Wednesday, March 4, 2026 05:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Health

ବିରଳ ଅସ୍ତ୍ରୋପଚାର ସବୁ ସ୍ଥାନରେ ସମ୍ଭବ: ଡକ୍ଟର ଶୈଲେଶ

by Our Correspondent
22 Mar, 2025- 11:40 PM
in Health, News
1 min read
0
ବିରଳ ଅସ୍ତ୍ରୋପଚାର ସବୁ ସ୍ଥାନରେ ସମ୍ଭବ: ଡକ୍ଟର ଶୈଲେଶ

ଭୁବନେଶ୍ୱର: ଆଧୁନିକ ଅସ୍ତ୍ରୋପଚାର ପଦ୍ଧତିର ଉଦ୍ଭାବନ ଦ୍ୱାରା ବର୍ତମାନ ଛୋଟ ଛୋଟ ସହରରେ ମଧ୍ୟ ବିରଳ ଅସ୍ତ୍ରୋପଚାର ସମ୍ଭବପର ହୋଇପାରୁଛି । ଏହା ରୋଗୀମାନଙ୍କ ପାଇଁ ବେଶ ଆସ୍ୱସ୍ତିକର ବୋଲି କହିଛନ୍ତି ଭାରତର ପ୍ରଥମ ରୋବୋଟିକ୍ ଅଙ୍କୋସର୍ଜନ ଡକ୍ଟର ଶୈଲେଶ ପୁନ୍ଟାମ୍ବେକର ।

କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ନିମନ୍ତେ ଲାପାରୋସ୍କୋପିକ୍ ରାଡିକାଲ୍ ହିଷ୍ଟେରେକ୍ଟୋମି ପଦ୍ଧତିର ପ୍ରୟୋଗ କ୍ଷେତ୍ରରେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ‘ପୁନେ ଟେକ୍ନିକ୍’ ଡାକ୍ତର ପୁନ୍ଟାମ୍ବେକରଙ୍କ ଦ୍ୱାରା ହିଁ ଆରମ୍ଭ କରାଯାଇଥିଲା । ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗ ଦ୍ୱାରା ଆୟୋଜିତ ‘ଆଡ୍ଭାନ୍ସଡ ମିନିମାଲ୍ ଇନ୍ଭାସିଭ୍ ସର୍ଜରୀ’ କର୍ମଶାଳାରେ ଯୋଗ ଦେଇ ଏହି ବିଶିଷ୍ଟ ସର୍ଜନ କହିଥିଲେ ଯେ ନୂତନ ପ୍ରୟୋଗର ଉଦ୍ଭାବନ ହେତୁ ଏହି ପ୍ରକ୍ରିୟା ଏବେ ଯେ କୌଣସି ସ୍ଥାନରେ ମଧ୍ୟ ଉପଲବ୍ଧ ହୋଇପାରିବ ।

ଏହି କର୍ମଶାଳାରେ ଡାକ୍ତର ପୁନ୍ଟାମ୍ବେକର ଦୁଇ ଜଣ ରୋଗୀଙ୍କ ଶରୀରରେ ଲାଇଭ ଲାପାରୋସ୍କୋପିକ୍ ରାଡିକାଲ୍ ହିଷ୍ଟେରେକ୍ଟୋମି କରି ଉପସ୍ଥିତ ଡାକ୍ତର ଓ ଛାତ୍ରଛାତ୍ରୀଙ୍କୁ ଏହି ପ୍ରକି୍ରୟା ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିଥିଲେ । ୨୦୦୩ ମସିହାରେ ସେ ପ୍ରଥମ କରି ଏହି ଅସ୍ତ୍ରୋପଚାର କରିଥିଲେ ବୋଲି କହିଥିଲେ ।

ନିଜର ପ୍ରଥମ ଲାପାରୋସ୍କୋପିକ୍ ରାଡିକାଲ୍ ହିଷ୍ଟେରେକ୍ଟୋମି ପ୍ରକ୍ରିୟା ସମ୍ପର୍କରେ ଅନୁଭୂତି ବଖାଣି ଡାକ୍ତର ପୁନ୍ଟାମ୍ବେକର କହିଥିଲେ ଯେ ତାଙ୍କର ବିଶେଷ ପରିଚୟ ନ ଥାଇ ମଧ୍ୟ ସେ ଚିକିତ୍ସା କରୁଥିବା ରୋଗୀଙ୍କର ତାଙ୍କ ଉପରେ ଅତୁଟ ବିଶ୍ୱାସ ଥିବାରୁ ସେ ଏହି ବିରଳ ଅସ୍ତ୍ରୋପଚାର ସଫଳତାର ସହ କରିପାରିଥିଲେ । ୨୦୦୮ ମସିହାରେ ଏହି ନୂତନ ପ୍ରକ୍ରିୟାକୁ ନେଇ ସେ ଗୋଟିଏ ସନ୍ଦର୍ଭ ଲେଖିଥିଲେ । ଏହା ପରେ ତାଙ୍କୁ ଏହି ପ୍ରକ୍ରିୟାଟି ନିଜ ନାମରେ ନାମିତ କରିବାକୁ କୁହାଯାଇଥିଲା । ତେବେ ଏଭଳି କଲେ ଯେଉଁମାନେ ତାଙ୍କୁ ଏହି ପ୍ରୟୋଗରେ ସାହାଯ୍ୟ କରିଥିଲେ ତାଙ୍କ ପ୍ରତି ଅନ୍ୟାୟ ହେବ ବୋଲି ଚିନ୍ତାକରି ସେ ଏହି ପ୍ରକ୍ରିୟାର ନାମ ‘ପୁନେ ଟେକ୍ନିକ୍’ ଦେବା ନିମନ୍ତେ ନିଷ୍ପତି ନେଇଥିଲେ ।

ପୁନେ ସ୍ଥିତ ଗ୍ୟାଲେକ୍ସି କେୟାର ହସ୍ପିଟାଲ୍ର ପ୍ରତିଷ୍ଠାତା ଡକ୍ଟର ପୁନ୍ଟାମ୍ବେକର କହିଛନ୍ତି ଭାରତରେ ସମସ୍ତ ପ୍ରକାର କର୍କଟ ରୋଗର ୨୦ ପ୍ରତିଶତ ହେଉଛି ଜରାୟୁ କର୍କଟ । ତେଣୁ ଏହି ନୂତନ ପ୍ରକ୍ରିୟା ରୋଗୀଙ୍କ କ୍ଷେତ୍ରରେ ବେଶ ଉପକାରୀ ହୋଇପାରୁଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମନୀଷା ସାହୁ, ପ୍ରଫେସର (ଡାକ୍ତର) ବସନ୍ତ କୁମାର ପତି ଏବଂ ଫୁଲନଖରା ସ୍ଥିତ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ତାପସୀ ପତି ଉପସ୍ଥିତ ଥିଲେ ।

Previous Post

ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଆଲୋଚନା

Next Post

ତୋଇ ଓହୋମାଇ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ମଧ୍ୟରେ ବୁଝାମଣା

Next Post
ତୋଇ ଓହୋମାଇ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ମଧ୍ୟରେ ବୁଝାମଣା

ତୋଇ ଓହୋମାଇ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ମଧ୍ୟରେ ବୁଝାମଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA