Wednesday, March 11, 2026 09:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ଭାଷଣ

by Our Correspondent
27 Sep, 2025- 08:56 PM
in Latest News, News
1 min read
0
ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ଭାଷଣ

ଝାରସୁଗୁଡା
27 ସେପ୍ଟେମ୍ବର 2025

ସେବା ପକ୍ଷର ଏଇ ଅମୃତ ବେଳାରେ, ଆଜିର ଏହି ଦିନଟି, ଆମ ସମସ୍ତଙ୍କ ପାଇଁ ଗୋଟିଏ ମହୋତ୍ସବର ଦିନ । କାରଣ, ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା, ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ, ଆଜି ଆମ ସହିତ ଉପସ୍ଥିତ ଅଛନ୍ତି।

ମାନନୀୟ ପ୍ରଧାନମନ୍ତ୍ରୀ ଜୀ,
ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ପକ୍ଷରୁ, ଝାରସୁଗୁଡ଼ାର ମାଟିରେ, ମୁଁ ଆପଣଙ୍କୁ ସ୍ୱାଗତ କରୁଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ପବିତ୍ର ଭୂମିକୁ, ଆପଣଙ୍କୁ ସ୍ୱାଗତ।

ମାନନୀୟ ପ୍ରଧାନମନ୍ତ୍ରୀଜୀ,

ଝାରସୁଗୁଡ଼ାରେ ଆପଣଙ୍କର ଏହି କାର୍ଯ୍ୟକ୍ରମ ବିଧିର ବିଧାନ ଅଟେ। କାରଣ, ଝାରସୁଗୁଡ଼ାର ଏହି ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଠିକ୍‌ ଆଠ ବର୍ଷ ପୂର୍ବେ, ସେପ୍ଟେମ୍ବର ୨୨ ତାରିଖରେ, ଆପଣଙ୍କର କରକମଳରେ ଲୋକାର୍ପିତ ହୋଇଥିଲା। ଆଜି, ଏହି ଏୟାରପୋର୍ଟ, ଓଡ଼ିଶାକୁ ବିଶେଷକରି ପଶ୍ଚିମ ଓଡ଼ିଶାର ବିକାଶର ଗତିକୁ ତ୍ୱରାନ୍ୱିତ କରିଛି।

କିଛିଦିନ ପୂର୍ବେ ସମଗ୍ର ଦେଶ, ହର୍ଷ-ଉଲ୍ଲାସର ସହିତ, ଆପଣଙ୍କର ଜନ୍ମଦିବସ ପାଳନ କରିଥିଲା। ଏହା କେବଳ ଏକ ଜନ୍ମଦିବସ ଉତ୍ସବ ନଥିଲା, ବରଂ ଏହା ଥିଲା ଦେଶ ପ୍ରତି ଆପଣଙ୍କର ପଚାଶ ବର୍ଷରୁ ଅଧିକ ସମୟଧରି, ଅତୁଟ ସମର୍ପଣ ଭାବରେ କରିଥିବା ସେବାର ପ୍ରତିଫଳନ। ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ‘ସେବା ପକ୍ଷ’ ଭାବରେ ପାଳନ କରିବା ଏହାର ସବୁଠାରୁ ବଡ଼ ପ୍ରମାଣ। ଏହା ଆମ ପାଇଁ ‘ସେବା ପର୍ବ’।

ଆଜିର ଏହି ସମାବେଶ, ଯୁବବର୍ଗଙ୍କ ପାଇଁ ସମର୍ପିତ। ବିଶେଷ କରି ୨୦୧୪ ପରେ, ଦେଶର ଯୁବବର୍ଗଙ୍କ ପାଇଁ ଆପଣ ଯଥାର୍ଥ ଭାବେ ସବୁଠାରୁ ବଡ଼ ‘ଆଇକନ୍’। ଦେଶର ଯୁବବର୍ଗଙ୍କ ପାଇଁ ଆପଣ ପ୍ରେରଣାର ସ୍ରୋତ। ଦେଶର ବିକାଶ ପାଇଁ ଆପଣ ଯେଉଁ ଚାରି ବର୍ଗଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି, ସେଥିରେ ଯୁବବର୍ଗଙ୍କ ପାଇଁ ଏକ ବିଶେଷ ସ୍ଥାନ ରହିଛି। ଯୁବବର୍ଗଙ୍କ ପାଇଁ ଆପଣ ଅନେକ ଯୋଜନା ଆରମ୍ଭ କରିଛନ୍ତି, ଯାହାର ସକାରାତ୍ମକ ପରିଣାମ ଆଜି ସ୍ପଷ୍ଟ ଭାବେ ଦେଖାଯାଉଛି।

‘ଅପରେସନ ସିନ୍ଦୁର’ ସହିତ ଦେଶର ସୁରକ୍ଷାକୁ ନେଇ ଆପଣ ଯେଉଁ ‘ଲକ୍ଷ୍ମଣ ରେଖା’ ଆଙ୍କିଛନ୍ତି, ସେଥିରେ ଦେଶର ଯୁବବର୍ଗଙ୍କର ମନପ୍ରାଣରେ ଏକ ନୂତନ ଉତ୍ସାହ ଭରି ଦେଇଛି।

ଭାରତରେ ଗୋଟିଏ ପ୍ରସିଦ୍ଧ ହିନ୍ଦି ଲୋକକଥା ଅଛି — ‘ଛେଡେଙ୍ଗେ ନେହିଁ, ଅଗର କୋଇ ଛେଡେଗା, ତୋ ଛୋଡେଙ୍ଗେ ନେହିଁ’। ପେହଲଗାମର ନରସଂହାର ପରେ, ଶତ୍ରୁ ଦେଶରେ ପ୍ରବେଶ କରି, ଆତଙ୍କବାଦୀ ଏବଂ ସେମାନଙ୍କର ପୃଷ୍ଠପୋଷକଙ୍କୁ ଯେପରି ଦଣ୍ଡ ଦିଆଗଲା, ସେଥିରେ ଦେଶର ସୁରକ୍ଷା ନୀତିର ସବୁ ଦିଗ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି। ଦେଶକୁ ସୁରକ୍ଷିତ ରଖିଥିବାରୁ, ସମଗ୍ର ଦେଶ ପକ୍ଷରୁ, ଆପଣଙ୍କୁ ଅଶେଷ ଧନ୍ୟବାଦ।

ମାନନୀୟ ପ୍ରଧାନମନ୍ତ୍ରୀଜୀ,

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଆପଣଙ୍କର ଭକ୍ତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ଆପଣଙ୍କର ଶ୍ରଦ୍ଧା ବିଷୟରେ ଆମେ ସମସ୍ତେ ଜାଣୁ। ଆମ ସରକାର ଆସିବା ପରେ, ଆପଣ ସାତ ଥର ଓଡ଼ିଶା ଗସ୍ତ କରିଛନ୍ତି।

ଗତବର୍ଷ, ଆପଣଙ୍କ ଜନ୍ମଦିନରେ ଆପଣ ଓଡ଼ିଶା ଆସିଥିଲେ ଏବଂ ଆମ ମା’ ଓ ଭଉଣୀମାନଙ୍କ ପାଇଁ *‘ସୁଭଦ୍ରା ଯୋଜନା’*ର ଶୁଭାରମ୍ଭ କରିଥିଲେ। ଆଜି ଏହି ଯୋଜନା ଅଧୀନରେ, ଏକ କୋଟିରୁ ଅଧିକ ମା’ମାନଙ୍କୁ ପ୍ରତିବର୍ଷ ଦଶ ହଜାର ଟଙ୍କାର ସହାୟତା ମିଳୁଛି। ଗତବର୍ଷ, ଜଣେ ଆଦିବାସୀ ମା’ଙ୍କ ହାତରୁ କ୍ଷିରି ଖାଇ, ଆପଣ ଆପଣଙ୍କର ଜନ୍ମଦିନ ପାଳନ କରିଥିଲେ। ଓଡ଼ିଶାବାସୀଙ୍କ ପ୍ରତି ଆପଣଙ୍କର ଏହି ଭଲପାଇବା, ଆମ ସମସ୍ତଙ୍କୁ ଅଭିଭୂତ କରିଛି।

ପରିବେଶ ସୁରକ୍ଷା ପ୍ରତି ଆପଣଙ୍କ ଚିନ୍ତା ବିଷୟରେ ସମଗ୍ର ଦେଶ ଜାଣିଛି। ଗତବର୍ଷ ଆପଣ ଯେଉଁ “ଏକ ପେଡ୍‌ ମା’ କେ ନାମ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ତାହା ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି।

ଚଳିତ ବର୍ଷ ଆପଣଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ରେ, “ଏକ ପେଡ୍‌ ମା’ କେ ନାମ୍‌ 2.0” ଅଭିଯାନରେ, ଆମେ ୭୫ ଲକ୍ଷ ବୃକ୍ଷରୋପଣ ପାଇଁ ସଙ୍କଳ୍ପ ନେଇଥିଲୁ। କିନ୍ତୁ ଓଡ଼ିଶାବାସୀ ସେହି ଦିନ, ଦୁଇଗୁଣା ଅର୍ଥାତ ଦେଢ଼ କୋଟି ଗଛ ଲଗାଇଦେଲେ। ଓଡ଼ିଶାବାସୀ ଆପଣଙ୍କୁ ବହୁତ୍ ଶ୍ରଦ୍ଧା ଓ ସମ୍ମାନ କରନ୍ତି ବୋଲି ଆମେ ଜାଣିଥିଲୁ, କିନ୍ତୁ ଏତେ ଅଧିକ ସମ୍ମାନ କରନ୍ତି ବୋଲି ସେହି ଦିନ ହିଁ ସ୍ପଷ୍ଟ ହେଲା। ଏହି ଅବସରରେ, ସମଗ୍ର ରାଜ୍ୟବାସୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି।

ମାନନୀୟ ପ୍ରଧାନମନ୍ତ୍ରୀଜୀ,

ଓଡ଼ିଶାର ବିକାଶ ପାଇଁ ଆପଣଙ୍କର ଫୋକସ୍ ସର୍ବଦା ରହିଛି। ଆପଣଙ୍କର *‘ପୂର୍ବୋଦୟ’*ର ପରିକଳ୍ପନାର କେନ୍ଦ୍ରରେ ଓଡ଼ିଶା ରହିଛି।

ଆପଣଙ୍କର ମାର୍ଗଦର୍ଶନରେ ଓଡ଼ିଶା ଆଜି ଦ୍ରୁତ ଗତିରେ ବିକାଶ ପଥରେ ଅଗ୍ରସର ହେଉଛି। ଆପଣ ଯେତେବେଳେ ଓଡ଼ିଶା ଆସନ୍ତି, ରାଜ୍ୟବାସୀଙ୍କ ପାଇଁ ଅନେକ ଉପହାର ନେଇଆସନ୍ତି। ଏଥର, ଆପଣ ପାର୍ବଣ ସମୟରେ — ଅର୍ଥାତ, ନବରାତ୍ରିରେ ଆସିଛନ୍ତି।

ଦୁର୍ଗା ପୂଜା ଓଡ଼ିଶାର ସବୁଠାରୁ ବଡ଼ ପର୍ବ। ଏହି ଶୁଭ ଅବସରରେ, ଆପଣ ରାଜ୍ୟର ଉନ୍ନତି ପାଇଁ ଏବଂ ବିଶେଷ ଭାବେ ଲୋକମାନଙ୍କ ପାଇଁ, ଡବଲ ବୋନାଞ୍ଜା ଆଣିଛନ୍ତି।

ଆଜି ମଧ୍ୟ, ଆପଣଙ୍କର କରକମଳରେ ଅନେକ ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଛି। ବ୍ରହ୍ମପୁରରୁ ସୁରାଟ ପର୍ଯ୍ୟନ୍ତ ନୂଆ ଅମୃତ ଭାରତ ଟ୍ରେନ୍, ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପ, ନୂଆ ସେମିକଣ୍ଡକ୍ଟର ପାର୍କ, ବ୍ରହ୍ମପୁର MKCG ଏବଂ ବୁର୍ଲା VIMSAR ହସ୍ପିଟାଲ୍‌କୁ ବିଶ୍ୱସ୍ତରୀୟ ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ ଭାବେ ବିକଶିତ କରିବା, ଗଞ୍ଜାମ ଜିଲ୍ଲାରେ ନୂଆ Port-based S.E.Z. ପ୍ରତିଷ୍ଠା କରିବା, ଏବଂ ସବୁଠାରୁ ବଡ଼ କଥା, ଆମର ଗରିବ ଭାଇମାନଙ୍କ ପାଇଁ 50,000 ଅନ୍ତ୍ୟୋଦୟ ଗୃହ ନିର୍ମାଣ ପାଇଁ Work Order ମଧ୍ୟ ପ୍ରଦାନ କରାଯିବ। ଏହି ସମସ୍ତ ପଦକ୍ଷେପ ଦ୍ୱାରା ଓଡିଶାର ପ୍ରଗତିର ଭିତ୍ତି, ଆହୁରି ମଜବୁତ ହେବ।

ଦ୍ୱିତୀୟ ବୋନାଞ୍ଜା ହେଉଛି – ‘Next Generation GST Reforms’। ଭାରତର ଅନ୍ୟାନ୍ୟ ରାଜ୍ୟରେ, ଲୋକମାନେ ସାଧାରଣତଃ ଦୀପାବଳୀ ସମୟରେ କିଣାକିଣି କରଥାନ୍ତି। କିନ୍ତୁ, ଓଡିଶାରେ ଏହି କିଣାକିଣି ଦୁର୍ଗାପୂଜାର ଅବସରରେ ହୁଏ।

ବର୍ତ୍ତମାନ ଓଡିଶାର ଲୋକମାନେ ‘ଜିଏସଟି ବଚତ୍ ଉତ୍ସବ’ରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି। ଆପଣଙ୍କ ଏହି ଐତିହାସିକ ପଦକ୍ଷେପ ପାଇଁ, 3 ଦିନ ପୂର୍ବରୁ ସମାପ୍ତ ହୋଇଥିବା ଓଡିଶା ବିଧାନସଭାର ବର୍ଷାକାଳୀନ ଅଧିବେଶନରେ, ଧନ୍ୟବାଦ ପ୍ରସ୍ତାବ ପାରିତ କରାଯାଇଛି। ଆଜି ଗରିବରୁ ଆରମ୍ଭ କରି, ଧନୀ ପର୍ଯ୍ୟନ୍ତ, ପ୍ରତ୍ୟେକ ଲୋକ କିଛି ନ କିଛି ସଞ୍ଚୟ କରୁଛନ୍ତି। ଓଡିଶାବାସୀଙ୍କ ପକ୍ଷରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।

ଆପଣଙ୍କ ଦ୍ୱାରା ଦିଆଯାଇଥିବା ମନ୍ତ୍ର – ‘ସବ୍‍କା ସାଥ୍, ସବ୍‍କା ବିକାଶ, ସବ୍‍କା ବିଶ୍ୱାସ ଔର୍ ସବ୍‍କା ପ୍ରୟାସ’ ନୀତିକୁ ଆଧାର କରି, ଆମେ କୃଷକ, ଗରିବ, ମହିଳା ଏବଂ ଯୁବବର୍ଗଙ୍କର କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ କାମ କରୁଛୁ।

ଚଳିତ ବର୍ଷ ଜାନୁଆରୀ ମାସରେ, ଆପଣ ଉତ୍କର୍ଷ ଓଡିଶା- Make in Odisha କାର୍ଯ୍ୟକ୍ରମରେ, ଉଦ୍ୟୋଗପତିମାନଙ୍କୁ ଓଡିଶାରେ ନିବେଶ କରିବା ପାଇଁ ଆହ୍ୱାନ ଦେଇ କହିଥିଲେ – “ୟହି ସମୟ ହୈ, ସହି ସମୟ ହୈ” । ଏହି ସାଢେ ସାତ ମାସ ମଧ୍ୟରେ, 2 ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସହିତ, ଓଡିଶାରେ 84ଟି ଶିଳ୍ପ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଛି । ଏହା ଦ୍ୱାରା 1 ଲକ୍ଷ 64 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଆପଣଙ୍କ ଦିଗ୍‍ଦର୍ଶନରେ, ଓଡିଶା ଆଗକୁ ବଢିଚାଲିବ ଏବଂ ସମୃଦ୍ଧ ଓଡିଶା ଗଠନର ଲକ୍ଷ୍ୟ ନିଶ୍ଚିତ ଭାବେ ସାର୍ଥକ ହେବ।

ମାନନୀୟ ପ୍ରଧାନମନ୍ତ୍ରୀ ଜୀ,

ଗତ 11 ବର୍ଷରେ, ଆପଣଙ୍କ ନେତୃତ୍ୱରେ, ଦେଶ ପ୍ରତ୍ୟେକ କ୍ଷେତ୍ରରେ, ନୂଆ ଶିଖରରେ ପହଞ୍ଚିଛି।

ସାମାଜିକ, ରାଜନୈତିକ ଏବଂ ଆର୍ଥିକ ପ୍ରଗତି ସହିତ, ‘ଦେଶର ସୁରକ୍ଷାର ଗ୍ୟାରେଣ୍ଟି’ ଦିଗରେ, ଆମ ଦେଶ ପ୍ରତ୍ୟେକ ଦିନ ନୂଆ କୀର୍ତ୍ତିମାନ ସ୍ଥାପନ କରୁଛି। ଦେଶ ପ୍ରତି ଆପଣଙ୍କ ସମର୍ପଣ ଏବଂ ସେବାଭାବ ସମ୍ବନ୍ଧରେ, ଏଠାରେ ଉପସ୍ଥିତ ଯୁବବର୍ଗଙ୍କୁ ମୁଁ କିଛି କହିବାକୁ ଚାହୁଁଛି।

ବାଲାକୋଟ ଏୟାର୍ ଷ୍ଟ୍ରାଇକ୍ ପରେ, 26 ଫେବୃଆରୀ 2019ରେ, ଆପଣ ରାଜସ୍ଥାନର ଚୁରୁ ଠାରେ ଏକ ଭାବପୂର୍ଣ୍ଣ କବିତା ପାଠ କରିଥିଲେ, ଯାହା ଆଜିର ଯୁବପିଢିଙ୍କୁ କେବଳ ଶୁଣିବା ପାଇଁ ନୁହେଁ, ମନରେ ବସାଇବା ମଧ୍ୟ ଆବଶ୍ୟକ।

ଆପଣ କହିଥିଲେ –

ସୌଗନ୍ଧ ହୈ ମୁଝେ ଇସ୍ ମିଟ୍ଟି କି,
ମେଁ ଦେଶ ନହିଁ ମିଟ୍‌ନେ ଦୁଙ୍ଗା।

ସୌଗନ୍ଧ ହୈ ମୁଝେ ଇସ୍ ମିଟ୍ଟି କି,
ମେଁ ଦେଶ ନେହିଁ ରୁକନେ ଦୁଙ୍ଗା।

ସୌଗନ୍ଧ ହୈ ମୁଝେ ଇସ୍ ମିଟ୍ଟି କି,
ମେଁ ଦେଶ ନେହିଁ ଝୁକନେ ଦୁଙ୍ଗା।

ଏହି ପଂକ୍ତି ପରେ, ମୋତେ ଆଉ କିଛି କହିବାର ଆବଶ୍ୟକତା ନାହିଁ। ସମଗ୍ର ଦେଶବାସୀ ଏବଂ ଆମ ଯୁବବର୍ଗ ଜାଣିଛନ୍ତି ଯେ, ଆପଣଙ୍କ ନେତୃତ୍ୱରେ – ଭାରତ ନା ଅଟକିବ, ନା ନଇଁବ, ନୂଆ ଭାରତ କେବଳ ଆଗକୁ ହିଁ ବଢିବ।

ଶେଷରେ, 2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ, ଆପଣଙ୍କ ସଂକଳ୍ପକୁ ସାକାର କରିବା ପାଇଁ, ଆମେ ସମସ୍ତେ ନିଜ ନିଜର ଯୋଗଦାନ ଦେବୁ। ସମଗ୍ର ଯୁବ ସମାଜ, ଏକତ୍ରିତ ଭାବେ ଏକମନରେ, ଆପଣଙ୍କ ସହିତ ଦୃଢ଼ଭାବରେ ଛିଡା ହୋଇରହିଛନ୍ତି।

ଧନ୍ୟବାଦ
ଭାରତ ମାତା କି ଜୟ

Previous Post

ଓଡିଶାକୁ ୬୦,୦୦୦ କୋଟିର ପ୍ରକଳ୍ପ

Next Post

Second National Mediation Conference Inaugurated In Bhubaneswar

Next Post
Second National Mediation Conference Inaugurated In Bhubaneswar

Second National Mediation Conference Inaugurated In Bhubaneswar

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA