍କ ଜମି ପଟ୍ଟା କଂଗ୍ରେସ ହିଁ ଫେରସ୍ତ କରିବ । ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ଚାହୁଁଛି । ଏଠାକାର ସରକାରକୁ ହଟାଇବାକୁ ଚାହୁଁଛି । କଂଗ୍ରେସର ଲକ୍ଷ୍ୟ ବିକାଶରେ । ଯେତେବେଳେ ବି ଯାହା ହେବ ଆପଣମାନେ ମୋତେ ଡାକିଲେ ମୁଁ ଆସିବି, ଆପଣଙ୍କ ସହ ଛିଡ଼ା ହେବି । ଆପଣମାନେ ଆସନ୍ତୁ । ଆଗକୁ ବଢ଼ନ୍ତୁ । ଓଡ଼ିଶାର ଭାଗ୍ୟ ବଦଳାନ୍ତୁ ବୋଲି ସେ ଆହ୍ୱାନ କରିଥିଲେ ।

ରାହୁଲ ତାଙ୍କ ଭାଷଣରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ବିଷୟ ଉଲ୍ଲେଖ କରିଥିଲେ । କହିଥିଲେ, ଡ୍ରାଇଭରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା ହୋଇଥିଲା । କଂଗ୍ରେସ ସମାବେଶକୁ ଭଣ୍ଡୁର ପାଇଁ ଉଦ୍ୟମ ହୋଇଥିଲା । ମାତ୍ର ଡ୍ରାଇଭର ସଂଘ ତାଙ୍କ କଥା ନ ଶୁଣି କଂଗ୍ରେସକୁ ସମର୍ଥନ କରିଥିବାରୁ ହୃଦୟରୁ ଧନ୍ୟବାଦ । ଡ୍ରାଇଭର ସଂଘର ଦାବି ପୂରଣ ଜରୁରୀ ବୋଲି ସେ କହିଥିଲେ ।

ଏଆଇସିସି ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ତାଙ୍କ ଭାଷଣରେ ଓଡ଼ିଶାକୁ ବିଜେପିର ଅବଦାନ କ’ଣ ବୋଲି ପ୍ରଶ୍ନ କରିଥିଲେ । ସେ କହିଥିଲେ, ଭୁବନେଶ୍ୱରକୁ ରାଜଧାନୀ ନେହେରୁ କରିଥିଲେ । ଭୁବନେଶ୍ୱର ଏମସ୍ କଂଗ୍ରେସ ସରକାର ଅମଳରେ ହୋଇଛି । ଭୁବନେଶ୍ୱରରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ କଂଗ୍ରେସ ସରକାର କରିଛନ୍ତି । ଜଙ୍ଗଲ, ଜମି ଆଇନ କଂଗ୍ରେସ କରିଥିଲା । ସର୍ବୋପରି ରାଜ୍ୟ ତଥା ଦେଶରେ ଯାହା ବିକାଶ ହୋଇଛି, ସବୁ କଂଗ୍ରେସ ଅମଳରେ ହୋଇଛି । ମାତ୍ର ବିଜେପି ଖାଲିଟାରେ ଶ୍ରେୟ ନେବାକୁ ଚେଷ୍ଟା କରୁଛି ।

ସିବିଆଇ ଏବଂ ଇଡିକୁ ପ୍ରଧାନମନ୍ତ୍ରୀ ମୋଦୀ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବାରୁ ସେ ତୀବ୍ର ସମାଲୋଚନା କରିଥିଲେ । ମୋଦୀ ଏ ଯାଏଁ ମଣିପୁର କାହିଁକି ଯାଇନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ସେହିଭଳି ଗୋପାଳପୁର ଗଣଦୁଷ୍କର୍ମ ମାମଲା ଏବଂ ସରକାରୀ ଅଧିକାରୀଙ୍କୁ ମାଡ଼ ପ୍ରସଙ୍ଗ ଉଠାଇ ଓଡ଼ିଶାର ଡବଲ୍ ଇଞ୍ଜିନ୍ ସରକାରଙ୍କ ଉପରେ ବର୍ଷିଥିଲେ ଖଡଗେ ।

ପିସିସି ସଭାପତି ଭକ୍ତ ଚରଣ ଦାସ ତାଙ୍କ ସ୍ୱାଗତ ଭାଷଣରେ ଡବଲ ଇଞ୍ଜିନ୍ ସରକାର ବିରୋଧରେ ଅଗ୍ନିବର୍ଷି ଭାଷଣ ଦେଇଥିଲେ । ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ଅନ୍ୟାୟ ଅନୀତି ବିରୋଧରେ ଜବରଦସ୍ତ ଲଢ଼େଇ ହେବ ବୋଲି ଘୋଷଣା କରିଥିଲେ ।

ସଭାରେ ଏଆଇସିସି ସମ୍ପାଦକ(ସଂଗଠନ) କେ.ସି.ଭେନୁଗୋପାଳ, ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ସମେତ ରାଜ୍ୟର ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବା ପାଇଁ ରାହୁଲ ଗାନ୍ଧୀ ଆଜି ଭୁବନେଶ୍ୱରରେ ପହଞ୍ଚିଲା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଭାସ୍ଥଳ ବରମୁଣ୍ଡା ପଡ଼ିଆ ଯାଏଁ ବିଭିନ୍ନ ଛକରେ ଦଳୀୟ କର୍ମୀମାନେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ରାହୁଲଙ୍କୁ ଦେଖିବା ପାଇଁ ରାସ୍ତା କଡ଼ରେ ପ୍ରବଳ ଭିଡ଼ ହୋଇଥିଲା । ବରମୁଣ୍ଡାରେ ରାହୁଲଙ୍କ ସଭା ଜନସମୁଦ୍ର ପାଲଟିଥିଲା ।

ରାଜ୍ୟରେ ବିଜେପି ସରକାର ଆସିଲା ପରେ ରାହୁଲଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବା ବେଳେ ତାଙ୍କୁ ଶୁଣିବା ଏବଂ ସମାବେଶକୁ ସଫଳ କରିବା ପାଇଁ ବିଭିନ୍ନ ସ୍ଥାନରୁ ଦଳୀୟ ନେତା ଓ କର୍ମୀଙ୍କର ଏଭଳି ସୁଅ ବିଜେପି ଏବଂ ବିଜେଡି ଶିବିରିକୁ ଚକିତ କରିଛି । ଓଡ଼ିଶାରେ କଂଗ୍ରେସର ପୁର୍ନଅଭ୍ୟୁଦୟର ଏହା ଆଭାସ ବୋଲି କୁହାଯାଉଛି ।

 

Previous Post

କିଟ୍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୪୦ ଖେଳାଳି

Next Post

କେହି ଶୁଣିଲେନି: ଜୀବନକୁ ଛାର କରିଦେଲେ କଲେଜ ଛାତ୍ରୀ

Next Post
କେହି ଶୁଣିଲେନି: ଜୀବନକୁ ଛାର କରିଦେଲେ କଲେଜ ଛାତ୍ରୀ

କେହି ଶୁଣିଲେନି: ଜୀବନକୁ ଛାର କରିଦେଲେ କଲେଜ ଛାତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA