ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ସ୍ଥାନରେ ୭ମ ଆନ୍ତର୍ଜାତିକ ଆର୍ଟ ଅଫ୍ ଗିଭିଂ ଦିବସ ପାଳିତ ହୋଇଛି । କରୋନାକୁ ଦୃଷ୍ଟିରେ ରଖି ଆର୍ଟ ଅଫ୍ ଗିଭିଂର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶକ୍ରମେ ଏହି ଦିବସକୁ ବିଧିବଦ୍ଧ ଭାବେ ପାଳନ ନ କରି ଭିିନ୍ନ ରୂପରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଶ୍ରୀ ସାମନ୍ତଙ୍କ ଅନୁରୋଧକ୍ରମେ ଆଜି ଆର୍ଟ୍ ଅଫ୍ ଗିଭିଂର ଶୁଭେଚ୍ଛୁ ଓ ଅନୁଗାମୀମାନେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ । କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସେବାରେ ନିୟୋଜିତ ଥିବା କରୋନା ଯୋଦ୍ଧାମାନଙ୍କୁ ସେମାନେ ନମସ୍କାର ଓ ଶୁଭେଚ୍ଛା ଜଣାଇଥିଲେ । ଏହା ବ୍ୟତୀତ କେତେକ ସହୃଦୟ ବ୍ୟକ୍ତି ଆଜି ବିଶ୍ୱ ତଥା ଦେଶର ବିଭିନ୍ନ ସ୍ଥାନରେ ଖାଦ୍ୟ, ମାସ୍କ, ସାବୁନ୍, ସାନିଟାଇଜର ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟିବା ସହ କରୋନା ଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।







