Sunday, February 22, 2026 12:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମଲାପରେ ବି ବାପା ମୁହଁ ଚାହିଁଲେନି ତିନି ପିଲା

ଡାକ୍ତରଖାନାରେ ୧୬ ଘଣ୍ଟା ପଡ଼ିରହିଲା ଶବ

by Our Correspondent
27 Aug, 2022- 09:57 PM
in Latest News, News, Story Of The Week
1 min read
0
ମଲାପରେ ବି ବାପା ମୁହଁ ଚାହିଁଲେନି ତିନି ପିଲା

କେନ୍ଦ୍ରାପଡ଼ା/ ଭୁବନେଶ୍ୱର: ଘଟଣାଟି ଅତ୍ୟନ୍ତ ମର୍ମସ୍ପର୍ଶୀ, ହୃଦୟ ବିଦାରକ । ଗୋଟିଏ ଅସହାୟ ବାପାର କରୁଣ କାହାଣୀ । ଜନ୍ମ କଲା ତିନି ତିନିଟି ପିଲାକୁ ବହୁ କଷ୍ଟରେ ପାଠଶାଠ ପଢ଼େଇ ମଣିଷ କରିବା ପରେ ସେମାନେ ତାଙ୍କୁ ପର କରିଦେଇଛନ୍ତି । ଏପରିକି ବୃଦ୍ଧ ବୟସରେ ରୋଗରେ ସଢ଼ି ମରିଗଲା ପରେ ବି ପିଲାମାନେ ତାଙ୍କ ମୁହଁ ଚାହିଁନାହାନ୍ତି । ମୁହଁରେ ନିଆଁ ଦେବାକୁ ଆସିଲା ନାହିଁ ଏକମାତ୍ର ଇଂଜିନିୟର ପୁଅ । କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳିଛି ବିଚଳିତ କଲା ଭଳି ଏମିତି ଘଟଣା ।

ରାଜନଗର ଅଞ୍ଚଳର ବିଘ୍ନେଶ୍ୱର ବାହାଦୂର । ବିଦୁ୍ୟତ ବିଭାଗରେ ଚାକିରି କରିଥିଲେ । ପତ୍ନୀଙ୍କ ନାଁ ହେଉଛି ଭଗବତୀ । ସେମାନଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ । ସ୍ୱଳ୍ପ ଦରମା ପାଉଥିଲେ ମଧ୍ୟ ପିଲାମାନଙ୍କ ଦାୟିତ୍ୱ ନେବାରେ କେବେ ବି ଅବହେଳା କରିନାହାନ୍ତି । ଅଭାବ ଅନାଟନ ଭିତରେ ସମସ୍ତଙ୍କୁ ଭଲ ପାଠ ପଢ଼ାଇ ମଣିଷ କରିଛନ୍ତି । ପୁଅକୁ ଇଂଜିନିୟର କରିଛନ୍ତି । ଚାକିରିରୁ ଅବସର ନେବା ପରେ ବିଘ୍ନେଶ୍ୱର ତାଙ୍କ ପେନସନ୍ ଟଙ୍କାରେ ଘର ଚଳାଇବା ସହ ଧାର କରଜ କରି ଦୁଇ ଝିଅକୁ ବାହା କରାଇଥିଲେ । ଭୁବନେଶ୍ୱରରେ ଚାକିରି କରୁଥିବା ପୁଅ ପ୍ରେମ ବିବାହ କରିଥିଲେ ।

ତେବେ ପୁଅଝିଅ ସମସ୍ତଙ୍କୁ ବାହା କରିସାରିଲା ପରେ ବିଘ୍ନେଶ୍ୱର ଦମ୍ପତ୍ତିଙ୍କର ଯାତନା ଆରମ୍ଭ ହୋଇଥିଲା । ଗାଁ ଜମିବାଡ଼ି ଏବଂ ଘରଦ୍ୱାର ବିକ୍ରି କରି ସେହି ଟଙ୍କାରେ ଭୁବନେଶ୍ୱରରେ ଘର କରି ସମସ୍ତେ ସେଠାରେ ରହିବା ବୋଲି ବାପାମାଆଙ୍କୁ ମନାଇଥିଲେ ଇଂଜିନିୟର ପୁଅ । ଗୋଟିଏ ବୋଲି ପୁଅର ସବୁକଥା ସେମାନେ ମାନିଯାଇଥିଲେ । ଗାଁର ସବୁ ବିକ୍ରି କରି ଟଙ୍କାତକ ପୁଅକୁ ଧରାଇ ଦେଇଥିଲେ । ତେବେ ପୁଅ ସେହି ଟଙ୍କା ଧରି ଭୁବନେଶ୍ୱର ଆସିଲା ପରେ ଘରକୁ ଆଉ ଫେରିଲା ନାହିଁ କି ବୃଦ୍ଧ ବାପାମାଆଙ୍କୁ ପଚାରିଲା ନାହିଁ । ସମ୍ପତ୍ତି ବିକ୍ରୀ ହୋଇଯିବା ରାଗରେ ଦୁଇଝିଅ ମଧ୍ୟ ବାପାମାଆଙ୍କଠାରୁ ମୁହଁ ଫେରାଇନେଲେ ।

ଗାଁର ଭିଟାମାଟି ହରାଇଥିବା ଏବଂ ପିଲାମାନଙ୍କଠାରୁ ଅଲୋଡ଼ା ହୋଇଥିବା ବୃଦ୍ଧ ଦମ୍ପତ୍ତି ଅନୋନ୍ୟପାୟ ହୋଇ ପଟ୍ଟମୁଣ୍ଡାଇ ପଳାଇ ଆସିଥିଲେ । ବକ୍ତରପୁରରେ ଏକ ଛୋଟ ଘର ଭଡ଼ା ନେଇ ରହିଲେ ଏବଂ ପେନସନ୍ ପଇସାରେ ଚଳିଲେ । ଇତିମଧ୍ୟରେ ୮୫ ବର୍ଷରେ ପଦାର୍ପଣ କରିଥିବା ବିଘ୍ନେଶ୍ୱରଙ୍କୁ ବାର୍ଦ୍ଧକ୍ୟ ରୋଗ ମାଡ଼ି ବସିଥିଲା । ଏକମାତ୍ର ଭରସା ଥିଲେ ୮୦ ବର୍ଷୀୟ ପତ୍ନୀ ଭଗବତୀ । ତାଙ୍କର ମଧ୍ୟ ଦେହ ଭଲ ନାହିଁ । ତେବେ ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁ ବଞ୍ଚି ଯାଉଥିଲେ ।

ଗତକାଲି(ଶୁକ୍ରବାର) ରାତି ପ୍ରାୟ ୧୦ଟା ବେଳେ ବିଘ୍ନେଶ୍ୱରଙ୍କର ଦେହ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା । ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ପଡ଼ୋଶୀଙ୍କ ସହାୟତାରେ ବୃଦ୍ଧା ପତ୍ନୀ ତାଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାକୁ ନେଇ ଆସିଥିଲେ । ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ ମଧ୍ୟ ବଞ୍ଚାଇ ପାରି ନ ଥିଲେ । ରାତି ପ୍ରାୟ ୧୧ଟା ବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ନିଜର ଏକମାତ୍ର ମଣିଷକୁ ହରାଇ ମ୍ରିୟମାଣ ହୋଇଯାଇଥିବା ବୃଦ୍ଧା ଭଗବତୀଙ୍କୁ ଦୁଃଖ ସେଇଠୁ ଆହୁରି ବଢ଼ିଯାଇଥିଲା । କାରଣ ଡାକ୍ତରଖାନାରୁ ଶବ ଉଠାଇ କେମିତି ଶ୍ମଶାନକୁ ନେବେ ବୁଦ୍ଧି ବାଟ ଦିଶିଲାନି ।

ଆଶା ବାନ୍ଧିଲେ କି ଏତିକିବେଳେ ପୁଅ ଝିଅ ନିଶ୍ଚିତ ଆସିବେ ଏବଂ ବାପାଙ୍କ ମୁହଁରେ ନିଆଁ ଦେବେ । ମୃତ ସ୍ୱାମୀ ହସ୍ପିଟାଲ୍ ବେଡ୍ ରେ ପଡ଼ିଥିଲା ବେଳେ ସେ ପୁଅ ପାଖକୁ ଫୋନ୍ କଲେ । ଥରେ ନୁହେଁ ୧୫/୨୦ ଥର ଫୋନ୍ ଲଗେଇଲେ । ହେଲେ ପୁଅ ଫୋନ୍ ଧରିଲାନି । ପଡୋଶୀମାନେ ଫୋନ୍ କରିଥିଲେ ବି ତାହା ମଧ୍ୟ ଉଠାଇଲେନି । ଦୁଇ ଝିଅଙ୍କୁ ଫୋନ୍ କରି ଡକାଯାଇଥିଲେ ବି ସେମାନେ ଆସିଲେନି ।

ନିଜର ପିଲାମାନେ ନ ଆସିବାରୁ ହସ୍ପିଟାଲ୍ ବେଡ୍ ରେ ଶବ ଦୀର୍ଘ ୧୬ ଘଣ୍ଟା କାଳ ସେମିତି ପଡ଼ି ରହିଥିଲା । ଆଜି ଦିନ ୧ଟା ବେଳକୁ ଅଚାନକ ତାଙ୍କ ସାନ ଝିଅ ସେଠାରେ ପହଞ୍ଚଞ୍ଚିଥିଲେ ଏବଂ ସାହି ପଡ଼ିଶାଙ୍କ ସାଙ୍ଗରେ ମିଶି ଶବ ସହ ମଶାଣି ପର୍ଯ୍ୟନ୍ତ ଯାଇଥିଲେ । ମାତ୍ର ମଶାଣିରେ ବାପାଙ୍କ ଶବ ଛାଡ଼ି ସେଠୁଁ ଛୁ ମାରିଥିଲେ । ତାଙ୍କର ଆଉ ଦେଖା ମିଳିଲାନି କି କାହାରି ଫୋନ୍ ଉଠାଇ ନ ଥିଲେ । ଶେଷରେ ସେହି ସାହି ପଡ଼ିଶା ଏବଂ କିଛି ସ୍ୱେଚ୍ଛାସେବୀ ମିଶି ଶବ ସତ୍କାର କରିଥିଲେ । ଅଞ୍ଚଳର ସ୍ୱେଚ୍ଛାସେବୀ ଡମ୍ବରୁଧର ରାଉତ ମୁଖାଗ୍ନି ଦେଇଥିଲେ ।

ଏକମାତ୍ର ସାହା ସ୍ୱାମୀଙ୍କୁ ହରାଇବା ଏବଂ ପିଲାମାନଙ୍କ ଏଭଳି ବ୍ୟବହାରରେ ବୃଦ୍ଧା ଭଗବତୀ ଅବାକ୍ ହୋଇଯାଇଛନ୍ତି । ଆଖିରୁ ତାଙ୍କର ଲୁହ ବୋହିଚାଲିଛି । ଯାହାକୁ ଦେଖିଲେ ବିକଳ ହୋଇ କାନ୍ଦୁଛନ୍ତି । କହୁଛନ୍ତି.. ବାଞ୍ଝ ହେବା ଭଲ । କଷ୍ଟ ପାଇ ପିଲା ଜନ୍ମ କରିବା ଭୁଲ୍ କରିଦେଲି ।

Previous Post

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା

Next Post

ମାଟିରେ ମିଶିଲା ନଏଡ଼ା ଟ୍ୱିନ୍ ଟାୱାର

Next Post
ମାଟିରେ ମିଶିଲା ନଏଡ଼ା ଟ୍ୱିନ୍ ଟାୱାର

ମାଟିରେ ମିଶିଲା ନଏଡ଼ା ଟ୍ୱିନ୍ ଟାୱାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA