Thursday, February 19, 2026 12:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅଫେରା ରାଇଜରେ ଡି. ପ୍ରକାଶ ରାଓ

by Our Correspondent
13 Jan, 2021- 08:10 PM
in Latest News, News
1 min read
0
ଅଫେରା ରାଇଜରେ ଡି. ପ୍ରକାଶ ରାଓ

କଟକ: ଆଉ ନାହାନ୍ତି ପଦ୍ମଶ୍ରୀ ଡି.ପ୍ରକାଶ ରାଓ(୬୨) । ଅନ୍ୟର କାନ୍ଦ ଦେଖି ପାରୁ ନ ଥିବା ଏହି ଦରଦୀ ମହାନ୍ ମଣିଷଟି ଆଜି ସମସ୍ତଙ୍କୁ କନ୍ଦାଇ ଆରପାରିକୁ ଚାଲିଯାଇଛନ୍ତି । ଡାଇବେଟିସ୍, ଉଚ୍ଚ ରକ୍ତଚାପ, କିଡନୀ ଆଦି ରୋଗରେ ଆକ୍ରାନ୍ତ ଶ୍ରୀ ରାଓ ୨୦ ଦିନ ତଳେ କୋଭିଡ୍ ରେ ଆକ୍ରାନ୍ତ ହୋଇ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ । ୪ ଦିନ ତଳେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲେ ମଧ୍ୟ ବ୍ରେନ୍ ଷ୍ଟ୍ରୋକ୍ ଜନିତ ସମସ୍ୟା ଯୋଗୁଁ ଚିକିତ୍ସିତ ହେଉଥିଲେ । ଆଜି ଦ୍ୱିତୀୟ ଥର ପାଇଁ ବ୍ରେନ୍ ଷ୍ଟ୍ରୋକ୍ ର ଶିକାର ହୋଇ ଅପରାହ୍ନ ୪.୧୫ ମିନିଟ୍ ରେ ଆଖି ବୁଜି ଦେଇଥିଲେ ।

ଡି. ପ୍ରକାଶ ରାଓଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ କଟକ ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଜଣେ ଶ୍ରେଷ୍ଠ ମଣିଷକୁ ହରାଇବାର ଦୁଃଖ ସମସ୍ତଙ୍କୁ ମ୍ରିୟମାଣ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସବୁ ଦଳର ରାଜନେତା, ବିଶିଷ୍ଟ ବ୍ୟକ୍ତି ଏବଂ ଜନସାଧାରଣ ଶ୍ରୀ ରାଓଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଡି.ପ୍ରକାଶ ରାଓ ଜଣେ ଅନନ୍ୟ ବ୍ୟକ୍ତିତ୍ୱ ଥିଲେ । ନିଜେ ଦାରିଦ୍ର୍ୟର କଷ୍ଟରେ ବଞ୍ଚିଥିଲେ ମଧ୍ୟ ଅନ୍ୟର କଷ୍ଟକୁ ସହିପାରୁ ନ ଥିଲେ । ଅସହାୟଙ୍କ ପାଖରେ ଛିଡ଼ା ହେବା ଏବଂ ବସ୍ତିର ଗରିବ ପିଲାଙ୍କୁ ପାଠ ପଢ଼ାଇବାର ନିଶା ତାଙ୍କୁ ଭିନ୍ନ ପରିଚୟ ଦେଇଥିଲା । ପରିବାରପୋଷଣ ଓ ସମାଜସେବା ପାଇଁ ତାଙ୍କ ଅର୍ଥ ଉପାର୍ଜନର ମାଧ୍ୟମ ଥିଲା ଏକ ଚା ଦୋକାନ । ସେଥିରୁ ଯେତିକି ରୋଜଗାର କରୁଥିଲେ କଷ୍ଟେମଷ୍ଟେ ପରିବାର ଚଳାଉଥିଲେ ଏବଂ ଅଧାରୁ ଅଧିକ ରୋଜଗାର ଟଙ୍କା ଗରିବ, ଅସହାୟ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରୁଥିଲେ ।

କଟକ ବକ୍ସିବଜାରରେ ଶ୍ରୀ ରାଓଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍କୁଲ ‘ଆଶା ଓ ଆଶ୍ୱାସନା’ରେ ପ୍ରଥମରରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗରିବ ବସ୍ତି ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦିଆଯାଉଛି । ଚା ଚୋକାନରୁ କଷ୍ଟ ଲବ୍ଧ ରୋଜଗାରରେ ଶ୍ରୀ ରାଓ ଚଳାଉଥିଲେ ଏହି ସ୍କୁଲ । ଖାଲି ସେତିକି ନୁହେଁ, କେହି ଅସହାୟ ତାଙ୍କ ନଜରକୁ ଆସିଥିଲେ ତାଙ୍କୁ ଯଥାସାଧ୍ୟ ସାହାଯ୍ୟ ସହଯୋଗ ଯୋଗାଇବାକୁ ଆଗଭର ହେଉଥିଲେ ।
ଚା ଦୋକାନରୁ ଟିକେ ଫୁରୁସତ୍ ପାଇଲେ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ କୁ ଯାଇ ୱାର୍ଡ ବୁଲୁଥିଲେ । କାହାରି ଦୁଃଖ କଷ୍ଟ ଦେଖି ପାରୁ ନ ଥିଲେ । ଗରିବ ଓ ଅସହାୟଙ୍କୁ ଉପରେ ପଡ଼ି ସାହାଯ୍ୟ କରୁଥିଲେ । ରକ୍ତଦାନରେ ମଧ୍ୟ ରେକର୍ଡ ସୃଷ୍ଟି କରିଥିଲେ ଡି.ପ୍ରକାଶ ରାଓ । ୨୦୦ ରୁ ଅଧିକ ଥର ରକ୍ତଦାନ କରି ଚର୍ଚ୍ଚାକୁ ଆସିଥିଲେ ।

କିଛିବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସିଥିଲା ବେଳେ ଶ୍ରୀ ରାଓଙ୍କୁ ଭେଟିଥିଲେ । ନିଜର ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଡି. ପ୍ରକାଶ ରାଓଙ୍କ ସମାଜସେବା ବିଶେଷକରି ବସ୍ତିର ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ।

୨୦୧୯ ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପରେ ମଧ୍ୟ ଡି. ପ୍ରକାଶ ରାଓଙ୍କ ସାଧାରଣ ଜୀବନଶୈଳୀରେ କିଛି ବି ପରିବର୍ତ୍ତନ ହୋଇ ନ ଥିଲା । ସେ ଚା ଦୋକାନରେ ଚା ବିକ୍ରୀ କରୁଥିଲେ ଏବଂ ନିଜର ନମ୍ର, ମିଷ୍ଟ ବ୍ୟବହାରରେ ସମସ୍ତଙ୍କୁ ବାନ୍ଧି ରଖୁଥିଲେ ।

ଆସନ୍ତାକାଲି ସକାଳ ୮ଟାରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଡି. ପ୍ରକାଶ ରାଓଙ୍କର ଅନ୍ତିମ ସଂସ୍କାର କଟକ କାଳିଆବୋଦା ଶ୍ମସାନରେ ହେବ ।

Previous Post

ପରୀ ମୃତ୍ୟୁ ମାମଲା: ଏସଆଇଟି ତଦନ୍ତ ଅଗ୍ରଗତିରେ ହାଇକୋର୍ଟ ସନ୍ତୁଷ୍ଟ

Next Post

ବ୍ରେନ୍ ମ୍ୟାପିଂ ପାଇଁ ବି ରାଜି ହେଲାନି

Next Post
ବ୍ରେନ୍ ମ୍ୟାପିଂ ପାଇଁ ବି ରାଜି ହେଲାନି

ବ୍ରେନ୍ ମ୍ୟାପିଂ ପାଇଁ ବି ରାଜି ହେଲାନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA