Monday, February 23, 2026 04:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଜି ସୀମାଞ୍ଚଳ ସମୀକରଣ

ବିହାର ତୃତୀୟ ପର୍ଯ୍ୟାୟ ଭୋଟ୍

by Our Correspondent
06 Nov, 2020- 11:48 PM
in Latest News, National, Politics
1 min read
0
ଆଜି ସୀମାଞ୍ଚଳ ସମୀକରଣ

ଶନିବାର ବିହାରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟିଂ । ୧୫ ଜିଲ୍ଲାର ୭୮ ଆସନ ପାଇଁ ନିଆଯିବ ମତ । ଦୌଡ଼ରେ ଅଛନ୍ତି ୧୨୦୭ ପ୍ରାର୍ଥୀ, ସେମାନଙ୍କ ମଧ୍ୟରୁ ୮ ଜଣ ନୀତୀଶ ସରକାରରେ ମନ୍ତ୍ରୀ ଅଛନ୍ତି । ବିହାରର ପଛୁଆ ଏବଂ ମୁସଲିମ୍ ବହୁଳ ସୀମାଞ୍ଚଳ ହିଁ ତୃତୀୟ ପର୍ଯ୍ୟାୟରେ ଭୋଟ୍ ଦେବାକୁ ଯାଉଛି । ଯାହା ସମୀକରଣ ଦୃଷ୍ଟିରୁ ଦେଖିଲେ ସବୁ ଦଳକୁ ଟେନସନରେ ରଖୁଛି ।

୭୮ ଆସନରୁ ମହାଗଠବନ୍ଧନର ଆରଜେଡି ୪୬ ଆସନରେ, ୨୫ ଆସନରେ କଂଗ୍ରେସ ଏବଂ ୭ ଆସନରେ ବାମ ଦଳ ପ୍ରାର୍ଥୀ ଦେଇଛନ୍ତି । ସେହିଭଳି ଏନଡିଏରୁ ୩୭ ଆସନରେ ଜେଡିୟୁ, ୩୫ରେ ବିଜେପି, ବିକାଶଶୀଳ ଇନସାନ୍ ପାର୍ଟି ୫ ଏବଂ ହିନ୍ଦୁସ୍ଥାନ ଆୱାମୀ ମୋର୍ଚ୍ଚା ଗୋଟେ ଆସନରେ ପ୍ରାର୍ଥୀ ଦେଇଛନ୍ତି ।

ପ୍ରଥମ ଦୁଇଟି ପର୍ଯ୍ୟାୟରେ ୧୬୫ ଆସନ ପାଇଁ ଭୋଟିଂ ସରିଥିଲେ ବି ତୃତୀୟ ପର୍ଯ୍ୟାୟ ଭୋଟିଂରୁ ଉଭୟ ଏନଡିଏ ଏବଂ ମହାଗଠବନ୍ଧନ ଅନେକ ଆଶା ରଖିଛନ୍ତି । ତୃତୀୟ ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଥିବା ସୀମାଞ୍ଚଳ ମୁସଲିମ୍ ବହୁଳ । ତେଣୁ ଏଭଳି ସ୍ଥିତିରେ ଉଭୟ ମହାଗଠବନ୍ଧନ ଏବଂ ଏନଡିଏ ପାଇଁ ଏଲଜେପି, AIMIM ଏବଂ ଏନସିପି ଭୋଟ୍ କଟର୍ ହେବା ସମ୍ଭାବନା ରହୁଛି ।

ମୋଟାମୋଟି କହିବାକୁ ଗଲେ, ତୃତୀୟ ପର୍ଯ୍ୟାୟରେ ଅନେକ ଗୁରୁତ୍ବ ରଖୁଛି ସୀମାଞ୍ଚଳ । ସୀମାଞ୍ଚଳ ଅଧୀନରେ ଆସୁଛି ପୂର୍ଣ୍ଣିଆ, କଟିହାର, କିଶନଗଞ୍ଜ ଏବଂ ଆରାରିଆ ଜିଲ୍ଲା । ଏଠି ରହୁଛି ୨୪ ଆସନ । ସୀମାଞ୍ଚଳ ହିଁ ବିହାରର ସବୁଠାରୁ ପଛୁଆ ଅଞ୍ଚଳ । ବିହାରରେ ୧୭ ପ୍ରତିଶତ ମୁସଲିମ୍ ଥିବା ବେଳେ କେବଳ ସୀମାଞ୍ଚଳରେ ୪୭ ପ୍ରତିଶତ । କିଶନଗଞ୍ଜରେ ୭୦ ପ୍ରତିଶତ, ଆରାରିଆରେ ୪୨ ପ୍ରତିଶତ, କଟିହାରରେ ୪୩ ପ୍ରତିଶତ ଏବଂ ପୂର୍ଣ୍ଣିଆରେ ୩୮ ପ୍ରତିଶତ ଭୋଟର ମୁସଲିମ୍ । ୨୦୧୫ରେ କିଶନଗଞ୍ଜ ଜିଲ୍ଲାରୁ ଓସାଦୁଦ୍ଦିନ୍ ଅୱେସୀଙ୍କ AIMIM ଗୋଟିଏ ସିଟ୍ ଅକ୍ତିଆର କରିଥିଲା । ଏଥର କିନ୍ତୁ ଦଳ ୧୯ ଆସନରେ ପ୍ରାର୍ଥୀ ଦେଇଛି ।

ସୀମାଞ୍ଚଳ, ଆରଜେଡିର ଭୋଟ୍ ବ୍ୟାଙ୍କ ହୋଇଥିବା ବେଳେ ଏଠାକାର ୨୪ ଆସନରୁ ଏଥର ୧୯ ଆସନରେ ପ୍ରାର୍ଥୀ ଦେଇଛି AIMIM । ଯାହା ସବୁ ଦଳକୁ ଟେନସନରେ ରଖୁଛି ସତ, କିନ୍ତୁ ଆରଜେଡି ପାଇଁ ମୁଣ୍ଡବିନ୍ଧା ଟିକେ ଅଧିକ । ଭୌଗଳିକ, ରାଜନୈତିକ ଓ ଆର୍ଥିକ ଦୃଷ୍ଟିରୁ ସୀମାଞ୍ଚଳ, ବିହାର ରାଜନୀତିରେ ଅନେକ ଗୁରୁତ୍ବ ରଖୁଛି । ୨୦୧୫ରେ ଏଠି ଆରଜେଡି-ଜେଡିୟୁ ନେତୃତ୍ବରେ ମହାଗଠବନ୍ଧନ ଫାଇଦା ପାଇଥିଲା । ୭୮ ଆସନରୁ ଆରଜେଡି ସହ ମହାଗଠବନ୍ଧନରେ ଥିବା ଜେଡିୟୁକୁ ୨୩ଟି ଆସନ ମିଳିଥିଲା । କିନ୍ତୁ ଏଥର ସମୀକରଣ ଅଲଗା ରହିଛି । ଆରଜେଡି ସହ ନୁହେଁ ବରଂ ବିଜେପି ସହ ଅଛି ଜେଡିୟୁ । ତେଣୁ ଜେଡିୟୁ ମଧ୍ୟ, ଆଶଙ୍କାରେ ରହିବା ସ୍ବାଭାବିକ ।

୨୦୧୦ ନିର୍ବାଚନରେ ବିଜେପିକୁ ଏହି ଅଞ୍ଚଳରୁ ମିଳିଥିଲା ୨୭ ଆସନ । କିନ୍ତୁ ପୂର୍ବର ସେ ସମୀକରଣ ୨୦୨୦ରେ ନାହିଁ । ଏନଡିଏ ଫୋଲ୍ଡରେ ଜେଡିୟୁ ଥିବା ବେଳେ ସବୁ ଦଳ ପାଇଁ ତୃତୀୟ ଫେଜ୍ ଚ୍ୟାଲେଞ୍ଜିଂ । ୭୮ରୁ ୨୩ ଆସନରେ ମୁହାଁମୁହିଁ ହେଉଛନ୍ତି ଆରଜେଡି ଓ ଜେଡିୟୁ । ବିଜେପିର ୨୦ ପ୍ରାର୍ଥୀଙ୍କ ସହ ଆରଜେଡି ଦେଉଛି ଟକ୍କର । ୧୪ ଆସନରେ କଂଗ୍ରେସ, ବିଜେପି ସହ ଏବଂ ୯ ଆସନରେ ଜେଡିୟୁ ସହ ସାମ୍ନାସାମ୍ନି ଲଢେଇ କରୁଛି ।

୨୦୧୫ ନିର୍ବାଚନରେ ବିହାରରେ କଂଗ୍ରେସ ୨୭ଟି ଆସନ ହାତେଇ ଥିଲା । କିନ୍ତୁ ଦଳର କବଜାରେ ଥିବା ୪ଟି ଆସନ, ଏଥର ସହଯୋଗୀଙ୍କ ହାତକୁ ଯାଇଛି । ତେଣୁ ୨୦୨୦ ନିର୍ବାଚନ କଂଗ୍ରେସ ପାଇଁ ୨୦୧୫ ଠାରୁ ଅଧିକ ଚ୍ୟାଲେଞ୍ଜିଂ ।

 

Previous Post

ଭିଣୋଇଙ୍କ ପାଇଁ ଶଳା ଖୋଲିଲେ ପଣ୍ଡା ଚକ୍ରାନ୍ତ

Next Post

ତେଜସ୍ୱୀଙ୍କ ତେଜ୍, ବିହାରରେ ମହାଗଠବନ୍ଧନକୁ କ୍ଲିନ୍ ସ୍ୱିପ୍ !

Next Post
ତେଜସ୍ୱୀଙ୍କ ତେଜ୍, ବିହାରରେ ମହାଗଠବନ୍ଧନକୁ କ୍ଲିନ୍ ସ୍ୱିପ୍ !

ତେଜସ୍ୱୀଙ୍କ ତେଜ୍, ବିହାରରେ ମହାଗଠବନ୍ଧନକୁ କ୍ଲିନ୍ ସ୍ୱିପ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA