Thursday, February 19, 2026 04:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆରପାରିରେ ସମାଜସେବୀ ଲଳିତ ନାୟକ

by Our Correspondent
18 Jan, 2021- 07:06 PM
in Latest News, News
1 min read
0
ଆରପାରିରେ ସମାଜସେବୀ ଲଳିତ ନାୟକ

ଭୁବନେଶ୍ୱର: ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ଲଳିତ ନାୟକ ଆଉ ନାହାନ୍ତି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ସାଢ଼େ ୫ଟାରେ ଆଖି ବୁଜିଦେଇଛନ୍ତି । ସମାଜସେବା କ୍ଷେତ୍ରରେ ଜଣେ ଅନନ୍ୟ ବ୍ୟକ୍ତିତ୍ୱ ଲଳିତ ନାୟକଙ୍କ ବିୟୋଗ ପଶ୍ଚିମ ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରିଦେଇଛି । ସମାଜସେବୀ ପଦ୍ମଶ୍ରୀ ଡ. ପ୍ରକାଶ ରାଓଙ୍କ ଅକଳା ନିଧନର ଦିନ କେଇଟାରେ ଓଡ଼ିଶା ଆଉ ଜଣେ ସମାଜସେବୀଙ୍କୁ ଅକାଳରେ ହରାଇବା ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ଆଣିଛି ।

ଦୁଃଖୀ ଦରିଦ୍ରଙ୍କ ବନ୍ଧୁ ଭାବେ ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ବଲାଙ୍ଗୀରର ଏହି ମହାନ୍ ପୁରୁଷ । ଛାତ୍ର ଜୀବନରୁ ଦୃଢ଼ ସାଂଗଠନିକ ନେତୃତ୍ୱ ଓ ପରୋପକାରୀ ଗୁଣ ପାଇଁ ସମସ୍ତେ ତାଙ୍କୁ ଆଦର ଓ ସମ୍ମାନ ଦେଉଥିଲେ । ଅଶୀ ଦଶକରେ ରାଜେନ୍ଦ୍ର କଲେଜର ଛାତ୍ର ସଂସଦ ସଭାପତି ଭାବେ ସେ ବେଶ୍ ଚର୍ଚ୍ଚିତ ଥିଲେ । ସେବେଠାରୁ ବିଭିନ୍ନ ସଂଗଠନ ସହ ସକ୍ରିୟ ଭାବେ ଜଡ଼ିତ ରହିଥିଲେ । ଅନୁ୍ୟନ ୫୦ଟି ସଂଗଠନ ସହ ସେ ସଂପୃକ୍ତ ଥିଲେ । ରକ୍ତଦାନ କ୍ଷେତ୍ରରେ ତାଙ୍କର ଭୂମିକା ଅବିସ୍ମରଣୀୟ । ନିଜେ ରକ୍ତ ଦେବା ସହ ଅନ୍ୟମାନଙ୍କୁ ରକ୍ତଦାନ କରିବାକୁ ପ୍ରବର୍ତ୍ତଉଥିଲେ । ନିଜେ ୮୦ ଥର ରକ୍ତଦାନ କରି ସେ ରାଜ୍ୟପାଳ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ବହୁବାର ପୁରସ୍କୃତ ହୋଇଥିଲେ ।

ସମାଜସେବାରେ ନିଜକୁ ବ୍ରତୀ କରିଥିବା ସ୍ୱର୍ଗତ ନାୟକ ଆଜୀବନ ଅବିବାହିତ ଥିଲେ । ସମାଜସେବା କାର୍ଯ୍ୟରେ ସଦାବେଳେ ବ୍ୟସ୍ତ ରହୁଥିବା ଲଳିତ ଗତବର୍ଷ ଜୁନ୍ ମାସରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କ ବାମଗୋଡ଼ର ଜଘଂରେ ଗଭୀର ଆଘାତ ଲାଗିଥିଲା । ପରବର୍ତ୍ତୀ ସମୟରେ ସେ କ୍ୟାନସରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଲା ବେଳକୁ ସେ ଦୁଇମାସ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଫଳରେ ତାଙ୍କର ସ୍ୱାସ୍ଥ୍ୟ ଆହୁରି ବିଗିଡ଼ି ଯାଇଥିଲା ।

ଆଜି ଶ୍ରୀ ନାୟକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଲୋକ ପ୍ରକାଶ କରିଛନ୍ତି ।

Previous Post

ସ୍କୁଲ ବୁଲିଲେ ପାଣ୍ଡିଆନ୍

Next Post

ବିଜେପି ଯୁବମୋର୍ଚ୍ଚା ନେତା ଗିରଫ

Next Post
ବିଜେପି ଯୁବମୋର୍ଚ୍ଚା ନେତା ଗିରଫ

ବିଜେପି ଯୁବମୋର୍ଚ୍ଚା ନେତା ଗିରଫ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA