Wednesday, March 4, 2026 05:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରିୟ ଚାଷୀ ଭାଈ ଓ ଭଉଣୀମାନେ….

by Our Correspondent
25 Sep, 2020- 09:32 PM
in Latest News, Media
1 min read
0
ପ୍ରିୟ ଚାଷୀ ଭାଈ ଓ ଭଉଣୀମାନେ….

ଶୁଣିଲି ଯେ ଆପଣମାନେ ସେପ୍ଟେମ୍ବର ୨୫ ତାରିଖକୁ ଭାରତ ବନ୍ଦ ଡାକରା ଦେଇଛନ୍ତି । ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବା ଆପଣମାନଙ୍କର ଲୋକତାନ୍ତ୍ରିକ ଅଧିକାର ଅଟେ । ମୋ କାମ ହେଉଛି ସରକାରଙ୍କ ସହ ଆପଣମାନଙ୍କର ବି ଭୁଲ୍ ଦର୍ଶାଇବା । ଭାରତ ବନ୍ଦ ପାଇଁ ସେପ୍ଟେମ୍ବର ୨୫ ତାରିଖକୁ ବାଛି ଆପଣମାନେ ଭୁଲ୍ କରିଛନ୍ତି । ୨୫ ସେପ୍ଟେମ୍ବରକୁ ଫିଲିମ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଡକାଯାଇଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନିଶା ସେବନ ଭଳି ଏକ ଗମ୍ଭୀର ବିଷୟକୁ ନେଇ ତାଙ୍କୁ ଏକ ଦୀର୍ଘ ପଚରାଉଚରା କରିବ । ୨୦୧୪ ପର ଠାରୁ ଯେଉଁ ନିଉଜ୍ ଚାନେଲଠାରୁ ଆପଣମାନେ ରାଷ୍ଟ୍ରବାଦ ଓ ସାଂପ୍ରଦାୟିକ ଜନମଘୁଟି ପିଇ ଆସୁଛନ୍ତି, ସେହିମାନେ ଏବେ ଆପଣମାନଙ୍କୁ ଛାଡି ଦୀପିକାର ଯିବା-ଆସିବା ଠାରୁ ଆରମ୍ଭ କରି ଖାଇବା-ପିଇବା ପର୍ଯ୍ୟନ୍ତ କଭର କରିବେ । ଅତି ବେଶିରୁ ବେଶି ଆପଣମାନେ ସେହି ଟିଭି ଚ୍ୟାନେଲ ମାନଙ୍କୁ ଏତିକି ମାତ୍ର ଅନୁରୋଧ କରିପାରିବେ ଯେ ସେମାନେ ଦୀପିକାକୁ ପଚାରନ୍ତୁ ସେ ଭାରତୀୟ କୃଷକମାନଙ୍କ ଦ୍ବାରା ଉତ୍ପାଦିତ ଖାଦ୍ୟ ଖାଆନ୍ତି ନା ଇଉରୋପର କୃଷକ ଉପୁଜାଉଥିବା ଖାଦ୍ୟ ଖାଆନ୍ତି । ବାସ୍, ଏହା ହେଉଛି ଗୋଟିଏ ମାତ୍ର ପ୍ରଶ୍ନ ଯାହା ଜରିଆରେ ୨୫ ସେପ୍ଟେମ୍ବର ଦିନ ସେମାନଙ୍କ ଦ୍ବାରା କୃଷକମାନଙ୍କ କଥା କଭର କରିବାର ସମ୍ଭାବନା ରହିଛି । ଏହାଦ୍ବାରା କୃଷକମାନଙ୍କ କଥା ବ୍ରେକିଂ ନ୍ୟୁଜ୍ ହୋଇପାରିବ । ନହେଲେ ନାହିଁ ।

ଆପଣ ଭାରତ ବନ୍ଦ କରିବେ । ଆପଣଙ୍କ ଭାରତ ବନ୍ଦ ପୂର୍ବରୁ ନିଉଜ ଚାନେଲମାନେ ଆପଣମାନଙ୍କୁ ଭାରତରେ ବନ୍ଦ କରି ସାରିଛନ୍ତି । ଚାନେଲମାନଙ୍କର ଭାରତରେ ବେରୋଜଗାର ବନ୍ଦ ଅଛି । ଯେଉଁମାନଙ୍କ ଚାକିରି ଯାଇଛି ସେମାନେ ବନ୍ଦ ଅଛନ୍ତି । ଏହି ଭଳି ଆପଣ ଚାଷୀ ମାନେ ବି ବନ୍ଦ ଅଛନ୍ତି । ଆପଣମାନଙ୍କ ପାଇଁ କିଛି ଜାଗା ହୁଏତ ଖବରକାଗଜର ଜିଲ୍ଲା ସଂସ୍କରଣରେ ବଞ୍ଚିଛି ଯେଉଁଠି ଆପଣମାନଙ୍କ ସମ୍ପର୍କରେ ଇଆଡୁ ସିଆଡୁ ଖବର ଥିବ ଯାହାର କୈାଣସି ମାନେ ନ ଥିବ । ସେହି ଖବରରେ ଆପଣଙ୍କ ଗାଁର ନାମ ଥିବ, ଆପଣମାନଙ୍କ ମଧ୍ୟରୁ ଦୁଇ ଚାରି ଜଣଙ୍କ ନାଁ ଥିବ, ଟ୍ରାକ୍ଟରର ଫଟୋ ଥିବ, ଜଣେ ବୁଢୀ ମହିଳା ବିଷୟରେ ଗୋଟିଏ କଲମର ଲେଖା ଥିବ । ଜିଲ୍ଲା ସଂସ୍କରଣର କଥା ଏଇଥିପାଇଁ କହିଲି ଯେ ଆପଣମାନେ ଆଉ ରାଷ୍ଟ୍ରୀୟ ସଂସ୍କରଣର ଯୋଗ୍ୟ ହୋଇ ରହି ନାହାନ୍ତି । ନ୍ୟୁଜ ଚାନେଲରେ ଆପଣ ସମସ୍ତଙ୍କର ଭାରତ ବନ୍ଦକୁ ସ୍ପିଡ୍ ନ୍ୟୁଜରେ ଯଦି ଜାଗା ମିଳି ଯାଏ ତେବେ ସେହି ଖୁସିରେ ଆପଣ ଗୋଟିଏ ଛୋଟ ଗାଁ ବନ୍ଦ କରି ଦିଅନ୍ତୁ ।

୨୫ ସେପ୍ଟେମ୍ବର ଦିନ ରାଷ୍ଟ୍ରୀୟ ଚାନେଲର ମଲ୍ଲିକା ଦୀପିକାଜୀ ହେବେ । ସେଦିନ ସେ ଯେତେବେଳେ ଘରୁ ବାହାରିବେ ସେତେବେଳେ ରାସ୍ତାରେ ଟ୍ରାଫିକ ପୋଲିସ ଜାଗାରେ ରିପୋର୍ଟର ଠିଆ ହୋଇଥିବେ । ଯଦି ସେ ଉଡାଜାହାଜରେ ଉଡ଼ି ମୁମ୍ବାଇରେ ପହଞ୍ଚିବେ ତାହେଲେ ଜାହଜରେ ତାଙ୍କ ବ୍ୟତୀତ ଆଉ ଯେତେ ସିଟ୍ ଖାଲି ଥିବ ସେସବୁରେ ରିପୋର୍ଟର ଥିବେ । ତାଙ୍କ ଗାଡିଠାରୁ ଆରମ୍ଭ କରି ଶାଢ଼ୀ ପର୍ଯ୍ୟନ୍ତ ଚର୍ଚ୍ଚା ହେବ । ନ୍ୟୁଜ ଚାନେଲରେ ତାଙ୍କ ଫିଲିମର ଗୀତ ଚାଲିବ । ଦୀପିକା ଯଦି କୈାଣସି ଫିଲିମରେ ମଦ କିମ୍ବା ନିଶାର ସିନ୍ କରିଥିବେ ତାହେଲେ ତାହା ହିଁ ଦିନସାରା ଚାଲିବ ।

୨୦୧୭ ମସିହା କଥା ମନେ ପକାନ୍ତୁ । ସଞ୍ଜୟ ଲୀଳା ଭଁଷାଳୀଙ୍କ ଫିଲିମ୍ ପଦ୍ମାବତ୍ ରିଲିଜ୍ ହେବାର ଥିଲା । ତାକୁ ନେଇ ଗୋଟିଏ ଜାତି ବିଶେଷର ଲୋକେ ବବାଲ୍ ତିଆରି କଲେ । ତାକୁ ନେଇ ଅନେକ ସପ୍ତାହ ଧରି ଟିଭିରେ ଡିବେଟ୍ ଚାଲିଲା । ସେତେବେଳେ ଆପଣମାନେ ବି ସେହି କଭରେଜରେ ନିଜକୁ ହଜାଇ ଦେଇଥିଲେ । ହରିଆଣା, ଗୁଜୁରାଟ ଓ ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ସେହି ଫିଲିମର ପ୍ରଦର୍ଶନ ରୋକିବା ପାଇଁ ହିଁସା ହୋଇଥିଲା । ଦୀପିକାଙ୍କର ମୁଣ୍ଡ କାଟ ପାଇଁ ୫ କୋଟି ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ସେହି ଦୀପିକା ଏବେ ଯେତେବେଳେ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ଯିବେ ସେତେବେଳେ ଚାନେଲମାନଙ୍କ କ୍ୟାମେରା ସବୁ ତାଙ୍କ ପାଦକୁ ଚୁମା ଦେବେ । ସେମାନଙ୍କ ରେଟିଙ୍ଗ୍ ଆକାଶଛୁଆଁ ହେବ । କୃଷକଙ୍କ ପ୍ରସଙ୍ଗରେ ଚାନେଲମାନଙ୍କୁ କିଛି ମିଳିବ ନାହିଁ । ଏମିତି ବି ଅନେକ ଆଙ୍କର୍ ଖାନା କମ୍ ଖାଆନ୍ତି । ସେମାନଙ୍କ ଫିଟନେସ୍ ଜଣାଉଛି ଯେ ସେମାନେ ଆପଣଙ୍କ ଖାଦ୍ୟରୁ ମୁଠିଏ ମାତ୍ର ଖାଉଥିବେ । କ୍ଷେତରେ କୀଟ ଆକ୍ରମଣ ହେବ ତ ଏହି ଆଙ୍କର୍ ମାନଙ୍କୁ ଡାକି ନେବେ । ଜଣେ ଆଙ୍କର୍ ତ ଏତେ ଜୋରରେ ହଲ୍ଲା କରୁଛି ଯେ ତା’ର ଚିତ୍କାରରେ ସବୁ କୀଟ ପାକିସ୍ତାନ ଫେରିଯିବେ । ଆପଣଙ୍କୁ ଥାଳି ବଜେଇବାକୁ କି ଡିଜେ ବଜେଇବାକୁ ଦରକାର ପଡିବ ନାହିଁ ।

୨୦୧୪ ଠାରୁ ଆପଣ ଚାଷୀଭାଇମାନେ ତ ଏହିସବୁ ନ୍ୟୁଜ୍ ଚାନେଲରେ ଦେଖି ଆସୁଛନ୍ତି । ଯେତେବେଳେ ଆଙ୍କର୍ ଗୋରକ୍ଷାକୁ ନେଇ ଭଡକାଇବା ଭଳି କଭରେଜ କରୁଥିଲେ ସେତେବେଳେ ଆପଣମାନଙ୍କର ବି ତ ରକ୍ତ ଗରମ ହେଉଥିଲା । ସେତେବେଳେ ଆପଣମାନଙ୍କୁ ଲାଗୁଥିଲା ଆପଣ ଆଉ କେତେ ସମୟ ବିଲବାଡ଼ି କରିବେ , କିଛି ଧର୍ମର ବି ରକ୍ଷା ବକ୍ଷା ହେଇଯାଉ । ଧର୍ମ ନାଁରେ ଘୃଣାର ଅଫିମ ଆପଣମାନଙ୍କୁ ଧରେଇ ଦିଆଗଲା । ବିଚାର ଜାଗାରେ ଖଣ୍ଡା ବୁଲାଇବା ପାଇଁ ଆପଣମାନଙ୍କ ମଧ୍ୟରେ ଯୋଶ୍ ଭରି ଦିଆଗଲା । ଆପଣଙ୍କୁ ଲାଗିଲା ଆପଣଙ୍କ ତାକତ ବଢି ଯାଇଛି । ଆପଣଙ୍କ ମଧ୍ୟରୁ ନବଯୁବକଙ୍କୁ ହ୍ବାଟସପ୍ ରେ ଯୋଡ଼ି ଭିଡ଼ରେ ପରିଣତ କରି ଦିଆଗଲା ।

ମୁଁ ଗଣିକରି ତ କହିପାରିବି ନାହିଁ ଯେ ଆପଣମାନଙ୍କ ମଧ୍ୟରୁ କେତେଜଣ ସେତେବେଳେ ସାମ୍ପ୍ରଦାୟିକ ହୋଇ ଯାଇଥିଲେ କିନ୍ତୁ ଯେତେଜଣ ବି ହୋଇଥିଲେ ଏବେ ତାହା ପାଇଁ ଆପଣ ସମସ୍ତଙ୍କୁ ଏବେ ମୂଲ୍ୟ ଦେବାକୁ ପଡ଼ିବ । ଏ ବାବଦରେ ଆପଣମାନଙ୍କୁ ଏଇଥିପାଇଁ ଚିଠି ଲେଖୁଛି ଯେ ୨୫ ସେପ୍ଟେମ୍ବରକୁ ଆପଣଙ୍କୁ କଭରେଜ ନ ମିଳିଲେ ଆପଣ ଆଉ ଅଭିଯୋଗ କରିବେ ନାହିଁ । ଆପଣ ଏହି ଗୋଦି ମିଡିଆରେ ଜନତାଙ୍କୁ କେବେ ଦେଖିଛନ୍ତି ଯେ ? ୧୭ ସେପ୍ଟେମ୍ବରରେ ଯେଉଁ ବେରୋଜଗାରମାନେ ଆନ୍ଦୋଳନ କରିଥିଲେ ସେମାନେ ବି ତ ଆପଣମାନଙ୍କ ପିଲା ଥିଲେ । ସେମାନଙ୍କର କ’ଣ କଭରେଜ୍ ହୋଇଥିଲା ? କ’ଣ ସେମାନଙ୍କ ବିଷୟକୁ ନେଇ ଡିବେଟ୍ ହେବା ଆପଣମାନେ ଦେଖିଛନ୍ତି ?

ମନେ ପକାନ୍ତୁ ମୁଜାଫରନଗରରେ ଯେତେବେଳେ ଦଙ୍ଗା ହୋଇଥିଲା । ଗୋଟିଏ ଘଟଣାକୁ ନେଇ କୁପ୍ରଚାର ଦ୍ବାରା କିପରି ଆପଣମାନଙ୍କ ମଧ୍ୟରେ ଘୃଣା ଭରି ଦିଆ ଯାଇଥିଲା । ଯେତେବେଳେ ଆପଣଙ୍କୁ ସାମ୍ପ୍ରଦାୟିକ ବନାଇ ଦିଆଯାଏ ସେତେବେଳେ ଆପଣଙ୍କୁ ଗୁଲାମ ବନାଇ ଦିଆଯାଇଥାଏ । ଆଜି ବି ଦୁଇ ଚାରିଟା ଗୁଜବ ଦ୍ବାରା ଆପଣମାନଙ୍କୁ ଭିଡ଼ରେ ପରିଣତ କରି ଦିଆଯାଇ ପାରିବ । ହ୍ବାଟସପରେ ନମ୍ବର ଯୋଡ଼ି ଯୋଡ଼ି ଏକ ସମୂହ ବନାଇ ଦିଆଯାଏ । ପୁଣି ଆସିବାକୁ ଲାଗିବ ଆପଣଙ୍କ ପାଖକୁ କିସମ କିସମର ମିଥ୍ୟା ମେସେଜ୍ । ଯେମିତି ଆପଣଙ୍କ ଫୋନ୍ ରେ କେତେଥର ମେସେଜ୍ ଆସିଥିବ ଯେ ନେହେରୁ ମୁସଲମାନ ଥିଲେ । ଯେଉଁମାନେ ଏସବୁ କରୁଥିଲେ ସେମାନେ ଜାଣି ସାରିଛନ୍ତି ଯେ ଆପଣମାନଙ୍କୁ ସାଂପ୍ରଦାୟିକ ବନେଇବାର କାମ ପୁରା ହୋଇ ସାରିଛି । ଆପଣ ଯେତେ ବି ଆନ୍ଦୋଳନ କରନ୍ତୁ, ସାଂପ୍ରଦାୟିକତାର ଗୋଟିଏ ବଟମ୍ ଦବାଯିବ ଏବଂ ଗାଁକୁ ଗାଁ ଭିଡ଼ରେ ପରିଣତ ହୋଇଯିବ । ଗାଁରେ ପଚାରି ନିଅନ୍ତୁ ରବୀଶକୁମାର ସତ କହିଥିଲା କି ନାହିଁ ।

ସତରେ ଆମ ଦେଶ ଆମର ବହୁତ ପ୍ରୀୟ । ଏହା ଭିତରେ ଅନେକ ଜିନିଷର ଅଭାବ ଅଛି । ଏହାର ଲୋକତନ୍ତ୍ରରେ ବି ଅନେକ ଅଭାବ ଅଛି । କିନ୍ତୁ ଏ‌ହାର ଲୋକତନ୍ତ୍ରର ପରିବେଶରେ କୈାଣସି ଅଭାବ ନଥିଲା । ମିଡ଼ିଆର ଚକ୍କରରେ ଆସି ଯେଉଁ ଗୋଷ୍ଠି ଏହାକୁ ଖତମ କରିଛନ୍ତି ସେମାନଙ୍କ ମଧ୍ୟରେ ଆପଣମାନେ ବି ଅଛନ୍ତି । ଆପଣମାନେ ଜଣକୁ ଭୋଟ ଦେଉଥିଲେ ଓ ଅନ୍ୟକୁ ପାଖରେ ବସାଉଥିଲେ । ଏବେ ଆପଣ ତାହା କରୁନାହାନ୍ତି । ଆପଣଙ୍କ ମନରୁ ବିକଳ୍ପ ଶବ୍ଦଟି ଲିଭେଇ ଦିଆଯାଇ ସରିଛି । ଆପଣ ଏବେ ଜଣକୁ ଭୋଟ ଦେଉଛନ୍ତି ଓ ଅନ୍ୟକୁ ଲାଠି ମାରି ହଟାଇ ଦେଉଛନ୍ତି । କେବଳ ଆପଣମାନେ ନୁହନ୍ତି, ଏମିତି ବହୁତ ଲୋକ କରିବାରେ ଲାଗିଛନ୍ତି । ଯେମିତି ଆପଣଙ୍କ କଥାବାର୍ତ୍ତାରୁ ବିକଳ୍ପ ଶବ୍ଦଟି ହଟି ଯାଉଛି, ସେତିକିବେଳେ ବିପକ୍ଷ ଖତମ ହୋଇ ଚାଲୁଛି । ବିପକ୍ଷ ଖତମ ହେବା ସଙ୍ଗେ ସଙ୍ଗେ ଜନତା ମଧ୍ୟ ଖତମ ହେବା ମନେ ହେଉଛି । ବିପକ୍ଷକୁ ଜନତା ତିଆରି କରେ । ବିପକ୍ଷକୁ ମାରି ଜନତା କେବେ ଠିଆ ହୋଇ ପାରିବ ନାହିଁ । ମୋର ଏହି କଥାକୁ ଗାଢ଼ ରଙ୍ଗରେ ନିଜ ଗାଁର କାନ୍ଥରେ ଲେଖି ଦିଅନ୍ତୁ ଏବଂ ପିଲାମାନଙ୍କୁ କହି ଦିଅନ୍ତୁ ଯେ ଆପଣମାନଙ୍କ ଦ୍ବାରା ଭୁଲ୍ ହୋଇ ଯାଇଛି ଯାହା ସେମାନେ ଯେମିତି ନ କରିବେ ।

କୃଷକମାନଙ୍କ ପାଖରେ କେବେ ବି କୈାଣସି ତାକତ ନଥିଲା । ଗୋଟିଏ ବୋଲି ତାକତ ଥିଲା ଯେ ସେମାନେ ହେଉଛନ୍ତି କୃଷକ । କୃଷକର ଅର୍ଥ ଜନତା । କୃଷକ ରାସ୍ତାକୁ ଓହ୍ଲାଇବ, ଏହା ଗୋଟିଏ ସମୟରେ ଏକ ଶକ୍ତ ଚେତାବନୀ ହେଉଥିଲା । ହେଡଲାଇନ୍ ହେଉଥିଲା । ଖବରକାଗଜ ଠାରୁ ଆରମ୍ଭ କରି ନ୍ୟୁଜ୍ ଚାନେଲ ପର୍ଯ୍ୟନ୍ତ ଥରୁଥିଲେ । ଏବେ ଆପଣ ଆଉ ଜନତା ନୁହଁନ୍ତି । ଯେତେବେଳେ ଆପଣ ଜନତା ବନିବାକୁ ଚେଷ୍ଟା କରିବେ ଚାନେଲଗୁଡିକରେ ଦୀପିକା ର କଭରେଜ ବଢିଯିବ । ଏହା ସହିତ ଆପଣଙ୍କ ପିଠିରେ ଲାଠି ଚାଲିବା ଆରମ୍ଭ ହୋଇଯିବ । ମୋକଦ୍ଦମା ରୁଜ୍ଜୁ ହେବା ଆରମ୍ଭ ହୋଇଯିବ । ଭାରତ ବନ୍ଦ ସମୟରେ ଆପଣଙ୍କୁ ଖୁବ୍ କ୍ୟାମେରାମ୍ୟାନ୍ ଦେଖାଯିବେ କିନ୍ତୁ କଭରେଜ ଦେଖାଯିବ ନାହିଁ । ଏଣୁ ନିଜ ଭାରତ ବନ୍ଦ ଆନ୍ଦୋଳନର ଭିଡିଓ ବନେଇ ନିଅନ୍ତୁ ଯେପରି କି ଆପଣଙ୍କ ଗାଁରେ ଭାଇରାଲ୍ ହୋଇ ପାରିବ ।

ଆପଣଙ୍କୁ ଏହି ଚାନେଲମାନେ ଏକ ଶସ୍ତା ଭିଡ଼ରେ ପରିଣତ କରି ଦେଇଛନ୍ତି । ଆପଣ ସହଜରେ ସେହି ଭିଡରୁ ବାହାରି ଆସି ପାରିବେ ନାହିଁ । ମୋ କଥାରେ ଯଦି ବିଶ୍ବାସ ନ ହେଉଛି ତେବେ ଚେଷ୍ଟା କରି ଦେଖି ନିଅନ୍ତୁ । ମୋଦିଜୀ କହିଛନ୍ତି ଯେ ଏହି ତିନୋଟି କାନୁନ୍ ଆପଣମାନଙ୍କ ଆଜାଦୀ ପାଇଁ ଅଣା ଯାଇଛି । ଏହା ଉପରେ ପକ୍ଷ-ବିପକ୍ଷ ଆଲୋଚନା ହୋଇପାରେ । ଯେଉଁ ପତ୍ରକାରମାନେ ଆପଣଙ୍କ କ୍ଷେତରେ ଆଖୁ ଭାଙ୍ଗି ଫ୍ରିରେ ଖାଇବାର ଫଟୋ ଉଠାଇଥିଲେ ସେମାନେ ଏବେ ସରକାରଙ୍କ ପକ୍ଷରେ କହୁଛନ୍ତି । ମୁଁ ତ କହୁଛି କାହିଁକି ଏ ଭାରତ ବନ୍ଦ କରୁଛନ୍ତି, ଏହି ଆଙ୍କର୍ ମାନଙ୍କ ଠାରୁ କ୍ଷେତବାଡି ଶିଖିନିଅନ୍ତୁ । ସେଇମାନଙ୍କ ଠାରୁ ବୁଝି ଯାଆନ୍ତୁ ।

ଶାସ୍ତ୍ରୀଜୀଙ୍କର ଗୋଟିଏ ଆହ୍ଵାନରେ ଆପଣମାନେ ଜୀବନ ଲଗେଇ ଦେଇଥିଲେ । ସେ ଗୋଟିଏ ସ୍ଲୋଗାନ ଦେଇଥିଲେ ଜୟ ଜବାନ୍ ଜୟ କିଷାନ୍ । ତାଙ୍କ ପରେ ଯେବେ ବି ଏହି ସ୍ଲୋଗାନ ଦିଆଯାଉଛି କିଷାନର ପକେଟମାର ହୋଇଯାଉଛି । ନେତାମାନଙ୍କୁ ଜଣା ପଡିଗଲାଣି ଯେ ଆମ କିଷାନ୍ ବହୁତ ଭୋଳା । ଭାବୁକତାରେ ଆସି ଯାଆନ୍ତି । ଦେଶ ପାଇଁ ବେଟା ଓ ଶସ୍ୟ ସବୁ ଦେଇଦେବ । ଆପଣଙ୍କ ଏହି ଭୋଳାପଣ ପ୍ରକୃତରେ ବହୁତ ସୁନ୍ଦର । ଆପଣ ଏହିପରି ଭୋଳା ହୋଇ ରହିଥାନ୍ତୁ । ସବୁ ନ୍ୟୁଜ୍ ଚାନେଲଙ୍କ ଦ୍ବାରା ବନାଯାଇଥିବା ପିଆଦା ଭଳି ରହିଲେ କେମିତି ଚଳିବ ? ବାସ୍, ଯେବେ ବି କୈାଣସି ନେତା ଜୟ ଜବାନ୍ ଜୟ କିଷାନ ସ୍ଲୋଗାନ ଦେବ ଆପଣମାନେ ନିଜ ପକେଟକୁ ଜାବୁଡି ଧରନ୍ତୁ ।

ଆପଣ ତ ବହୁ ଦିନରୁ ପ୍ରଦର୍ଶନ କରି ଆସୁଛନ୍ତି । ନ୍ୟୁଜ ଚାନେଲ ଚାହିଁଥିଲେ ସେବେଠାରୁ ଡିବେଟ୍ କରିଥାନ୍ତେ । ବାକି କୃଷକଙ୍କୁ ଜଣା ପଡ଼ିଥାନ୍ତା ଯେ କ’ଣ ଆଇନ୍ ଆସୁଛି, କ’ଣ ହେବ ଓ କ’ଣ ନ ହେବ । କିନ୍ତୁ ତାହା ହେଲା ନାହିଁ । ମୁଁ ତ କହିଥିଲି ଯେ ନ୍ୟୁଜ୍ ଚାନେଲ ଓ ଖବରକାଗଜ କିଣିବା ବନ୍ଦ କରି ଦିଅନ୍ତୁ । ସେହି ପଇସା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇ ଦିଅନ୍ତୁ । କିନ୍ତୁ ଆପଣମାନେ ମୋ କଥା ମାନିଲେ ନାହିଁ । ଯିଏ ଗୋଲାମ ମିଡ଼ିଆର କ୍ରେତା ହୁଏ ତାକୁ ବି ଗୋଲାମ ବୋଲି ବୁଝାଯାଏ । ଏମିତି ବି ମଇ ୨୦୧୫ରୁ ପ୍ରଧାନମନ୍ତ୍ରୀ ଆପଣମାନଙ୍କ ପାଇଁ କିଷାନ ଚାନେଲ ଆରମ୍ଭ କରିଛନ୍ତି । ଭାବୁଛି ଆପଣମାନେ ତାକୁ ଦେଖୁଥିବେ ।

ଏହି ଚିଠିଟି ଲମ୍ବା ହୋଇଗଲା । ଆପଣଙ୍କ ବିଷୟରେ କିଛି ତ ଛପିବ ନାହିଁ କି ଦେଖାଯିବ ନାହିଁ । ସେଇଥିପାଇଁ ଏ ଲମ୍ବା ଚିଠି ଲେଖିଲି ଯାହା ଫଳରେ ୨୫ ତାରିଖରେ ଆପଣ ଏହାକୁ ହିଁ ପଢୁଥିବେ । ମୋର ଏ ଚିଠି କୃଷି ଆଇନ୍ ବିଷୟରେ ନୁହେଁ । ଏ ଚିଠି ସେହି ମିଡ଼ିଆ ସଂସ୍କୃତି ବିଷୟରେ ଯେଉଁଠି ଜଣେ ଚଳଚ୍ଚିତ୍ର ଅଭିନେତାର ମୃତ୍ୟୁ ବାହାନାରେ ବଲିଉଡକୁ ଶରବ୍ୟ କରି ତିନି ମାସ ହେଲା କାର୍ଯ୍ୟକ୍ରମ ଚାଲିଛି । ଆପଣମାନେ ବି ସେଇଆ ଦେଖୁଛନ୍ତି । ଆପଣମାନେ କେବଳ ଏକଥା ଦେଖି ପାରୁନାହାନ୍ତି ଯେ ନିଶାନାରେ ଆପଣମାନେ ବି ଅଛନ୍ତି ।

ରବିଶ କୁମାର ।

(ମିଡିଆଭିଜିଲ୍ ରେ ହିନ୍ଦୀରେ ପ୍ରକାଶିତ ଲେଖାରୁ ଅନୁବାଦ )

ଓଡ଼ିଆ ଅନୁବାଦ: ରଙ୍ଗା ଚରଣ ପ୍ରଧାନ

Previous Post

ସମ୍ ଅଲ୍ଟିମେଟ ମେଡିକେୟାରରେ ଦୁଇଟି ସଫଳ କିଡ୍‌ନୀ ପ୍ରତ୍ୟାରୋପଣ

Next Post

DC beat CSK by 44 Runs

Next Post
DC beat CSK by 44 Runs

DC beat CSK by 44 Runs

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA