Thursday, February 5, 2026 09:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ରାକେଶ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ

ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି

by Our Correspondent
30 Jan, 2026- 11:42 PM
in Crime, Latest News, News
1 min read
0
ରାକେଶ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ମାତ୍ର ୬ ମାସ ତଳେ ବିବାହ କରିଥିବା ସ୍ୱାମୀଙ୍କର ମୃତ୍ୟୁ ତାଙ୍କୁ ଗ୍ରହଣ ହେଲାନି । ଦୁଃଖରେ ଭାଙ୍ଗିପଡ଼ିଲେ । ପେଟରେ ଧରିଥିବା ଛୁଆର ଭବିଷ୍ୟତ ନେଇ ଚିନ୍ତିତ ହୋଇପଡ଼ିଲେ । ଶେଷରେ ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇ ଫାଶି ଦେଇଦେଲେ । ତାଙ୍କର ଆୟୁଷ ପୂରି ନ ଥିଲା ବୋଧହୁଏ । ଭଗବାନଙ୍କ କୃପାରୁ ତାଙ୍କ ଜୀବନ ରହିଯାଇଛି । ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏକ ଦୁଃଖୀ ପରିବାରର ଏହି କରୁଣ କାହାଣୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆଖିରେ ଲୁହ ଭରିଦେଇଛି । ପରିବାରର ଏହି ଅବସ୍ଥା ପାଇଁ ଇମ୍ଫା କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଏବଂ ହୃଦୟହୀନତାକୁ ସମସ୍ତେ ଦାୟୀ କରିଛନ୍ତି ।

ଆତ୍ମହତ୍ୟା ଉଦ୍ୟମ କରିଥିବା ଏହି ମହିଳା ହେଉଛନ୍ତି ଦୁଇଦିନ ତଳେ ମୃତ୍ୟୁବରଣ କରିଥିବା ଚୌଦ୍ୱାରସ୍ଥିତ ଇମ୍ଫା କମ୍ପାନୀ ଶ୍ରମିକ ରାକେଶ ମୁଦୁଲିଙ୍କ ପତ୍ନୀ ସୋନାଲି ମୁଦୁଲି(୨୨) । ବର୍ତ୍ତମାନ କଟକ ବଡ଼ ଡାକ୍ତରଖାନାରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଡାକ୍ତରମାନଙ୍କ ଉଦ୍ୟମ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିଲେ ମଧ୍ୟ ବିପଦମୁକ୍ତ ହୋଇନାହାନ୍ତି । ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଗତ ୨୮ ତାରିଖରେ ସ୍ୱାମୀଙ୍କର ଅକାଳ ମୃତ୍ୟୁ ପରଠାରୁ ଦୁଃଖରେ ଭାଙ୍ଗିପଡ଼ିଥିଲେ ଗର୍ଭବତୀ ସୋନାଲି । ତାଙ୍କୁ ପରିବାର ଲୋକ ଶାନ୍ତ୍ୱନା ଦେଇ ସମ୍ଭାଳିଥିଲେ । ଆଜି ସକାଳେ ଘର ବାରଣ୍ଡାରେ ବସିଥିବା ବେଳେ ହଠାତ୍ କୋଠରୀ ଭିତରକୁ ଯାଇ ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ ଏବଂ ଫ୍ୟାନ୍ ରେ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଘରଲୋକଙ୍କ ସନ୍ଦେହ ହେବାରୁ ସେମାନେ କବାଟ ଭାଙ୍ଗି ଭିତରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ତୁରନ୍ତ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଆଣିଲା ପରେ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଯାଇଛନ୍ତି । ତାଙ୍କର ଚିକିତ୍ସା ଜାରି ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ।

ସୋନାଲିଙ୍କ ଏହି ଅବସ୍ଥା ପାଇଁ ପରିବାର ଲୋକେ ଇମ୍ଫା କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ରାକେଶଙ୍କ ଜୀବନକୁ କମ୍ପାନୀ ମାତ୍ର ୫ ଲକ୍ଷ ଟଙ୍କାରେ ତଉଲିଛନ୍ତି । ୬ ମାସ ତଳେ ତାଙ୍କର ବିବାହ ହୋଇଛି । ପତ୍ନୀ ସୋନାଲି ଏବେ ଗର୍ଭବତୀ । ସ୍ୱାମୀଙ୍କ ରୋଜଗାର ଉପରେ ପରିବାର ଚଳୁଥିଲା । ସ୍ୱାମୀ ଚାଲିଗଲା ପରେ ତାଙ୍କୁ ଚତୁର୍ଦ୍ଦିଗ ଅନ୍ଧାର ଦିଶିଲା । କମ୍ପାନୀ ବାଲା ତାଙ୍କ ସ୍ୱାମୀଙ୍କୁ ନ୍ୟାୟ ଦେବା ବଦଳରେ କ୍ଷତିପୂରଣ ବାବଦ ୫ ଲକ୍ଷ ଟଙ୍କା ଦେବା ତାଙ୍କୁ ଆହୁରି କଷ୍ଟ ଓ ଅପମାନ ଦେଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏ ନେଇ ମୃତ ରାକେଶଙ୍କ ଦାଦା ଏବଂ ଭାଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । କର୍ମଚାରୀଙ୍କ ପ୍ରତି ଇମ୍ଫାର ଦରଦ ନାହିଁ ବୋଲି କାନ୍ଦି କାନ୍ଦି କହିଛନ୍ତି ।

ସୂଚନାଥାଉକି, ଇମ୍ଫା କମ୍ପାନୀର ୱେଲଡିଂ କାର୍ଯ୍ୟରେ ନିୟୋଜିତ ଚୌଦ୍ୱାର ଅନ୍ତର୍ଗତ ବାଣୀପଦା ପଞ୍ଚାୟତ ଚାଙ୍ଗୁଡିଆ ଗ୍ରାମର ରାକେଶ ମୁଦୁଲି(୩୫)ଙ୍କର ଗତ ୨୮ ତାରିଖରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । କମ୍ପାନୀ ବାବୁମାନଙ୍କର ଦେଖା ନ ମିଳିବାରୁ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ମୃତ୍ୟୁର ସଠିକ୍ ତଦନ୍ତ ଏବଂ ୫୦ ଲକ୍ଷ କ୍ଷତିପୂରଣ ଦାବିରେ ଇମ୍ଫା ଗେଟ୍ ଆଗରେ ପରିବାର ଓ ସମ୍ପର୍କୀୟମାନେ ଧାରଣା ଦେଇଥିଲେ । ୧୦ ଘଣ୍ଟା ପରେ ଇମ୍ଫା କର୍ତ୍ତୃପକ୍ଷ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ସାନଭାଇକୁ ଚାକିରି ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଧାରଣାରୁ ହଟାଇ ଦେଇଥିଲେ ।

ଇମ୍ଫା କମ୍ପାନୀର ଏହି ଅମାନବୀୟ କାର୍ଯ୍ୟକୁ ନେଇ ତାଙ୍କ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ୫୦ ଲକ୍ଷ କ୍ଷତିପୂରଣ ମାଗିଥିଲୁ, ହେଲେ ୫ ଲକ୍ଷ ଟଙ୍କା ଦେଇ ଆମକୁ ଭଣ୍ଡାଇଦେଲେ । ସେହି ଟଙ୍କା ପୁଣି କମ୍ପାନୀର ଠିକାଦାର ଦେଇଛନ୍ତି ବୋଲି ରାକେଶଙ୍କ ଦାଦା ଲକ୍ଷ୍ମଣ ମୁଦୁଲି ଅଭିଯୋଗ କରିଥିଲେ । ଇମ୍ଫା ମାଲିକଙ୍କ ପାଇଁ କ’ଣ ଜଣେ ଶ୍ରମିକଙ୍କ ଜୀବନର ମୂଲ୍ୟ ୫ ଲକ୍ଷ ଟଙ୍କା କି ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଥିଲେ ।

Previous Post

୧୮ ମାସରେ ୯୧, ୦୦୦ କୋଟି ଟଙ୍କା ଋଣ

Next Post

୧୨ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

Next Post
୧୨ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

୧୨ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19156 shares
    Share 7662 Tweet 4789
  • ନବୀନ..ନବୀନ, ମୋହନ..ମୋହନ

    16595 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5812 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA