Sunday, April 5, 2026 06:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆରପାରିରେ ଅପରାଜେୟ ସୂର୍ଯ୍ୟ ପାତ୍ର

by Our Correspondent
02 Sep, 2023- 10:01 PM
in Latest News, News
1 min read
0
ଆରପାରିରେ ଅପରାଜେୟ ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ତଥା ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଆଉ ନାହାନ୍ତି । ଭୁବନେଶ୍ୱରର ସମ୍ ଅଲଟିମେଟ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ୭ ଥରର ବିଧାୟକ ଏହି ଲୋକପ୍ରିୟ ରାଜନେତାଙ୍କ ବିୟୋଗ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।

ଶ୍ରୀ ପାତ୍ର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଆଜି ଅପରାହ୍ନରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ସମ୍ ଅଲଟିମେଟ୍ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରମାନଙ୍କ ସବୁ ଉଦ୍ୟମ ସତ୍ତ୍ୱେ ସେ ବଞ୍ଚି ପାରି ନ ଥିଲେ । ସଂଧ୍ୟା ୭.୩୧ ମିନିଟ୍ ରେ ସେ ଆଖି ବୁଜି ଦେଇଥିଲେ ।

୧୯୪୮ ମସିହା ଡିସେମ୍ବର ୨୪ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ବିଜ୍ଞାନରେ ସ୍ନାତକ କରିବା ସହ ଆଇନରେ ଡିଗ୍ରୀ ହାସଲ କରିଥିଲେ । ୧୯୭୭ ମସିହାରେ ବ୍ରହ୍ମପୁର ମ୍ୟୁନିସିପାଲିଟିର କାଉନସିଲର ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥଲେ । ନିଜର ସାଂଗଠନିକ ଦକ୍ଷତା ଓ ଲୋକପ୍ରିୟତା ବଳରେ ସଫଳତାର ଶୀର୍ଷକୁ ଯାଇଥିଲେ ।

ଶ୍ରୀ ପାତ୍ର ଜନତା ଦଳ ଟିକେଟରେ ପ୍ରଥମ ଥର ପାଇଁ ୧୯୯୦ ମସିହାରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେବେଠାରୁ ସେ ନିର୍ବାଚନରେ କେବେ ପରାଜୟ ବରଣ କରି ନ ଥିଲେ । ୨୦୧୯ ପର୍ଯ୍ୟନ୍ତ ସେ କ୍ରମାଗତ ୭ ଥର( ଦୁଇଥର ଜନତା ଦଳ ଟିକେଟ ଏବଂ ୫ ଥର ବିଜେଡି ଟିକେଟ)ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଗଜପତି ଜିଲ୍ଲାର ମୋହନା ବିଧାନସଭା ଆସନରୁ ୪ ଥର ଏବଂ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଆସନରୁ ୩ ଥର ନିର୍ବାଚିତ ହୋଇଥିଲେ ।

୧୯୯୦ ମସିହାରେ ପ୍ରଥମ ଥର ବିଧାନସଭାକୁ ଆସିଥିବା ଶ୍ରୀ ପାତ୍ର ବିଜୁ ପଟ୍ଟନାୟକଙ୍କ ସରକାରରେ ଜଙ୍ଗଲ, ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ଭାବେ ୬ ମାସ ପାଇଁ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ବିଭିନ୍ନ ପାଳିରେ ସେ ଶକ୍ତି, ବିଜ୍ଞାନ ଓ କାରିଗରୀ କୌଶଳ, ପରିବେଶ, ପର୍ଯ୍ୟଟନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ସଂସ୍କୃତି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ ।

୨୦୧୯ ମସିହାରେ ଓଡ଼ିଶା ବିଧାନସଭାର ବାଚସ୍ପତି ପଦରେ ଆସୀନ ହୋଇଥିଲେ । ସେଠାରେ ମଧ୍ୟ ସେ ତାଙ୍କର ଦକ୍ଷତା ପ୍ରତିପାଦିତ କରିଥିଲେ । ବାଚସ୍ପତି ଭାବେ ତାଙ୍କର କାର୍ଯ୍ୟ ବେଶ ପ୍ରଶଂସନୀୟ ଥିଲା । ତାଙ୍କର ପ୍ରଚେଷ୍ଟାରେ ଓଡ଼ିଶା ବିଧାନସଭା ବିଲଡିଂ ନବୀକରଣ ହୋଇଥିଲା । ବିଧାୟକମାନଙ୍କ ସରକାରୀ ବାସଭବନକୁ ଭଙ୍ଗାଯାଇ ଅତ୍ୟାଧୁନିକ ବହୁତଳ ପ୍ରାସାଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ସ୍ୱାସ୍ଥ୍ୟଗତ କାରଣରୁ ୨୦୨୨ ଜୁନ୍ ମାସରେ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ରୋଗଶଯ୍ୟାରେ ପଡ଼ି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ ।

ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ସକ୍ରିୟ ରାଜନୀତିରେ ଥିବା ଶ୍ରୀ ପାତ୍ର କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ସମଗ୍ର ରାଜ୍ୟର ଜଣେ ଟାଣୁଆ ଓ ବିଚକ୍ଷଣ ନେତା ଭାବେ ପରିଚିତ ଥିଲେ । ଦଳମତ ନିର୍ବିଶେଷରେ ଜଣେ ବନ୍ଧୁବତ୍ସଳ ନେତା ଭାବେ ସମସ୍ତଙ୍କର ପ୍ରିୟଭାଜନ ଥିଲେ । ଯୁବସୁଲଭତା ଗୁଣ ଯୋଗୁଁ ସେ ସମସ୍ତଙ୍କ ସାଙ୍ଗରେ ସହଜରେ ମିଶି ଯାଉଥିଲେ ।

ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ, ଦୁଇପୁଅ ଏବଂ ଝିଅ ଉପସ୍ଥିତ ଥିଲେ । ତାଙ୍କର ମରଶରୀରକୁ ହସ୍ପିଟାଲରୁ ନୟାପଲ୍ଲୀସ୍ଥିତ ବାସଭବନକୁ ଅଣାଯାଇଛି । ଆସନ୍ତାକାଲି ତାଙ୍କର ଶବ ସତ୍କାର କରାଯିବ ।

ତାଙ୍କ ମୃତ୍ୟୁରେ ସବୁ ମହଲରେ ଗଭୀର ଶୋକପ୍ରକାଶ ପାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସବୁ ଦଳର ରାଜନେତାମାନେ ଗଭୀର ଶୋକପ୍ରକାଶ କରିଛନ୍ତି । ସବୁ ଦଳର ବରିଷ୍ଠ ନେତା, ମନ୍ତ୍ର, ବିଧାୟକମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରୁଛନ୍ତି ।

 

Previous Post

ଖାଦ୍ୟ କମିସନ ସଦସ୍ୟ ହେଲେ ବରିଷ୍ଠ ସାମ୍ବାଦିକ ଦୟାନିଧି ଦାଶ

Next Post

କେନ୍ଦ୍ରମନ୍ତ୍ରୀଙ୍କ ସହ କି ଟଙ୍କା କାରବାର?

Next Post
କେନ୍ଦ୍ରମନ୍ତ୍ରୀଙ୍କ ସହ କି ଟଙ୍କା କାରବାର?

କେନ୍ଦ୍ରମନ୍ତ୍ରୀଙ୍କ ସହ କି ଟଙ୍କା କାରବାର?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19177 shares
    Share 7671 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA