Sunday, February 22, 2026 01:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁଲିସ କମିସନରଙ୍କୁ ଭେଟିଲା ଓଡ଼ିଶା ଅଭିଭାବକ ମହାସଂଘ

ଆପିଜେ ସ୍କୁଲରେ ପିଲାଙ୍କୁ ନିର୍ଯାତନା ଘଟଣା

by Our Correspondent
24 Aug, 2022- 09:19 PM
in Latest News, News
1 min read
0
ପୁଲିସ କମିସନରଙ୍କୁ ଭେଟିଲା ଓଡ଼ିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ଅlପିଜେ ସ୍କୁଲ ଘଟଣା ଅନ୍ୟ ସ୍କୁଲରେ ପୁନରାବୃତ୍ତି ନହେବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆଜି ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଓଡିଶା ଅଭିଭାବକ ମହାସଂଘର ଏକ ପ୍ରତିନିଧି ଦଳ ଭେଟି ଆଲୋଚନା କରିଛି l ସ୍କୁଲ ଫିସ ପାଇଁ କୌଣସି ପିଲାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଦଣ୍ଡ ଦେବା ତ ଦୂରର କଥା ଆଦୌ ଅବଗତ ବି କରିପାରିବେ ନାହିଁ ବୋଲି ସ୍ପଷ୍ଟ ନିୟମ ଥିବା ବେଳେ ଅlପିଜେ ପବ୍ଲିକ ସ୍କୁଲ ୩୪ ଜଣ ପିଲାଙ୍କୁ ସ୍କୁଲ ଫିସ ପାଇଁ ଗୋଟିଏ ବନ୍ଦ କୋଠରୀରେ ବନ୍ଦ କରି ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛି l

କରୋନା ମହାମାରୀ ସମୟରେ ସ୍କୁଲ ଫିସରେ ରିହାତି ଦେବା ପାଇଁ ଓଡିଶା ଅଭିଭାବକ ମହାସଂଘର ଆବେଦନ ଉପରେ ମାନ୍ୟବର ହାଇକୋର୍ଟ ଓ ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ଦିଆଯାଇଥିବା ରିହାତି ମଧ୍ୟ ଏହି ସ୍କୁଲ ମାନି ନଥିଲା l ଅଭିଭାବକ ମାନେ ବହୁବାର ଦାବୀ କରିବା ପରେ ଆସନ୍ତା ବର୍ଷ ପଇସା ରେ ଆଡ଼ଜଷ୍ଟ କରିବାକୁ କହିଥିଲେ ହେଲେ ଲାଗୁ କରିବାରେ ଆଗ୍ରହ ପ୍ରକାଶ କଲେ ନାହିଁ l ଏବର୍ଷ ପାଇଁ ମଧ୍ୟ ସବୁ ସ୍କୁଲ ଫିସ ବୃଦ୍ଧି କଲେ l ଏହି ସମସ୍ୟା ଥିବାରୁ ଅଭିଭାବକ ମାନେ ସ୍କୁଲର ମନଇଚ୍ଛା ଆଦାୟ କରିଥିବା ପଇସାକୁ ନେଇ ଆଗକୁ ଆଲୋଚନା ହେବାର ଥିଲା l ହେଲେ ପିଲାଙ୍କୁ ଏପରି ନିର୍ଯାତନା ଦେବା ଅତ୍ୟନ୍ତ ଅମାନବୀୟ, ନିନ୍ଦନୀୟ ଓ ହୃଦୟହୀନ କାର୍ଯ୍ୟ l

ପୂର୍ବରୁ ୨୦୧୫  ଓ ପରବର୍ତୀ ସମୟରେ ୨୦୧୮ ମସିହାରେ ଏନ.ସି.ପି.ସି.ଆର ମଧ୍ୟ ଏ ସଂକ୍ରାନ୍ତିୟ ନିର୍ଦେଶ ନାମl ଓ ପରାମର୍ଶ ଦେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଙ୍କୁ ଚିଠି ଲେଖି ଜଣାଇଥିଲେ କି ସ୍କୁଲ ଫିସ ସଂକ୍ରାନ୍ତରେ ସ୍କୁଲ କର୍ତ୍ତୃପକ୍ଷ କେବଳ ଅଭିଭାବକ ମାନଙ୍କ ସହିତ ଆଲୋଚନା କରିବେ ପିଲାମାନଙ୍କୁ ଏ ସଂକ୍ରାନ୍ତୀୟ ଆଲୋଚନାରୁ ଦୁରେଇ ରଖିବା ପାଇଁ ବିଭାଗ ବିହିତ ପଦକ୍ଷେପ ନେବେ ଓ ଆଇନ ସଠିକ କାର୍ଯ୍ୟକାରୀ ପାଇଁ ଉତ୍ତର ଦାୟିତ୍ୱ ବହନ କରିବା ସହିତ ଖିଲାପକାରି ସ୍କୁଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ l

ଆଗରୁ ମଧ୍ୟ କରୋନା ମହାମାରୀ ସମୟରେ ଅନେକ ପ୍ରାଇଭେଟ ସ୍କୁଲ ପିଲାଙ୍କୁ ସ୍କୁଲରୁ ଫିସ ପାଇଁ ବାହାର କରିଦେବା, ପରୀକ୍ଷାରୁ ବଞ୍ଚିତ ରଖିବା, ଅନଲାଇନ କ୍ଲାସରୁ ବାହାର କରିବା, ମାନସିକ ନିର୍ଯାତନା ଦେବା, ସ୍କୁଲ ବସରୁ ଓଲ୍ହାଇ ଦେବା ଭଳି ଅନେକ ମାମଲା ସlମନlକୁ ଆସିଛି l ସ୍କୁଲ ଫିସ ପାଇଁ ଏପରି ଅନେକ ସମସ୍ୟା ପ୍ରତିଦିନ ଘଟୁଛି l ଏଭଳି ବେଆଇନ ଓ ଘୃଣ୍ୟ କାର୍ଯ୍ୟ କରିଥିବା ସବୁ ସ୍କୁଲର ପ୍ରିନ୍ସିପାଲଙ୍କୁ ଜଷ୍ଟିସ ଜୁବେନାଇଲ ଆକ୍ଟର ଉଲ୍ଲଙ୍ଘନ ପାଇଁ ଗିରଫ କରି ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଆଲୋଚନା ବେଳେ ମହାସଂଘ ଦାବୀ ଜଣାଇଛି l

ଏପରି ଅପରାଧ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଲେ ଆଗକୁ ବେନିୟମ କାର୍ଯ୍ୟକ୍ରମ ଚଳାଇଥିବା ଆଉ ଅନେକ ପ୍ରାଇଭେଟ ସ୍କୁଲ ଏଥିରୁ କ୍ଷାନ୍ତ ରହିବେ l ତାଛଡା ଯଦି ଆଗକୁ ଆଉ କୌଣସି ସ୍କୁଲ ଏପରି ନିନ୍ଦନୀୟ କାର୍ଯ୍ୟରେ ଲିପ୍ତ ରହେ ତେବେ ଓଡିଶା ଅଭିଭାବକ ମହାସଂଘ ମଧ୍ୟ ପୋଲିସକୁ ସବୁ କାର୍ଯ୍ୟରେ ସହଯୋଗ କରିବାକୁ ପୋଲିସ କମିଶନରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି l ଡିସିପି, ଏସିପି, ଆଇଆଇ.ସି ମାନଙ୍କୁ ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ନିର୍ଦେଶ ଦେବାକୁ ମଧ୍ୟ ମହାସଂଘ ଦାବୀ ଜଣାଇଛି l

ଆଜି ଏହି ପ୍ରତିନିଧି ଦଳ ରେ ବୈଠକରେ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ, ଭୁମୋହନ ପଟନାୟକ, ରଶ୍ମିରଂଜନ କାନୁନଗୋ, ଡ଼ ସତ୍ୟଜିତ ଦାଶ, ସ୍ୱପ୍ନେନ୍ଦୁ ସାମନ୍ତରାୟ, ଶଙ୍କର ସାମନ୍ତରାୟ, କାର୍ତ୍ତିକ ସାହୁ, ଅଶୋକ ପଟନାୟକ, ତାପସ ଦାଶ, ଆର୍ତତ୍ରାଣ ପାତ୍ର, ବ୍ରଜକିଶୋର ଠକରେ ଆଦି ଉପସ୍ଥିତ ଥିଲେ l

Previous Post

ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ପୁଣି ୬ ମାସ ବଢ଼ିଲା

Next Post

VSSUT ପାଇଁ ହଜାରେ କୋଟି

Next Post
VSSUT ପାଇଁ ହଜାରେ କୋଟି

VSSUT ପାଇଁ ହଜାରେ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA