Wednesday, February 4, 2026 11:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୧୮ ମାସରେ ୯୧, ୦୦୦ କୋଟି ଟଙ୍କା ଋଣ

ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି

by Our Correspondent
30 Jan, 2026- 11:25 PM
in Latest News, News
1 min read
0
୧୮ ମାସରେ ୯୧, ୦୦୦ କୋଟି ଟଙ୍କା ଋଣ

ଭୁବନେଶ୍ୱର: ରାଜ୍ୟ ବିଜେପି ସରକାର ବିଶ୍ୱ ବ୍ୟାଙ୍କ ଟିମ୍ ଆଗରେ ଭୁଲ ତଥ୍ୟ ଉପସ୍ଥାପନ କରି ଏକ ଗୋଲାପୀ ଚିତ୍ର ପ୍ରଦର୍ଶନ କରିଛନ୍ତି ବୋଲି ବିଜୁ ଜନତା ଦଳ ଆଜି ଅଭିଯୋଗ କରିବା ସହିତ ଗତ ୧୮ ମାସରେ ଅଧିକାଂଶ କ୍ଷେତ୍ରରେ ରାଜ୍ୟ କିପରି ପଛକୁ ଯାଇଛି, ତାର ବାସ୍ତବ ଚିତ୍ର ଉପସ୍ଥାପନ କରିଛି ।

ବିଶ୍ୱ ବ୍ୟାଙ୍କ ସମୂହ ସଭାପତି ଅଜୟ ବଙ୍ଗା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଭେଟି ରାଜ୍ୟର ଦୀର୍ଘକାଳୀନ ବିକାଶ ଅଗ୍ରାଧିକାର, ଅର୍ଥନୈତିକ ସଂସ୍କାର ଏବଂ ନିଯୁକ୍ତି ସୃଷ୍ଟି ଉପରେ ଆଲୋଚନା କରିଥିଲେ । ଏହି ସମ୍ୱନ୍ଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦିଆଯାଇଥିଲା ।

ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟ ବିଜେପି ସରକାର, ବିଶ୍ୱ ବ୍ୟାଙ୍କ ଟିମ୍ ଏବଂ ସାଢେ ଚାରି କୋଟି ଓଡ଼ିଆଙ୍କ ଆଗରେ ଓଡ଼ିଶାର ବର୍ତ୍ତମାନ ଅର୍ଥନୀତିର ଏକ ଗୋଲାପି ଚିତ୍ର ଉପସ୍ଥାପନ କରି ସେମାନଙ୍କୁ ବିଭ୍ରାନ୍ତ କରୁଛନ୍ତି । ବିଜେଡି ସରକାରଙ୍କ କାର୍ଯ୍ୟକାଳରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତିଶୀଳ ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ନୀତି ଆୟୋଗଙ୍କ ଆର୍ଥିକ ପରିଚାଳନା ସୂଚକାଙ୍କରେ ଭାରତରେ ୧ମ ସ୍ଥାନ ଲାଭ କରିଥିଲା । ଦେଶରେ ଓଡ଼ିଶାର ଋଣ ଭାର ସର୍ବନିମ୍ନ ଥିଲା ଏବଂ ୨୪ ବର୍ଷର କାର୍ଯ୍ୟକାଳରେ ମୋଟ ଋଣ ଥିଲା ମାତ୍ର ୭୮,୦୦୦ କୋଟି ଟଙ୍କା । ବିଶ୍ୱ ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଆଇଏମ୍ଏଫ୍ ବିଜେଡି ସରକାରଙ୍କ ଆର୍ଥିକ ପରିଚାଳନା ମଡେଲ୍କୁ ପ୍ରଶଂସା କରିଥିଲେ ।

ବିଜେପି କ୍ଷମତାକୁ ଆସିବା ପରଠାରୁ ଆର୍ଥିକ ପରିଚାଳନା ବିପରୀତ ଦିଗରେ ଗତି କରିଛି । ଓଡ଼ିଶାର ଅର୍ଥନୀତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ଏବଂ ଏହା ଆହୁରି ଖରାପ ହେଉଛି, ଯାହା ନବେ ଦଶକର ସମୟକୁ ମନେ ପକାଉଛି । ବିଜେପି ସରକାର ମାତ୍ର ୧୮ ମାସରେ ୯୧,୦୦୦ କୋଟି ଟଙ୍କା ଋଣ ନେଇଛନ୍ତିି । ଦୁର୍ଭାଗ୍ୟର କଥା ଯେ ୩୮% ଋଣ ଖୋଲା ବଜାରରୁ ନିଆଯାଇଛି, ଯାହା ବିଶ୍ୱ ବ୍ୟାଙ୍କ ନିଦେ୍ର୍ଦଶିକାକୁ ସ୍ପଷ୍ଟ ଭାବେ ଉଲ୍ଲଂଘନ କରୁଛି । ବିତ୍ତୀୟ ନିଅଣ୍ଟ ହାର ୧.୭% ରୁ ବଢ଼ି ୩.୫ % ହୋଇଛି ଏବଂ ପ୍ରାଥମିକ ନିଅଣ୍ଟ ୧.୧% ରୁ ବଢ଼ି ୨.୯ % ହୋଇଛି । ଏହି ସମୟରେ ଓଡ଼ିଶାର ଜିଏସ୍ଡିପି ବୃଦ୍ଧି ଦର ୯.୬% ରୁ ଖସି ୭.୨% ହୋଇଛି । କୃଷି କ୍ଷେତ୍ରରେ ଅଭିବୃଦ୍ଧି ୭.୬% ରୁ ଖସି ୩.୮% ହୋଇଛି । ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ୮.୭% ରୁ ଖସି ୬.୧% ହୋଇଛି । ସେବା କ୍ଷେତ୍ରରେ ୧୧.୫% ରୁ ଖସି ୧୦% ହୋଇଛି ।

ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ନୀତି ଆୟୋଗଙ୍କ ରପ୍ତାନି ପ୍ରସ୍ତୁତି ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୦୨୨ରେ ୧୧ତମରୁ ୨୦୨୪ରେ ୧୫ତମକୁ ଖସିଛି । ଜାତୀୟ ଷ୍ଟାର୍ଟଅପ୍ ରାଙ୍କିଙ୍ଗରେ ଓଡ଼ିଶାର ସ୍ଥାନ ୨୦୨୨ରେ ୬ତମରୁ ୨୦୨୫ରେ ୨୦ତମକୁ ଖସିଛି । ଏହି ସମସ୍ତ ତଥ୍ୟ ଏବଂ ରାଙ୍କିଙ୍ଗ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଡବଲ୍ ଇଞ୍ଜିନ୍ ସରକାର ଅର୍ଥନୈତିକ ଏବଂ ଆର୍ଥିକ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଯଦି ଏହି ଅବନତି ଧାରା ଜାରି ରହିବ ତେବେ ଓଡ଼ିଶାକୁ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାରେ ପରିଣତ କରିବା ଲକ୍ଷ୍ୟ ସ୍ୱପ୍ନରେ ହିଁ ରହିଯିବ । ରାଜ୍ୟ ବିଜେପି ସରକାରଙ୍କୁ ରାଜ୍ୟର ୪.୫ କୋଟି ଓଡ଼ିଆଙ୍କ ଆଗରେ ସତ୍ୟ ତଥ୍ୟ ପ୍ରଦାନ କରନ୍ତୁ ଏବଂ ଓଡ଼ିଶାର ବର୍ତ୍ତମାନର ଅର୍ଥନୀତି ବିଷୟରେ ଭୁଲ ଓ ଅତିରଞ୍ଜିତ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ଶ୍ରୀ ଘଡ଼ାଇ କହିଛନ୍ତି ।

Continue Reading
Previous Post

ଗଞ୍ଜାମକୁ ୪୯୨ କୋଟିର ପ୍ରକଳ୍ପ

Next Post

ରାକେଶ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ

Next Post
ରାକେଶ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାକେଶ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19156 shares
    Share 7662 Tweet 4789
  • ନବୀନ..ନବୀନ, ମୋହନ..ମୋହନ

    16595 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5812 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA