Thursday, January 15, 2026 09:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଟଳିଲେ ଟପ୍ ମାଓନେତା ଗଣେଶ

କନ୍ଧମାଳ ସୀମାରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍

by Our Correspondent
25 Dec, 2025- 07:40 PM
in Latest News, News
1 min read
0
ଟଳିଲେ ଟପ୍ ମାଓନେତା ଗଣେଶ

ଭୁୁବନେଶ୍ୱର: ମାଓ ଦମନ କ୍ଷେତ୍ରରେ ଓଡ଼ିଶାକୁ ସବୁଠାରୁ ବଡ଼ ସଫଳତା । ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଓଡ଼ିଶାରେ ମାଓ ଅପରେସନ୍ ମୁଖ୍ୟ ଗଣେଶ ଉଇକେ ନିପାତ ହୋଇଛି । କନ୍ଧମାଳ ସୀମାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିପଡ଼ିଛନ୍ତି ଏହି ଟପ୍ ମାଓନେତା । ଗଣେଶ ସହ ଅନ୍ୟ ୩ ଜଣ ମାଓବାଦୀ ମଧ୍ୟ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି । ସେହି ୩ ଜଣଙ୍କ ପରିଚୟ ମିଳିପାରିନାହିଁ । ଗଣେଶ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଗଲା ବୋଲି ପୁଲିସ ଡିଜି ୱାଇ.ବି ଖୁରାନିଆ କହିଛନ୍ତି ।

ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ୬୯ ବର୍ଷୀୟ ଗଣେଶଙ୍କ ଘର ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ । ଓଡ଼ିଶା ସମେତ ୪ଟି ରାଜ୍ୟରେ ଏହି ଦୁର୍ଦ୍ଦନ୍ତ ମାଓନେତାଙ୍କ ମୁଣ୍ଡ ଉପରେ ଥିଲା ପୁରସ୍କାର ରାଶି । ଓଡ଼ିଶାରେ ସର୍ବାଧିକ ୧ କୋଟି ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଛତିଶଗଡ଼ରେ ୪୦ ଲକ୍ଷ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ଥିଲା ୨୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ।

ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଶ୍ରୀ ଖୁରାନିଆ ସୁରକ୍ଷା କର୍ମୀଙ୍କ ଅପରେସନ୍ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଗୁଇନ୍ଦା(ଏସଆଇଡବ୍ଲୁ) ସୂଚନା ଆଧାରରେ କନ୍ଧମାଳର ଚକାପାଦ ଅଞ୍ଚଳ ଏବଂ ଗଞ୍ଜାମର ରମ୍ଭା ଜଙ୍ଗଲ ସୀମାରେ ୩ ଦିନ ହେଲା ଅପରେସନ୍ ଚାଲିଛି । ଆଇଜି ଗୁଇନ୍ଦା ନିଜେ ଅପରେସନରେ ସାମିଲ ଅଛନ୍ତି । ଗତରାତିରୁ ଏହି ଅପରେସନକୁ ଜୋରଦାର କରାଯାଇଥିଲା । ଏଥିରେ ଓଡ଼ିଶା ପୁଲିସ ସ୍ପେଶାଲ୍ ଅପରେସନ୍ ଗ୍ରୁପ୍(ଏସଓଜି)ର ୨୦ଟି ଟିମ୍, ସିଆରପିଏଫର ଦୁଇଟି ଟିମ୍ ଏବଂ ବିଏସଏଫର ଗୋଟିଏ ଟିମ୍ ସାମିଲ ଥିଲେ । ସୁରକ୍ଷା କର୍ମୀଙ୍କ ଏହି ୨୩ଟି ଅପରେସନ୍ ଟିମ୍ ମିଳିତ ଭାବେ ମାଓ କ୍ୟାମ୍ପଗୁଡ଼ିକରେ ଚଢ଼ଉ କରିଥିଲେ । ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ସହ ଏନକାଉଣ୍ଟର ହୋଇଥିଲା । ଗୋଟିଏ କ୍ୟାମ୍ପ ଉପରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଗଣେଶ ଓ ଅନ୍ୟ ୩ ଜଣ ଟଳିପଡ଼ିଥିଲେ । ସେମାନଙ୍କ ପାଖରୁ ଦୁଇଟି ଇନସାସ୍ ରାଇଫଲ୍ ଏବଂ ଗୋଟିଏ ୩୦୩ ରାଇଫଲ୍ ମିଳିଛି । ଏନକାଉଣ୍ଟର ପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ପୂର୍ବରାତିରେ ବେଲଘର ଥାନା ଅନ୍ତର୍ଗତ ଗୁମାରିଜା ଜଙ୍ଗଲରେ ଏସଓଜି ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଦୁଇଜଣ ନକ୍ସଲ ନିହତ ହୋଇଥିଲେ । ଦୁଇ ନିହତଙ୍କ ମଧ୍ୟରେ ଜଣେ ଏରିଆ କମାଣ୍ଡର ଏବଂ ଜଣେ ପାର୍ଟି ମେମ୍ବର ଥିଲେ । ସେମାନଙ୍କ ପାଖରୁ ଗୋଟେ ୩୦୩ ରାଇଫଲ୍ ଏବଂ ଗୋଟେ ରିଭଲଭର୍ ସିଜ୍ ହୋଇଥିଲା । ସେମାନଙ୍କ ଉପରେ ୨୩ ଲକ୍ଷରୁ ଅଧିକ ପୁରସ୍କାର ଥିଲା ।

ଡିଜିପିଙ୍କ ସୂଚନା ଅନୁଯାୟୀ, ଡିସେମ୍ବର ୨୩ରେ ୨୨ ଜଣ ନକ୍ସଲ ମାଲକାନଗିରି ଜିଲ୍ଲାରେ ଆତ୍ମସମର୍ପଣ କରିଥିଲେ । ସେଥିରେ ଜଣେ ଡିସିଏମ୍, ୧୪ ଏସିଏମ୍ ଓ ୧୫ ପାର୍ଟି ମେମ୍ବର ଥିଲେ । ସେମାନଙ୍କ ପାଖରୁ ଗୋଟେ ଏକେ ୪୭, ଦୁଇଟି ଇନସାସ୍, ଗୋଟେ ଏସଏଲଆର, ତିନିଟି ୩୦୩ ରାଇଫଲ୍, ଦୁଇଟି ସିଙ୍ଗଲ୍ ସର୍ଟ ରାଇଫଲ ଏବଂ ଅନ୍ୟାନ୍ୟ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା । ସେମାନଙ୍କ ଉପରେ ୧.୮୪ କୋଟିର ପୁରସ୍କାର ରହିଥିଲା । ମାଓବାଦୀମାନେ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ । ଗଣେଶ ନିହତ ହେବା ପରେ ଓଡ଼ିଶା ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି ବୋଲି ଶ୍ରୀ ଖୁରାନିଆ କହିଛନ୍ତି ।

ମୁୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଓ ଅପରେନର ଏହି ସଫଳତାରେ ଖୁସି ପ୍ରକଟ କରି ଆମର ସୁରକ୍ଷାକର୍ମୀଙ୍କ ଅଦମ୍ୟ ସାହାସ ଓ ସଠିକ ସମନ୍ୱୟ ପାଇଁ ସାଧୁବାଦ ଜଣାଇଛନ୍ତି । ସେମାନଙ୍କର ଏହି ନିଷ୍ଠାପର ଉଦ୍ୟମ ଓଡ଼ିଶାକୁ ନକ୍ସଲବାଦ ମୁକ୍ତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି ।

ଓଡ଼ିଶାରେ ମାଓ ଦମନର ଏହି ବିରାଟ ସଫଳତାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍ କରିଛନ୍ତି । ମାଓ ମୁକ୍ତ ହେବାର ଦ୍ୱାରଦେଶରେ ଓଡ଼ିଶା ପହଞ୍ଚିଛି । ମାଓମୁକ୍ତ ଭାରତ ଦିଗରେ ଏହା ଉଲ୍ଲେଖନୀୟ ମାଇଲଖୁଣ୍ଟ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତ ମାଓ ମୁକ୍ତ ହେବ ବୋଲି ସେ କହିଛନ୍ତି ।

Previous Post

କର୍କଟ ଯୋଦ୍ଧାଙ୍କୁ ସହାୟତାର ହାତ

Next Post

କର୍ଣ୍ଣାଟକର ସମୃଦ୍ଧି ତ୍ରିପାଠୀ କିଟ୍ ନହ୍ନିପରୀ ୨୦୨୫

Next Post
କର୍ଣ୍ଣାଟକର ସମୃଦ୍ଧି  ତ୍ରିପାଠୀ କିଟ୍ ନହ୍ନିପରୀ ୨୦୨୫

କର୍ଣ୍ଣାଟକର ସମୃଦ୍ଧି ତ୍ରିପାଠୀ କିଟ୍ ନହ୍ନିପରୀ ୨୦୨୫

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA