ଭୁୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା । ଏମାନେ ଗଞ୍ଜମ ଜିଲ୍ଲାର ସୁରତ ଫେରନ୍ତା । ପୂର୍ବରୁ ଭୁବନେଶ୍ୱରର ୨ ଓ ଗଞ୍ଜାମର ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା । ଏଥିସହ କରୋନା ମୃତ୍ୟୁ ସଂଖ୍ୟା ୫ ରେ ପହଞ୍ଚିଛି । ସେପଟେ ରାଜ୍ୟରେ ଆଉ ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ଅଛନ୍ତି ଜଣେ ସରପଞ୍ଚ । ପ୍ରବାସୀ ଓଡ଼ିଆ ରହୁଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୮୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସରପଞ୍ଚ ଙ୍କ ସମେତ ଅନ୍ୟ ୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
୯୧ ଜଣ ନୂଆ ପଜିଟିଭ୍ ଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାରୁ ସର୍ବାଧିକ ୨୮ ଜଣ ଅଛନ୍ତି । ପ୍ରଥମ ଥର ପାଇଁ ସମ୍ବଲପୁରରୁ ଜଣେ ପଜିଟିଭ୍ ବାହାରିଛନ୍ତି । ବାଲେଶ୍ୱର ୧୭, ଗଞ୍ଜାମ ୧୫, ପୁରୀ ୭, କେନ୍ଦୁଝର ୪, ଖୋର୍ଦ୍ଧା ୩, ବଲାଙ୍ଗୀର ୨, କଟକ ୨, ସୁନ୍ଦରଗଡ଼ ୧, କେନ୍ଦ୍ରାପଡ଼ାରୁ ୧ ପଜିଟିଭ୍ ଅଛନ୍ତି ।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ ରେ ପହଞ୍ଚିଛି । ୫ ଜଣ ମୃତ ଏବଂ ୧୯୬ ଜଣ ସୁସ୍ଥ ହୋଇଥିବାରୁ ଏଷବ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୨୭ ।
ଜିଲ୍ଲାୱାରି କରୋନା ଆକ୍ରାନ୍ତଙ୍କ ତାଲିକା
ଗଞ୍ଜାମ ୨୯୨, ଯାଜପୁର ୧୨୧, ବାଲେଶ୍ୱର ୧୧୯, ଭଦ୍ରକ ୭୪, ଖୋର୍ଦ୍ଧା ୫୯, ସୁନ୍ଦରଗଡ଼ ୨୭, କେନ୍ଦ୍ରାପଡ଼ା ୨୭, ପୁରୀ ୨୫, କଟକ ୨୨, ଅନଗୁଳ ୧୫, ମୟୁରଭଞ୍ଜ ୧୧, କେନ୍ଦୁଝର ୮, ନୟାଗଡ଼ ୬, ଜଗତସିଂହପୁର ୫, ବୌଦ୍ଧ ୪, ବଲାଙ୍ଗୀର ୪, କଳାହାଣ୍ଡି ୨, ଝାରସୁଗୁଡ଼ା ୨, ଦେବଗଡ଼ ୨, ସମ୍ବଲପୁର ୧, କୋରାପୁଟ ୧, ଢ଼େଙ୍କାନାଳ ୧ ।