Sunday, March 8, 2026 05:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ସମ୍ବଲପୁର ଚିଡ଼ିଆଖାନା’ ହେବ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର: ଧର୍ମେନ୍ଦ୍ର

ସମ୍ବଲପୁର ଚିଡ଼ିଆଖାନାର ଶ୍ରୀବୃଦ୍ଧି ପାଇଁ ଏନକ୍ଲୋଜରର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

by Our Correspondent
24 Nov, 2025- 07:50 PM
in Latest News, News
1 min read
0
‘ସମ୍ବଲପୁର ଚିଡ଼ିଆଖାନା’ ହେବ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର: ଧର୍ମେନ୍ଦ୍ର

ସମ୍ବଲପୁର: ସମ୍ବଲପୁର ଚିଡ଼ିଆଖାନାର ନୈସର୍ଗିକ ସୁନ୍ଦରତା ଅତ୍ୟନ୍ତ ଆକର୍ଷଣୀୟ । ଏହାକୁ ଛୋଟରୁ ‘ମିଡ୍ ସାଇଜ୍ ବା ମଧ୍ୟମ ଧରଣର ଚିଡ଼ିଆଖାନାରେ ବିକଶିତ କରିବା ପାଇଁ ଡବଲ ଇଞ୍ଜିନ ସରକାର ବିଗତ ଦିନମାନଙ୍କରେ ନିଷ୍ପତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟବରାଦରେ ଏହି ଶ୍ରୀବୃଦ୍ଧି କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ସୋମବାର ସମ୍ବଲପୁର ଚିଡ଼ିଆଖାନାରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଶ୍ରୀ ପ୍ରଧାନ ସମ୍ବଲପୁର ଚିଡ଼ିଆଖାନାର ବାଘ ଖୁଆଡ଼(ଏନକ୍ଲୋଜୋର), ମଗର ଖୁଆଡ଼ ଓ ଘଡ଼ିଆଳ ଖୁଆଡ଼ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ ‘ସମ୍ବଲପୁର ଜୁ’ କୁ ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ଓ ଆକର୍ଷଣ କେନ୍ଦ୍ର ଭାବେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି । ଏହି ‘ସ୍ମଲ୍ ଜୁ’କୁ ‘ମିଡ୍ ସାଇଜ୍ ଜୁ’ରେ ପରିଣତ କରିବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଆବଶ୍ୟକ ୩୫ ହେକ୍ଟର ଜମି ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବିଭାଗରୁ ଏକତ୍ରୀକରଣ କରାଯାଇ ସମ୍ବଲପୁର ଜୁ’ ଅଥରିଟି ଗଠନ ପାଇଁ ଯୋଜନା କରାଯାଉଛି । ବର୍ତ୍ତମାନ ଏହି ଚିଡ଼ିଆଖାନାରେ କଲରାପତରିଆ ବାଘ ଅଛନ୍ତି ଏବଂ ଦର୍ଶକମାନେ ଗ୍ଲାସ୍ ହାଉସ୍ ମାଧ୍ୟମରେ ସେମାନଙ୍କୁ ଦେଖିବାର ସୁଯୋଗ ପାଉଛନ୍ତି । ଏଠାରେ ନୂତନ ଗ୍ଲାସ୍ ଖୁଆଡ଼ ନିର୍ମାଣ ପରେ କର୍ତ୍ତୃପକ୍ଷ ଏଠାକୁ ଦୁଇ ଯୋଡ଼ା ବା ୪ଟି ରୟାଲ୍ ବେଙ୍ଗଲ ଟାଇଗର ଆଣିବାକୁ ଯୋଜନା କରିଛନ୍ତି । ବର୍ତ୍ତମାନ ୭୦ରୁ ଅଧିକ ପଶୁପକ୍ଷୀ ଥିବା ଏହି ଚିଡ଼ିଆଖାନାରେ ଆଗାମୀ ଦିନରେ ଅଧିକ ପକ୍ଷୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ । ଆଜିର ପଦକ୍ଷେପ ଜୀବଜନ୍ତୁ ସଂରକ୍ଷଣ ଦିଗରେ ଆମର ଦୃଢ଼ ସଂକଳ୍ପର ପ୍ରତୀକ ଅଟେ । ପ୍ରାଣୀ ଉଦ୍ୟାନର ଉନ୍ନତିକରଣ ଦ୍ୱାରା ଏହା ଜାତୀୟ ସ୍ତରରେ ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଗଣିତ ହେବ । ବାଘ, ମୁଗର ଏବଂ ଘଡ଼ିଆଳ ଭଳି ବିରଳ ଜୀବଜନ୍ତୁଙ୍କୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଆକୃଷ୍ଟ ହେବେ ।  

ଶ୍ରୀ ପ୍ରଧାନ କହିଛନ୍ତି, ପ୍ରାଣୀ ଉଦ୍ୟାନ ହେଉଛି ପରିବେଶ ଶିକ୍ଷାର ଏକ ଖୋଲା ବିଦ୍ୟାଳୟ । ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ଏହି ଏନକ୍ଲୋଜରଗୁଡ଼ିକ ମାଧ୍ୟମରେ ପ୍ରାଣୀ ଜଗତ ବିଷୟରେ ନିକଟରୁ ଜାଣିପାରିବେ । ନୂତନ ଭାବେ ନିର୍ମିତ ଏନକ୍ଲୋଜରଗୁଡ଼ିକ ଜୀବଜନ୍ତୁଙ୍କୁ ବଞ୍ଚାଇବାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବ । ଏହା ଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ସ୍ଥାନୀୟ ବ୍ୟବସାୟ ଓ ଅର୍ଥନୀତି ମଜଭୁତ ହେବ । ଅନେକ ଯୁବବର୍ଗଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ସହ ସମ୍ବଲପୁର ଜିଲ୍ଲାର ହୀରାକୁଦ, ଦେବ୍ରିଗଡ଼, ଉଷାକୋଠୀ ଓ ଭୀମମଣ୍ଡଳୀର ରକ୍ ଆର୍ଟ ଅଞ୍ଚଳରେ ମଧ୍ୟ ପର୍ଯ୍ୟଟକଙ୍କ ସୁବିଧା ବୃଦ୍ଧି କରି ଜିଲ୍ଲାର ହସ୍ତତନ୍ତ, ବୟନଶିଳ୍ପ, କାରିଗରୀ, ଖାଦ୍ୟପେୟ ଏବଂ ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ସୋ କେସ୍ କରାଯିବାର ଯୋଜନା ରହିଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

 

Previous Post

ଗଣଦୁଷ୍କର୍ମ ପୀଡିତା ଡାକ୍ତରଖାନାରେ, ନେତୃବୃନ୍ଦ ଦିଲ୍ଲୀ ନାଚ ଗୀତରେ

Next Post

ସୋଆରେ ଦ୍ୱିତୀୟ ଇନ୍‌ଟରନ୍ୟାସ୍‌ନାଲ ଏକ୍ସଟେନ୍‌ସନ୍ ଏଜୁକେସନ୍ କଂଗ୍ରେସ ୨୦୨୫ର ଶୁଭାରମ୍ଭ

Next Post
ସୋଆରେ ଦ୍ୱିତୀୟ ଇନ୍‌ଟରନ୍ୟାସ୍‌ନାଲ ଏକ୍ସଟେନ୍‌ସନ୍ ଏଜୁକେସନ୍ କଂଗ୍ରେସ ୨୦୨୫ର ଶୁଭାରମ୍ଭ

ସୋଆରେ ଦ୍ୱିତୀୟ ଇନ୍‌ଟରନ୍ୟାସ୍‌ନାଲ ଏକ୍ସଟେନ୍‌ସନ୍ ଏଜୁକେସନ୍ କଂଗ୍ରେସ ୨୦୨୫ର ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA