Monday, March 30, 2026 03:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କିଟରେ ପାଣିପାଗ ଓ ଜଳବାୟୁ ହାକାଥନ ଉଦ୍‍ଯାପିତ

by Our Correspondent
23 Sep, 2024- 09:28 PM
in Latest News, News, Science
1 min read
0
କିଟରେ ପାଣିପାଗ ଓ ଜଳବାୟୁ ହାକାଥନ ଉଦ୍‍ଯାପିତ

ଭୁବନେଶ୍ୱର: ଆମେରିକାର ସିଟି ୟୁନିଭରସିଟି ଅଫ୍‍ ନିଉୟର୍କ (କ୍ୟୁନି) ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦସ୍ଥିତ ଆମେରିକା କନ୍‍ସୁଲ୍‍ ଜେନେରାଲ, ମୁମ୍ବାଇସ୍ଥିତ ଆମେରିକା କନ୍‍ସୁଲ୍‍ ଜେନେରାଲ୍‍, କିଟ୍‍ ଓ କିସ୍‍ ମିଳିତ ଆନୁକୂଲ୍ୟରେ ୧୯ ତାରିଖରୁ ଚାଲିଥିବା ହାକାଥନ୍‍ ଶନିବାର ଉଦ୍‍ଯାପିତ ହୋଇଯାଇଛି । ପାଣିପାଗ ଓ ଜଳବାୟୁ ପରିବର୍ତ୍ତନ ଏବଂ ବାୟୁର ଗୁଣବତ୍ତା ସହିତ ଜଡ଼ିତ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ।

କ୍ୟୁନି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ସମେତ ଗୋଆ, ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଗୁଜୁରାଟ ଆଦି ଭାରତର ୧୬ଟି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗବେଷକମାନେ ଏଥିରେ ଯୋଗ ଦେଇଥିଲେ । ଅଂଶଗ୍ରହଣକାରୀମାନେ ସ୍ଥାନୀୟ ଜଳବାୟୁ ଓ ବାୟୁର ମାନକୁ ନେଇ ଜନ ସଚେତନତା ଏବଂ ଲୋକମାନେ ଯେଭଳି ବୁଝି ପାରିବେ ସେହି ଉଦ୍ଦେଶ୍ୟରେ ଉପକରଣ ଓ ଆପ୍‍ ତିଆରି କାର୍ଯ୍ୟକ୍ରମ କରିଥିଲେ ।

ଆମେରିକା ବୈଦେଶିକ ବିଭାଗ ଓ ରାଷ୍ଟ୍ରୀୟ ବିଜ୍ଞାନ ଫାଉଣ୍ଡେସନ୍‍ (ଏନ୍‍ଏସ୍‍ଏଫ୍‍) ଅନୁସନ୍ଧାନ ଅନୁଦାନରେ ସ୍ଥାପିତ ୨୨ଟି ପାଣିପାଗ ଓ ଜଳବାୟୁ ନେଟୱାର୍କ କେନ୍ଦ୍ରରୁ ସେମାନେ ତଥ୍ୟ ବିନିଯୋଗ କରିଥିଲେ । ତେବେ ଏହି ପୟାସ ଜଳବାୟୁ ପରିବର୍ତ୍ତନ ବିରୋଧରେ ବିଶ୍ୱସ୍ତରୀୟ ପଦକ୍ଷେପଗୁଡ଼ିକରେ ଯୋଗଦାନ କରିବ ବୋଲି ଆଶା କରାଯାଉଛି । ପ୍ରତିଯୋଗୀମାନଙ୍କୁ ହାକାଥନ୍‍ ଅବସରରେ ପାଣିପାଗ, ଜଳବାୟୁ, ବାୟୁର ମାନରେ ଉନ୍ନତି, ଉତ୍ତାପ ତରଙ୍ଗ ଆଦି ୫ଟି ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ ଦେବାକୁ କୁହାଯାଇଥିଲା ।  

କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କ୍ୟୁନି ବିଶ୍ୱବିଦ୍ୟାଳୟର ସଭାପତି ଡ. ମିଲଟନ୍‍ ସାଣ୍ଟିଆଗୋ ଜଳବାୟୁ ପରିବର୍ତ୍ତନର ବିଭିନ୍ନ ଦିଗ ଓ ଏହାର ସମାଧାନ କିପରି କରାଯିବ ତା ଉପରେ କହିଥିଲେ । ଏହା ସହିତ କିଟ୍‍ ଓ କିସ୍‍ର ସହଯୋଗ ତଥା ଏ ଦିଗରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ । କ୍ୟୁନି ବିଶ୍ୱବିଦ୍ୟାଳୟ ପ୍ରଫେସର ପିଟର ଗ୍ରୋଫ୍‍ମ୍ୟାନ୍‍ ଭବିଷ୍ୟତ ପାଇଁ ଜଳବାୟୁର ସୁରକ୍ଷା ଓ ଚରମ ସ୍ଥିତି ପାଇଁ କିଭଳି ପ୍ରସ୍ତୁତ ହେବାକୁ ପଡ଼ିବ ତା ଉପରେ ଆଲୋଚନା କରିଥିଲେ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏଭଳି କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ କହିଲେ, କିଟରେ ବିଭିନ୍ନ ସମୟରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ସମ୍ମିଳନୀମାନ ଆୟୋଜିତ ହୋଇଥାଏ । ଏହା ଦ୍ୱାରା ଓଡ଼ିଶାର କଳା, ସଂସ୍କୃତି ଓ ପରିବେଶ ଉପରେ ବିଦେଶରୁ ଆସୁଥିବା ଲୋକମାନେ ସକାରାତ୍ମକ ଅନୁଭୂତି ନେଇ ଯାଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ସାମନ୍ତ କହିଥିଲେ । ଏହି ଅବସରରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

Previous Post

ପ୍ୟାରିସ୍‍ ଅଲିମ୍ପିକ୍‍ସ ଓ ପାରା ଅଲିମ୍ପିକସରେ ଅଂଶଗ୍ରହଣ କରିଥିବା କିଟ୍‍ର ୧୭ ଖେଳାଳିଙ୍କୁ ସମ୍ବର୍ଦ୍ଧନା

Next Post

ବାଲେଶ୍ୱର ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା

Next Post
ବାଲେଶ୍ୱର ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା

ବାଲେଶ୍ୱର ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA