Friday, January 16, 2026 11:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦିଲ୍ଲୀରେ ଅଦିନିଆ ରଥଯାତ୍ରାକୁ ବିରୋଧ ହେଲାନି

ରାଜନୈତିକ ବାଛବିଚାରରେ ମହାପ୍ରଭୁ ବଳି!

by Our Correspondent
24 Jun, 2025- 09:10 PM
in Latest News, News
1 min read
0
ଦିଲ୍ଲୀରେ ଅଦିନିଆ ରଥଯାତ୍ରାକୁ ବିରୋଧ ହେଲାନି

ଭୁବନେଶ୍ୱର: ଇସ୍କନ୍ ଆୟୋଜିତ ଅଦିନିଆ ରଥଯାତ୍ରାକୁ ନେଇ ନିକଟ ଅତୀତରେ ବହୁତ ଝଡ଼ ବୋହିଥିଲା । ରଥଯାତ୍ରା ସମୟ, ବିଧି ଓ ନୀତିକାନ୍ତି ଉଲ୍ଲଂଘନକୁ ସବୁଆଡୁ ବିରୋଧ ହୋଇଥିଲା । ଜଗନ୍ନାଥ ସଂସ୍କୃତିର ଏହା ଘୋର ଅବମାନନା ବୋଲି କୁହାଗଲା । ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭକ୍ତମାନେ ପ୍ରତିବାଦ କଲେ । ଓଡ଼ିଶାର ସବୁ ଗଣମାଧ୍ୟମ ଇସ୍କନ୍ ଆୟୋଜିତ ଅଦିନିଆ ରଥଯାତ୍ରା ବିରୋଧରେ ଫାଳ ଫାଳ ଖବର ଛାପିଲେ । ଟିଭିରେ ପଣ୍ଡିତମାନଙ୍କୁ ବସାଇ ଘଣ୍ଟା ଘଣ୍ଟା ଧରି ଡିବେଟ୍ ହେଲା । ଅଦିନିଆ ରଥଯାତ୍ରାକୁ ମହାରାଜା ଗଜପତି ଦିବ୍ୟସିଂହ ଦେବ ବିରୋଧ କରି ଆଇନ ଅଦାଲତର ଧମକ ଦେଲେ । ଓଡ଼ିଆ ଅସ୍ମିତା ଏବଂ ମହାପ୍ରଭୁଙ୍କ ସୁରକ୍ଷା ଦ୍ୱାହିରେ କ୍ଷମତାକୁ ଆସିଥିବା ମୋହନ ସରକାର ଇସ୍କନ୍ କୁ ଛାଟ ଦେଖାଇଲେ । କେଉଁଠି ବି ଅଦିନିଆ ରଥଯାତ୍ରା ହୋଇପାରିବ ନାହିଁ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମରେ ବିବୃତି ଦେଲେ ।

ମାତ୍ର ବିଡ଼ମ୍ବନା ହେଉଛି ଯେ ଖୁବ୍ କମ ସମୟ ବ୍ୟବଧାନରେ ମିଳିମିଶି ଏହାକୁ ସମସ୍ତେ ଭୁଲିଗଲେ । ଦୁଇଦିନ ତଳେ ଦିଲ୍ଲୀରେ ଆୟୋଜିତ ଅଦିନିଆ ରଥଯାତ୍ରାକୁ କେହି ବିରୋଧ କରିନାହାନ୍ତି କି ପ୍ରତିବାଦ ହୋଇ ନାହିଁ । ନା ସରକାର, ନା ବିରୋଧୀ, ନା ସାଧାରଣ ଜନତା । ଗଣମାଧ୍ୟମରେ ମଧ୍ୟ ଏହି ଅଦିନିଆ ରଥଯାତ୍ରା ବିରୋଧରେ ଧାଡ଼ିଟିଏ ଆସିଲାନି । ଇସ୍କନ୍ ଅଦିନିଆ ରଥଯାତ୍ରାଠାରୁ ଦିଲ୍ଲୀ କମଳା ନଗରରେ ଆୟୋଜିତ ଅଦିନିଆ ରଥଯାତ୍ରା ଆହୁରି ମାରାତ୍ମକ । କାରଣ, ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅଣସର ବେଳେ ଦିଲ୍ଲୀରେ ଜଗନ୍ନାଥଙ୍କ ରଥଯାତ୍ରା କରିବାର ସାହାସ ହୋଇଛି । ଜଗନ୍ନାଥ ସଂସ୍କୃତିର ଧଜିଆ ଉଡ଼ାଯାଇଛି । ମାତ୍ର ପ୍ରତିବାଦ ପାଇଁ କାହା ଜିଭ ଲେଉଟିନି ।

ତେବେ ଏମିତି କାହିଁକି? ଦିଲ୍ଲୀ ଅଦିନିଆ ରଥଯାତ୍ରାକୁ ନେଇ ସମସ୍ତେ ଚୁପ୍ କାହିଁକି??

ଏହାର ଉତ୍ତର ହେଉଛି, ବିଜେପି ଶାସିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କର ଉପସ୍ଥିତି । ସେହି ଅଦିନିଆ ରଥଯାତ୍ରାରେ ସେ ଥିଲେ ମୁଖ୍ୟ ଅତିଥି । ସେଥିପାଇଁ ସମସ୍ତଙ୍କ ପାଟି ବନ୍ଦ, ହୋ ହଲ୍ଲା ନାହିଁ ।

ବିଜେପିର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ଅଦିନିଆ ରଥଯାତ୍ରାକୁ ବିରୋଧ କରିବାକୁ ମୋହନ ସରକାରଙ୍କ ଜୁ ନ ଥିଲା ବେଳେ ସ୍ୱଂୟ ଗଜପତି ମହାରାଜା ମଧ୍ୟ ଏହାର ପ୍ରତିବାଦ କରିବାକୁ ବଳ ଜୁଟାଇ ପାରିନାହାନ୍ତି । ନଗଦ ଡବଲ ଇଞ୍ଜିନ ସରକାରର ପୂର୍ତ୍ତି ଭୋଜି ଖାଇଥିବା ଏବଂ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ପାଇଥିବା ପ୍ରମୁଖ ଗଣମାଧ୍ୟମ ଭୟ ହେଉ ଅଥବା ଚାପରେ ହେଉ, ବିଜେପିକୁ ବଦନାମ କରିବାକୁ ଉଚିତ ମଣିନାହାନ୍ତି । ଗଣମାଧ୍ୟମରେ ଖବର ନ ଥିବାରୁ ସାଧାରଣ ଭକ୍ତମାନଙ୍କ ମଧ୍ୟରେ ଏହାର ପ୍ରତିକ୍ରିୟା ନାହିଁ ।

ସୁତରାଂ ମହାପ୍ରଭୁଙ୍କ ପ୍ରତି ଆବେଗ ଏବଂ ଓଡ଼ିଆ ଅସ୍ମିତା ରଫାଦଫା ହୋଇଯାଇଛି । ରାଜନୈତିକ ବାଛବିଚାରରେ ସରକାର ଏଥିପ୍ରତି ଆଖି ବୁଜି ଦେଇଥିଲା ବେଳେ ସାଧାରଣ ଭକ୍ତ ପ୍ରତିକ୍ରିୟାଶୂନ୍ୟ ହୋଇ ପାପ ମୁଣ୍ଡାଇଛନ୍ତି । ଓଡ଼ିଆଙ୍କର ଏହା ଦୁର୍ବଳତା ବୋଲି କୁହାଯାଉଛି ।

 

Previous Post

ମହାପ୍ରଭୁଙ୍କ ମାଦକ ଚୋରି: ମିଛ କହି ଫାଙ୍କିଦେଲେ ଆଇନମନ୍ତ୍ରୀ

Next Post

ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍ ଉନ୍ମୋଚିତ

Next Post
ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍ ଉନ୍ମୋଚିତ

ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍ ଉନ୍ମୋଚିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA