Thursday, February 5, 2026 08:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସବୁ ତହସିଲ୍‌ରେ ଖୋଲିଲା ସବ୍‌-ରେଜିଷ୍ଟ୍ରେସନ୍ ଅଫିସ୍

by Our Correspondent
05 Feb, 2026- 08:07 PM
in Latest News, News
1 min read
0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ୧୭ଟି ଜିଲ୍ଲାର ୫୬ଟି ତହସିଲ୍‌ରେ ୫୭ଟି ନୂଆ ସବ୍‌-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହାଦ୍ବାରା ଆଜିଠାରୁ ରାଜ୍ୟର ସମସ୍ତ ୩୧୭ଟି ତହସିଲ୍‌ରେ ସବ୍‌-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଲା। ଏଥିରେ କଟକ ତହସିଲ୍‌ ଅଧିନରେ ଏକ ଅତିରିକ୍ତ ସବ୍‌ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ମଧ୍ୟ ରହିଛି।

ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବରୁ ଜମିଜମା ସଂକ୍ରାନ୍ତୀୟ କାମ ପାଇଁ ଲୋକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ ପଡୁଥିଲା। ଏଥିପାଇଁ ଆମେ ସଂକଳ୍ପ ନେଇଥିଲୁ, ସରକାରଙ୍କ ପାଖକୁ ଲୋକେ ଆସିବେ ନାହିଁ, ସରକାର ଯିବେ ଲୋକଙ୍କ ପାଖକୁ। ତେଣୁ, ସମସ୍ତ ତହସିଲ୍‌ରେ ସବ୍‌-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରି ଆମେ ଏ କ୍ଷେତ୍ରରେ ଏକ ମାଇଲଷ୍ଟୋନ୍ ହାସଲ କରିଛୁ। ଉଭୟ ତହସିଲ୍ ଓ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଉତ୍ତମ ସମନ୍ବୟ ରଖି କାର୍ଯ୍ୟକରି ପାରିବେ ଏବଂ ରେଜିଷ୍ଟ୍ରେସନ ପରେ ମ୍ୟୁଟେସନ ପଟ୍ଟା ସହଜରେ ହେବା ସହିତ, ରେଜିଷ୍ଟ୍ରେସନ୍ କ୍ଷେତ୍ରରେ ପାରଦର୍ଶିତା ବଢିବ ଓ ମଧ୍ୟସ୍ଥଙ୍କ ହସ୍ତକ୍ଷେପ ଆଉ ରହିବ ନାହିଁ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜସ୍ବ ସେବା ପ୍ରଦାନ ପାଇଁ କାର୍ଯ୍ୟକ୍ଷମ ଥିବା ହ୍ୱାଟସଆପ୍ ଚାଟବଟ୍ ରେ ଆଉ ୧୧ଟି ପ୍ରମୁଖ ରାଜସ୍ବ ସେବାକୁ ସାମିଲ୍ କରିଥିଲେ। ଏଣିକି ଜନସାଧାରଣ ହ୍ୱାଟସଆପ୍ ନଂ-୯୪୩୭୨୯୨୦୦୦ ନମ୍ବର ଜରିଆରେ ମ୍ୟୁଟେସନ କେସ୍, କୃଷି ଜମି କିସମ ପରିବର୍ତ୍ତନ, ବାସିନ୍ଦା ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ଜନଜାତି ପ୍ରମାଣ ପତ୍ର, ଓବିସି ପ୍ରମାଣପତ୍ର, ଏସ୍‌ଇବିସି ପ୍ରମାଣପତ୍ର, ଲିଗାଲ୍‌ହେୟାର ପ୍ରମାଣପତ୍ର, ଇନ୍‌କମ୍‌ ଆଣ୍ଡ ଆସେଟ୍ ପ୍ରମାଣପତ୍ର, ଗାଡିଆନ୍‌ସିପ୍ ପ୍ରମାଣପତ୍ର ଭଳି ୧୧ଟି ଗୁରୁତ୍ବପୂର୍ଣ୍ଣ ସେବାକୁ ତହସିଲ୍ କାର୍ଯ୍ୟାଳୟକୁ ନଯାଇ ହ୍ୱାଟସଆପ୍ ମାଧ୍ୟମରେ ଦରଖାସ୍ତ କରି ହ୍ୱାଟସଆପ୍ ନମ୍ବରରେ ପାଇପାରିବେ।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ବିଭାଗରେ ନିଆଯାଇଥିବା ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଆମ ସରକାର ଲୋକଙ୍କ ସରକାର। ନୀତିଗତ ଭାବେ ସମସ୍ତ ତହସିଲ୍‌ରେ ଉପନିବନ୍ଧନ କାର୍ଯ୍ୟାଳୟ ଖୋଲିବା ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ ଥିଲା। ଗତ ବର୍ଷ ନଭେମ୍ବର ମାସରେ ରାଜ୍ୟର ୧୩ଟି ଜିଲ୍ଲାର ୪୪ଟି ତହସିଲରେ ଉପନିବନ୍ଧନ କାର୍ଯ୍ୟାଳୟ ଖୋଲାଯାଇଥିଲା, ଆଜି ଅବଶିଷ୍ଟ ୧୭ଟି ଜିଲ୍ଲାର ୫୬ଟି ତହସିଲରେ ୫୭ଟି ଉପନିବନ୍ଧନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରାଗଲା। ଏହାଦ୍ବାରା ଜନସାଧାରଣ ଦୂରଦୂରାନ୍ତକୁ ଯାଇ ରେଜିଷ୍ଟ୍ରେସନ କରିବାର ଅସୁବିଧା ଓ ଖର୍ଚ୍ଚାନ୍ତରୁ ମୁକ୍ତି ପାଇବେ, ଜମି ଓ ସମ୍ପତ୍ତି ସମ୍ପର୍କିତ ସମସ୍ତ ଦସ୍ତାବିଜ୍ ଶୀଘ୍ର ଓ ସମୟୋପଯୁକ୍ତ ଭାବେ ରେଜିଷ୍ଟ୍ରେସନ ହେବ ଏବଂ ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ମଧ୍ୟସ୍ଥଙ୍କ ହସ୍ତକ୍ଷେପ ହ୍ରାସ ପାଇବ। ଆଗାମୀ ଦିନରେ ସେବା ପାଇବାରେ ବିଳମ୍ବ ଘଟିଲେ, ଅଭିଯୋଗ ଗୁଡିକ ସିଧାସଳଖ ହ୍ୱାଟସଆପ୍ ମାଧ୍ୟମରେ ପଠାଯିବାର ବ୍ୟବସ୍ଥା କରାଯାଉଛି।

ଆଭାସୀ ମାଧ୍ୟମରେ ଆୟୋଜନ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଓ ବ୍ଲକ୍ ହେଡ୍ କ୍ବାଟରରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ସରକାରୀ ପଦାଧିକାରୀ ମାନେ ଯୋଗଦେଇଥିଲେ। ଉନ୍ନୟନ କମିଶନର ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ, ଇନ୍‌ସପେକ୍ଟର ଜେନେରାଲ୍ ରେଜିଷ୍ଟ୍ରେସନ୍‌ ପି. ଅନ୍ବେଷା ରେଡୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Previous Post

ଦଣ୍ଡରୁ ମୁକୁଳିଲେ ବିଷ୍ଣୁ ସେଠୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19156 shares
    Share 7662 Tweet 4789
  • ନବୀନ..ନବୀନ, ମୋହନ..ମୋହନ

    16595 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5812 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA