ଭୁବନେଶ୍ୱର: ସହୋଦୟ ସ୍କୁଲ କମ୍ପ୍ଲେକ୍ସ ବିଜ୍ଞାନ ମେଳା ଆଜି ଡିଏଭି ପୋଖରୀପୁଟରେ ଅନୁଷ୍ଠିତ ହୋଇଯାଇଛି । ଆଇଜର ବ୍ରହ୍ମପୁରର ଏକାଡେମିକ୍ ଡିନ୍ ପ୍ରଫେସର ପ୍ରସେନଜିତ୍ ମଣ୍ଡଲ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଉକ୍ତ ମେଳାକୁ ଉଦ୍ଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି କରିବାରେ ଏହିଭଳି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ସେ ନିଜର ଅଭିଭାଷଣରେ କହିଥିଲେ । ଏହି ପ୍ରଦର୍ଶନୀରେ ଓଡ଼ିଶାର ୩୪ ସ୍କୁଲର ୬୫ ଟି ପ୍ରକଳ୍ପରେ ୧୨୮ ଜଣ ଛାତ୍ରଛାତ୍ରୀ ଭାଗନେଇ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ ।








