ଭୁବନେଶ୍ୱର: ଓଡିଶା ରାଜ୍ୟ ଖାଦ୍ୟ କମିସନରେ ୫ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ହେଲେ ଦୟାନିଧି ଦାଶ, ସଂଯୁକ୍ତା ମହାନ୍ତି, ଅକ୍ଷୟ ବେହେରା, ପ୍ରିୟବ୍ରତ ସାମନ୍ତରାୟ ଓ ପ୍ରେମାଶୀଳା କେରକେଟା । ସର୍ଚ୍ଚ କମିଟିର ଅନୁମୋଦନକ୍ରମେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏମାନଙ୍କୁ ନିଯୁକ୍ତି ଦିଆଯାଇଛି ।
ଖାଦ୍ୟ କମିସନ ସଦସ୍ୟ ଭାବେ ନିଯୁକ୍ତି ପାଇଥିବା ଦୟାନିଧି ଦାଶ ରାଜ୍ୟର ଜଣେ ବରିଷ୍ଠ ଓ ପ୍ରତିଷ୍ଠିତ ସାମ୍ବାଦିକ । ସମ୍ବାଦ, ଇଟିଭି, ଓଟିଭି ଭଳି ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ଧରି ସାମ୍ବାଦିକତା କରିଛନ୍ତି । ଓଟିଭି ଏବଂ ନ୍ୟୁଜ୍ ୧୮ ଓଡିଆ ଚାନେଲ ମୁଖ୍ୟ ଭାବେ ସେ କାର୍ଯ୍ୟ କରିଥିଲେ । ଖାଦ୍ୟ କମିସନ ସଦସ୍ୟ ଭାବେ ତାଙ୍କର ନିଯୁକ୍ତି ପାଇଁ ସାମ୍ବାଦିକ ମହଲରୁ ଅଜସ୍ର ଶୁଭେଚ୍ଛା ମିଳିଛି ।








