Sunday, February 22, 2026 08:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଓଏଏସ୍ ବାବୁଙ୍କ ନକଲି କାରନାମା !

ଚର୍ଚ୍ଚାରେ କରିତକର୍ମା ଅଫିସର ପ୍ରମୋଦ ପୃଷ୍ଟି

by Our Correspondent
08 Nov, 2020- 07:22 PM
in Crime, Latest News, News
1 min read
0
ଓଏଏସ୍ ବାବୁଙ୍କ ନକଲି କାରନାମା !

ଭୁବନେଶ୍ୱର: ଓଏଏସ୍ ଅଫିସର ପ୍ରମୋଦ ପୃଷ୍ଟିଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରମୋଦଙ୍କ ଶ୍ୱଶୁରଙ୍କୁ ଯାଜପୁର ପୁଲିସ ଗିରଫ କରିଥିବା ବେଳେ ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ କରି ନାବାଳିକାଙ୍କୁ ଘରେ ଚାକରାଣୀ ରଖିଥିବା ଓଏଏସ୍ ଅଫିସର ଶ୍ରୀ ପୃଷ୍ଟି ଫେରାର୍ ଅଛନ୍ତି । ତେବେ ଏହି ଅଭିଯୁକ୍ତ ବାବୁଙ୍କ ବିରୋଧରେ ସରକାରଙ୍କ ବଦଳି କାର୍ଯ୍ୟାନୁଷ୍ଠାନ ଆଖି ମିଟକା ସଦୃଶ ହୋଇଛି । ତାଙ୍କୁ ଜୋନାଲ୍ ଡେପୁଟି କମିସନର ପଦବିରୁ ବଦଳି କରାଯାଇ ବିଏମସି ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଛି ।

ପ୍ରମୋଦ ଜଣେ ଭ୍ରଷ୍ଟାଚାରୀ ଓ ଦୁର୍ନୀତିଖୋର ଅଫିସର ଏକଥା ବିଏମସିରେ ସମସ୍ତଙ୍କୁ ଜଣା । ପ୍ରାୟ ଅଢ଼େଇ ବର୍ଷ ତଳେ ବିଏମସିରେ ଯୋଗଦେଇଥିବା ଏହି ବାବୁଙ୍କ ବିରୋଧରେ ରହିଛି ମାଳ ମାଳ ଅଭିଯୋଗ । ତାଙ୍କ ଅଫିସ୍ ରେ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟର୍ କାମ କରୁଥିବା ଜଣେ ଯୁବତୀଙ୍କୁ ଅଶାଳୀନ ବ୍ୟବହାର କରି ଚର୍ଚ୍ଚାରେ ଥିଲେ । ଅଫିସ୍ ଆଭ୍ୟନ୍ତରୀଣ କମିଟି ତଦନ୍ତ ଜରିଆରେ ମାମଲାକୁ ଚପାଇ ଦିଆଯିବାରୁ ନ୍ୟାୟଭିକ୍ଷା କରି ଥାନାକୁ ଯାଇଥିଲେ । ମାତ୍ର କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଖାସ୍ ଲୋକ ହୋଇଥିବାରୁ ପୁଲିସ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ ।

ପାଲଟା ଏହାର ପରିଣାମ ଭୋଗିଲେ ଅଭିଯୋଗକାରିଣୀ ଯୁବତୀ । ପରିସ୍ଥିତି ତାଙ୍କୁ ଚାକିରି ଛାଡ଼ିବାକୁ ବାଧ୍ୟ କରିଥିଲା । କେବଳ ଏହି ଜଣେ ଯୁବତୀ ନୁହଁନ୍ତି, ଆହୁରି କିଛି ମହିଳା କର୍ମଚାରୀ ପ୍ରମୋଦଙ୍କ ବ୍ୟବହାରରେ ଅତିଷ୍ଠ ହୋଇଥିଲେ ମଧ୍ୟ ଭୟରେ ପାଟି ଖୋଲି ନ ଥିବା ଅନେକ କର୍ମଚାରୀ କହିଛନ୍ତି ।

କେବଳ ମହିଳାଙ୍କ ପ୍ରତି ତାଙ୍କର ଦୁର୍ବଳତା ନୁହେଁ, ତାଙ୍କ ବିରୋଧରେ ଆଖିବୁଜା ଦୁର୍ନୀତିର ବହୁ ଅଭିଯୋଗ ରହିଛି । ସେ ଉତ୍ତର ଜୋନ୍ ର ଜୋନାଲ୍ ଡେପୁଟି କମିସନର ଥିବା ସମୟରେ ବିଏମସିର କୋଟି କୋଟି ଟଙ୍କାର ହୋଲଡିଂ ଟିକସ ଆଦାୟ ନ ହେବା ପଛରେ ମୋଟା ହାତଗୁଞ୍ଜା ଓ ଚଞ୍ଚକତା ଥିବା ଜଣାପଡ଼ିଛି । ତାଙ୍କ ଜୋନ୍ ରେ ଅନାଦେୟ କୋଟି କୋଟି ଟଙ୍କାର ବକେୟା ହୋଲଡିଂ ଟିକସ୍ ତଥ୍ୟ ‘ମିଡ୍ ଡ଼େ ଓଡ଼ିଶା’ ହାତରେ ଲାଗିଛି । ଏହି ତଥ୍ୟରୁ କେଳେଙ୍କାରୀ ଆପେ ଧରା ପଡ଼ିଯାଉଛି ।

ଗଜାନନ ଅଗ୍ରୱାଲ୍ ନାମକ ଜଣେ ବ୍ୟବସାୟୀଙ୍କ ଉପରେ ବାକି ଅଛି ୯୪ ଲକ୍ଷ ୯୬ ହଜାର ୨୪୪ ଟଙ୍କା । ଭାରତ ମୋଟର୍ସ ଉପରେ ବାକି ୯୪ ଲକ୍ଷ ୩୩ ହଜାର ୩୩୨ ଟଙ୍କା । ଭାରତ ମୋଟର୍ସର ଅନ୍ୟ ଏକ ବିଲଡିଂ ଉପରେ ବାକି ୬୧ ଲକ୍ଷ ୧୦ ହଜାର ୫୬୮ ଟଙ୍କା । ଆପେକ୍ସ ବି.ଟେକ୍ କଲେଜ ଉପରେ ୨ କୋଟି ୭୧ ଲକ୍ଷ ୫୮ ହଜାର ୭୬୮ ଟଙ୍କା । ବୀରେନ୍ଦ୍ର କୁମାର ଧାୱନ୍ ଙ୍କ ଉପରେ ୨୩ ଲକ୍ଷ ୯୧ ହଜାର ୪୪୦ ଟଙ୍କା । ରଣଜିତ୍ ସିଂହଙ୍କ ଉପରେ ବକେୟା ହୋଲଡିଂ ଟିକସ ପରିମାଣ ହେଉଛି ୩୪ ଲକ୍ଷ ୫୯ ହଜାର ୩୬୦ ଟଙ୍କା ।

ଖାଲି ସେତିକି ନୁହେଁ ମଞ୍ଚେଶ୍ୱର, ଚନ୍ଦକା ଓ ରସୁଲଗଡ଼ ଶିଳ୍ପାଞ୍ଚଳ ଉପରେ ବିଏମସିର ଟିକସ ବାବଦ ୧୫ କୋଟି ଟଙ୍କା ବାକି ପଡ଼ିଛି । ସାଧାରଣ ଲୋକ ଉପରେ ୧୦୦ ଟଙ୍କାର ବାକି ପଡ଼ିଲେ ପ୍ରମୋଦ ପୃଷ୍ଟି ଭୀଷଣ ତାଉ ଦେଖାଉଥିଲେ । ଅଥଚ ବଡ଼ ବଡ଼ିଆ ବ୍ୟବସାୟୀ, ଶିଳ୍ପାନୁଷ୍ଠାନରୁ କୋଟି କୋଟି ଟଙ୍କାର ବାକି ଆଦାୟ କରିବାକୁ ପ୍ରମୋଦଙ୍କର ହାତ ଯାଉ ନ ଥିଲା । ଏପରିକି ନୋଟିସ୍ ଖଣ୍ଡେ ବି ପଠାଉ ନ ଥିଲେ । ଏହା ପଛର କାରଣ କ’ଣ ତାହା ସମସ୍ତେ ଜାଣନ୍ତି ।

ପ୍ରମୋଦ ପୃଷ୍ଟିଙ୍କ ବିରୋଧରେ ଅଭିଯୋଗର ଆହୁରି ଲମ୍ବା ଫର୍ଦ୍ଦ ରହିଛି । ୱାର୍ଡ ଅଫିସ ପାଇଁ ପ୍ରତି ୱାର୍ଡ ପିଛା ୧ ଲକ୍ଷ ଟଙ୍କା ହିସାବରେ ଉତ୍ତର ଜୋନ୍ ର ୨୧ ଟି ୱାର୍ଡକୁ ଆସିଥିଲା ୨୧ ଲକ୍ଷ ଟଙ୍କାଆସିଥିଲା । ମାତ୍ର ସେହି ଟଙ୍କାର ହିସାବ ଦେଇନାହାନ୍ତି ପୃଷ୍ଟି । କେତେ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହୋଇଛି ତାହାର ରେକର୍ଡ ନାହିଁ । ଫନି ବାତ୍ୟାରେ ଧ୍ୱସଂ ବିଧ୍ୱସ୍ତ ଭୁବନେଶ୍ୱରକୁ ସଜାଡ଼ିବା ପାଇଁ ପ୍ରମୋଦ ପୃଷ୍ଟିଙ୍କ ହେପାଜତରେ ଆସିଥିବା ସମସ୍ତ ଅଗ୍ରୀମ ଟଙ୍କା ଏ ପର୍ଯ୍ୟନ୍ତ ଆଡଜଷ୍ଟ ହୋଇନାହିଁ । ଏହାର ସିଂହଭାଗ ବାଟମାରଣା ହୋଇଯାଇଥିବା ଅଭିଯୋଗ ହୋଇଛି ।

ଜଣେ ମହିଳା କ୍ୟାସିୟର୍ ଙ୍କ ବିରୋଧରେ ୫ ଲକ୍ଷରୁ ଅଧିକ ଟଙ୍କାର ତୋଷରପାତ ଅଭିଯୋଗ ହୋଇଥିଲା । ମାତ୍ର ସେ ଟଙ୍କା ଫେରାଇ ଆଣିବାକୁ ଶ୍ରୀ ପୃଷ୍ଟି କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହୋଇଛି । ଏହା ପଛରେ ପ୍ରମୋଦଙ୍କର କି ଦୁର୍ବଳତା ଥିଲା ବୋଲି ଅନେକ ପ୍ରଶ୍ନ କରିଛନ୍ତି ।

ଡିମାଣ୍ଡ ରେଜିଷ୍ଟର ମେଣ୍ଟେନ୍ ରେ ମଧ୍ୟ ବ୍ୟାପକ ଅନିୟମିତା ଅଭିଯୋଗ ରହିଛି ।

କମିସନରଙ୍କ ଛତ୍ରଛାୟାରେ ଥିବା ଏହି ଅଫିସର ପୁରୁଷ ସହକର୍ମୀମାନଙ୍କୁ ନାଲି ଆଖି ଦେଖାଇ ହଇରାଣ ହରକତ କରୁଥିବାର ବହୁ ଅଭିଯୋଗ । ତାଙ୍କ ଦୁର୍ଭାଗ୍ୟକୁ ନିଜ ଘରେ ଆଦିବାସୀ ନାବାଳିକାଙ୍କୁ ଚାକରାଣୀ କରି ରଖିବା ଏବଂ ସେହି ନାବାଳିକା ଦୁଷ୍କର୍ମର ଶିକାର ହେବା ପରେ ପ୍ରମୋଦ ପୃଷ୍ଟିଙ୍କ ଅସଲ ଚେହେରା ଖୋଲିଯାଇଛି ।

୮୪ ବର୍ଷ ବୟସ୍କ ରୋଗିଣା ଶ୍ୱଶୁର ଆଦିବାସୀ ନାବାଳିକା ଦୁଷ୍କର୍ମ କରିଥିବା ଅଭିଯୋଗକୁ କେହି ସହଜରେ ବିଶ୍ୱାସ କରୁନାହାନ୍ତି । ଓଲଟି ପ୍ରମୋଦ ପୃଷ୍ଟି ଫେରାର୍ ହୋଇଯାଇଥିବାରୁ ତାଙ୍କ ଉପରେ ସମସ୍ତଙ୍କ ସନ୍ଦେହ ହେଲାଣି । ଅଭିଯୋଗ ସତ କି ମିଛ ପୁଲିସ ଏହାର ପ୍ରକୃତ ତଦନ୍ତ କଲେ ଜଣାପଡ଼ିବ । ତେବେ ପ୍ରମୋଦ ପୃଷ୍ଟି ଯେ ଅସଲ ଖଳନାୟକ ହୋଇପାରନ୍ତି, ଏବେ ତାହା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ପ୍ରମୋଦଙ୍କୁ ଗିରଫ କରିବାକୁ ବିଜେପି ଦାବି କରିଛି ।

Previous Post

ଓଡିଆ ଝିଅ ଆଦିତି ସିଡିଏସ୍ ମହିଳା ଟପର୍

Next Post

ପଣ୍ଡା ଦମ୍ପତ୍ତିଙ୍କୁ କ୍ରାଇମବ୍ରାଞ୍ଚ ପୁଲିସର ଅନୁକମ୍ପା !

Next Post
ପଣ୍ଡା ଦମ୍ପତ୍ତିଙ୍କୁ କ୍ରାଇମବ୍ରାଞ୍ଚ ପୁଲିସର ଅନୁକମ୍ପା !

ପଣ୍ଡା ଦମ୍ପତ୍ତିଙ୍କୁ କ୍ରାଇମବ୍ରାଞ୍ଚ ପୁଲିସର ଅନୁକମ୍ପା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA