Saturday, February 21, 2026 02:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ତଦନ୍ତ ସାମନାକୁ ଡରୁଛନ୍ତି ଜାଗୀ ମ୍ୟାଡାମ୍!

ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ହାଜର ହେଲେନି

by Our Correspondent
18 Nov, 2020- 11:32 PM
in Crime, Latest News, News
1 min read
0
ତଦନ୍ତ ସାମନାକୁ ଡରୁଛନ୍ତି ଜାଗୀ ମ୍ୟାଡାମ୍!

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା ତଦନ୍ତକାରୀ ସଂସ୍ଥା ପାଖରେ ବ୍ୟକ୍ତିଗତ ହାଜିରା ଦେବାକୁ ଡରୁଛନ୍ତି କି? କ୍ରାଇମବ୍ରାଞ୍ଚ , ମହିଳା କମିଶନ ଏବଂ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ପକ୍ଷରୁ ବ୍ୟକ୍ତିଗତ ହାଜିରା ପାଇଁ ଜାଗୀଙ୍କୁ ଦିଆଯାଉଥିବା ସମନ୍ କୁ ସେ ବାରମ୍ବାର ଅବଜ୍ଞା କରୁଥିବାରୁ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ରାଜ୍ୟର ଏକ ନମ୍ବର ଟିଭିର ମାଲିକ ତଥା ଏକ ନମ୍ବର ଶିଳ୍ପପତିଙ୍କ ବୋହୁ ଓ ପତ୍ନୀ ହୋଇଥିବାରୁ ଏହା ତାଙ୍କର ଅହଂକାର ହୋଇପାରେ । ତେବେ ଆଇନ ଆଖିରେ ଜଣେ ଅଭିଯୁକ୍ତଙ୍କ ପକ୍ଷେ ଏଭଳି ଅହଂକାର ଶୋଭା ପାଉନି ବୋଲି ଏବେ ସବୁଠି ଚର୍ଚ୍ଚା, ଟାହିଟାପରା ।

ପୂର୍ବରୁ ମହିଳା କମିଶନ ଏବଂ କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ବ୍ୟକ୍ତିଗତ ହାଜିରା ସମନ୍ କୁ ଫାଙ୍କି ଦେଇଥିବା ଶ୍ରୀମତୀ ଜାଗୀ ପଣ୍ଡା ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ସମନ୍ କୁ ମଧ୍ୟ ଅବଜ୍ଞା କରିଛନ୍ତି । ନିଜେ ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ନିଜର ଜଣେ ପ୍ରତିନିଧିଙ୍କୁ ପଠାଇ ଦେଇଥିଲେ ଜାଗୀ । ନିଜ ଓକିଲଙ୍କ ସହ ଅଭିଯୋଗକାରିଣୀ ପକ୍ଷ ରଖିଥିଲା ବେଳେ ଡିସିପି ଓ କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀ ଆଜି ଉପସ୍ଥିତ ନହୋଇ କରୋନା କାର୍ଯ୍ୟ ବ୍ୟସ୍ତତା ପାଇଁ ସମୟ ମାଗିଥିଲେ । ପ୍ରାୟ ଦୁଇଘଣ୍ଟା ଧରି ଶୁଣାଣି ହୋଇଥିଲା । ଯେଉଁଥିରେ ଅଭିଯୋଗକାରିଣୀଙ୍କ ପକ୍ଷରୁ ଓଟିଭି ଏମଡିଙ୍କ ବିରୋଧରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ଦିଆଯାଇଥିଲା । ପୀଡ଼ିତାଙ୍କ ଘରକୁ ନିଜେ ଜାଗୀ ପଣ୍ଡା ଦୁଇ ଦୁଇ ଥର ଯାଇ ମାମଲା ଚାପିବାକୁ ଧମକାଇଥିବା ଅଭିଯୋଗ ହୋଇଛି ।

ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨ ତାରିଖକୁ ଧାର୍ଯ୍ୟ କରିଛନ୍ତି କମିଶନ । ସେଦିନ ଜାଗୀ ପଣ୍ଡା ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିବାକୁ ବାଧ୍ୟ । ନଚେତ୍ ପୁଲିସ ଲଗାଇ ତାଙ୍କୁ ଅଣାଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି କମିଶନ ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ ।

ନ୍ୟାୟଭିକ୍ଷା କଲେ ପୀଡ଼ିତାଙ୍କ ମାଆ

ପୀଡ଼ିତା ମାଆଙ୍କ ଏକ ଭିଡ଼ିଓ ବୟାନ ଆଜି ଭାଇରାଲ୍ ହୋଇଛି । ସେଥିରେ ଓଟିଭି ଏମଡି ଜାଗୀ ପଣ୍ଡାଙ୍କ ବିରୋଧରେ ସାଂଘାତିକ କଥା କହିଛନ୍ତି ତାଙ୍କର ପୂର୍ବତନ କର୍ମଚାରୀ(ରିସେପସିନିଷ୍ଟ୍) ଏହି ପୀଡ଼ିତାଙ୍କ ମାଆ ।

“ମୁଁ ଜଣେ ଦଳିତ । ୨୦୧୯ ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଛିଡ଼ା ହୋଇଥିବା ବୈଜୟନ୍ତ ସାର୍ ଙ୍କ ପାଇଁ ଆମ ପରିବାର ପ୍ରଚାର କରିଥିଲା । ସେଥିରେ ଖୁସି ହୋଇ ସାର୍ ମୋତେ ଚାକିରି ଦେଇଥିଲେ । ମୋର ଚାକିରି ଦରକାର ଥିବାରୁ ମୁଁ ଓଟିଭିରେ ରିସେପସିନିଷ୍ଟ୍ ଭାବେ ଚାକିରି ପାଇଥିଲି । ଥରେ ଅଫିସ୍ ରେ କାମ କରୁଥିଲା ବେଳେ ମୋ ୧୩ ବର୍ଷ ଝିଅର ଅଶ୍ଲୀଳ ଭିଡ଼ିଓ ବୁଲୁଥିବାର ଦେଖିଲି । ଝିଅକୁ ପଚାରିବା ପରେ ତା ପ୍ରତି ଖରାପ ଆଚରଣ ହୋଇଥିବା ଜାଣିଲି । ମୁଖ୍ୟ ଆସାମୀ ଥିଲେ ଅନିରୁଦ୍ଧ ପଣ୍ଡା ଓ କୃଷ୍ଣଚନ୍ଦ୍ର ବେହେରା । ଏକଥା ମୁଁ ଜାଗୀ ମ୍ୟାଡାମ୍ ଙ୍କୁ ଜଣାଇବା ପରେ ମଧ୍ୟ ଅନିରୁଦ୍ଧ, କୃଷ୍ଣଚନ୍ଦ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲାନି । ସେ ଗୋଟେ ବିଶାଖା କମିଟି ଗଠନ କରିଥିଲେ । ମୁଁ ସେଥିରେ ଯୋଗଦେଇ ମୋ ଦୁଃଖ ଜଣାଇଥିଲେ ମଧ୍ୟ ମୋତେ ନ୍ୟାୟ ମିଳିଲାନି । ତାପରେ ବୈଜୟନ୍ତ ସାର୍ ଙ୍କ ଘରକୁ ଯାଇଥିଲି ସାର୍ ଙ୍କୁ ଭେଟିବାକୁ । ସେଠି ମତେ ସିକୁ୍ୟରିଟି ଅପମାନିତ କରି ବିଦା କରିଦେଇଥିଲେ । ମୁଁ ଅଢ଼େଇ ମାସ ହେଲା ଏଫଆଇଆର ଦେଲିଣି । ମାତ୍ର ସେମାନେ ପ୍ରଭାବଶାଳୀ ଲୋକ ବୋଲି ମୋ ଝିଅକୁ ନ୍ୟାୟ ମିଳୁନି । ମୋ ଝିଅର ଜୀବନ ନଷ୍ଟ କରିଛନ୍ତି ଏମାନେ । ମୁଁ ଜାଗୀ ମ୍ୟାଡାମ୍ ଙ୍କୁ ଜଣାଇବାକୁ ଚାହୁଁଛି, ମ୍ୟାଡାମ୍ ଆପଣଙ୍କ ଝିଅ ହୋଇଥିଲେ ଆପଣ କ’ଣ ଅପରାଧୀ ସେହି ଷ୍ଟାଫ୍ ମାନଙ୍କୁ ଦଣ୍ଡ ଦେଇ ନ ଥାଆନ୍ତେ? ଯେଉଁମାନେ ଅପରାଧ କରିଛନ୍ତି ସେମାନଙ୍କୁ ମ୍ୟାଡାମ୍ ଚାକିରିରେ ରଖିଛନ୍ତି । ମାତ୍ର ମୋତେ ମୋ ପେଟରେ ଲାତ ମାରି ଚାକିରିରୁ ବାହାର କରିଦେଲେ । ମ୍ୟାଡାମ୍ ଙ୍କୁ ମୁଁ ନ୍ୟାୟ ମାଗୁଛି ।”

Previous Post

ହାଇକୋର୍ଟ କ୍ଷୁବ୍ଧ, ଡିଜିପିଙ୍କୁ ଭର୍ତ୍ସନା

Next Post

ବୟସ୍କ,ଗର୍ଭବତୀଙ୍କୁ ଆଗ ମିଳିବ ଟୀକା

Next Post
ବୟସ୍କ,ଗର୍ଭବତୀଙ୍କୁ ଆଗ ମିଳିବ ଟୀକା

ବୟସ୍କ,ଗର୍ଭବତୀଙ୍କୁ ଆଗ ମିଳିବ ଟୀକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA