Tuesday, May 19, 2026 05:48 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଘରେ କ୍ଲାସ୍ କରିବେ ‘କିସ୍’ ଛାତ୍ରଛାତ୍ରୀ

by Our Correspondent
10 Jun, 2020- 11:44 PM
in Latest News, News
1 min read
0
ଘରେ କ୍ଲାସ୍ କରିବେ ‘କିସ୍’ ଛାତ୍ରଛାତ୍ରୀ

କିସ୍‌ରେ ଆରମ୍ଭ ହେଲା ଇ-ଲର୍ଣ୍ଣିଂ କ୍ଲାସ୍‌

ଭୁବନେଶ୍ୱର: କରୋନା ଲକ୍ ଡାଉନ୍ ରେ ଥିବା ‘କିସ୍’ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରେ ପାଠ୍ୟପୁସ୍ତକ ଓ ଶୁଖିଲା ଖାଦ୍ୟ ପହଞ୍ଚାଇଥିଲେ କର୍ତ୍ତୃପକ୍ଷ । ଏବେ ସେମାନେ ଘରେ ଥାଇ ଯେପରି ପାଠ ପଢିପାରିବେ ସେଥିପାଇଁ କଳିଙ୍ଗ ଟିଭି ସହଯୋଗରେ କିସ୍‌ ପକ୍ଷରୁ ଇ-ଲର୍ଣ୍ଣିଂ କ୍ଲାସ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିପାଇଁ ପ୍ରତିଦିନ କଳିଙ୍ଗ ଟିଭିରେ ଅଧଘଣ୍ଟାଏ ଲେଖାଏଁ ସେମାନଙ୍କ ପାଠ ସମ୍ପର୍କିତ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ । ଏହାଦ୍ୱାରା ଘରେ ବସି ପିଲାମାନେ ପାଠ ପଢ଼ିପାରିବେ ।
କିସ୍‌ ଇ-ଲର୍ଣ୍ଣିଂ କ୍ଲାସ କାର୍ଯ୍ୟକ୍ରମ ବୁଧବାର କିସ୍‌ରେ ଉଦ୍‌ଘାଟିତ ହୋଇଛି । କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ ଶ୍ରେଣୀଗୃହ ଶିକ୍ଷାଦାନ ପଦ୍ଧତି ହେଉଛି ଶିକ୍ଷାଦାନର ପ୍ରକୃତ ପଦ୍ଧତି । କିନ୍ତୁ ଏବେ କରୋନା ମହାମାରୀ ପାଇଁ ସ୍କୁଲ୍‌, କଲେଜ ବନ୍ଦ ଥିବାବେଳେ ଆବଶ୍ୟକ ନ ଥିଲେ କେହି ବାହାରକୁ ବାହାରୁନାହାନ୍ତି । ଏଥିପାଇଁ କିଟ୍‌ ଓ କିସ୍‌ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କିସ୍‌ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ବୁଝିବା ସହ ସେମାନଙ୍କ ପାଠପଢାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ କିସ୍‌ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । କିସ୍‌ର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସମସ୍ତେ କିସ୍‌ ଛାତ୍ରଛାତ୍ରୀଙ୍କ ଯୋଗାଯୋଗରେ ରହିଆସିଛନ୍ତି ।
ପ୍ରଥମେ କିସ୍‌ର ୩୦ ହଜାର ପିଲାଙ୍କୁ ହ୍ୱାଟ୍‌ସ ଆପ୍‌ ଓ ମୋବାଲଇ ଜରିଆରେ ଶିକ୍ଷା କରାଯାଉଥିଲା । ଏଣିକି ପିଲାମାନେ ଇ-ଲର୍ଣ୍ଣିଂ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାଦାନ କରାଯିବ । ଇ-ଲର୍ଣ୍ଣି କ୍ଲାସ୍‌ରେ ଯାହା ସବୁ ପଢ଼ାଯିବ ତାର ଶିକ୍ଷଣ ଉପକରଣ ପିଲାମାନଙ୍କ ନିକଟକୁ ପଠାଇ ଦିଆଯିବ । ଫଳରେ ଶିକ୍ଷାଲାଭରେ ସେମାନଙ୍କର ଆଉ କୌଣସି ଅସୁବିଧା ରହିବ ନାହିଁ । ଶିକ୍ଷାଦାନକୁ ପିଲାଙ୍କ ଘରେ ପହଞ୍ଚାଇ ଦେବା ପାଇଁ ଏହା ହେଉଛି କିସ୍‌ର ପ୍ରଥମ ପ୍ରୟାସ ବୋଲି ଶ୍ରୀ ସାମନ୍ତ କହିଥିଲେ ।
ଏହି ଇ-ଲର୍ଣ୍ଣିଂ କ୍ଲାସ୍‌ ମାଧ୍ୟମରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ । ଏହା ଦ୍ୱାରା କେବଳ କିସ୍‌ ଛାତ୍ରଛାତ୍ରୀ ନୁହଁନ୍ତି, ସମଗ୍ର ଓଡ଼ିଶାର ଛାତ୍ରଛାତ୍ରୀମାନେ ମଧ୍ୟ ଉପକୃତ ହୋଇପାରିବେ । ଓଡ଼ିଶାର ବିଭିନ୍ନ ଓଡ଼ିଆ ମାଧ୍ୟମ ସ୍କୁଲ୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏହି ସୁଯୋଗର ସଦୁପଯୋଗ କରିପାରିବେ । ଆସନ୍ତା ସୋମବାରଠାରୁ କଳିଙ୍ଗ ଟିଭିରେ ପ୍ରତିଦିନ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ଓ କିସ୍‌ର ସମ୍ପାଦକ ଆର.ଏନ୍‌ ଦାଶ, କିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
Previous Post

ଫ୍ରଣ୍ଟଲାଇନ୍ ଯୋଦ୍ଧାଙ୍କୁ କରୋନା: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା, ପ୍ରଶଂସା, ଟାସ୍କ

Next Post

ୟୁଜି, ପିଜି ଫାଇନାଲ୍ ପରୀକ୍ଷା ବାତିଲ

Next Post
ୟୁଜି, ପିଜି ଫାଇନାଲ୍ ପରୀକ୍ଷା ବାତିଲ

ୟୁଜି, ପିଜି ଫାଇନାଲ୍ ପରୀକ୍ଷା ବାତିଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA