ଭୁବନେଶ୍ୱର: ଆଜି ବିଧାନସଭାରେ ଆଗତ ହୋଇଛି ୨୦୨୫-୨୬ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ । ୧୭,୪୪୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ପ୍ରଶାସନିକ ବ୍ୟୟ ୩,୩୮୯ କୋଟି, କାର୍ଯ୍ୟକ୍ରମ ବ୍ୟୟ ୧୩,୭୧୬ କୋଟି , ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୭୧ କୋଟି ଏବଂ ରାଜ୍ୟ ବଜେଟରୁ ସ୍ଥାନାନ୍ତର ବ୍ୟୟ ୧୬୪ କୋଟି ରହିଛି ।
ମିଶନ ଶକ୍ତି ପାଇଁ ୮୦୭ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଅର୍ଥ ବିଭାଗ ପାଇଁ ୧୪୨୨ କୋଟି, ପୂର୍ତ୍ତ ବିଭାଗ ପାଇଁ ୯୦୦ କୋଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ୪୩୨୯ କୋଟି, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପାଇଁ ୫୩୧ କୋଟି, ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୧୫୯ କୋଟି, ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ୫୭୬ କୋଟି, କୃଷି ବିଭାଗ ପାଇଁ ୮୫୮ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୨୬୩ କୋଟି, ଶକ୍ତି ବିଭାଗ ପାଇଁ ୪୮୮ କୋଟି, ସମବାୟ ବିଭାଗ ପାଇଁ ୨୫୪ କୋଟି, ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୭୫୧ କୋଟି, ଉଚ୍ଚଶିକ୍ଷା ବିଭାଗ ପାଇଁ ୩୨୭ କୋଟି ଏବଂ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପାଇଁ ୩୧୪ କୋଟି ବ୍ୟୟବରାଦ କରାଯାଇଛି ।
ଡିସେମ୍ବର ୪, ୫ ଓ ୬ ତାରିଖରେ ଖର୍ଚ୍ଚ ଦାବି ଆଲୋଚନା ହେବ । ଡିସେମ୍ବର ୮ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହେବ ।