Thursday, January 15, 2026 10:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ ଡରିଗଲେ !

by Our Correspondent
11 Apr, 2017- 10:08 PM
in Latest News
0
ନବୀନ ଡରିଗଲେ !

ଭୁବନେଶ୍ୱର: ମନ୍ତ୍ରୀମଣ୍ଡଳରୁ ଆସନ୍ନ ବିଦାୟୀ ଦୁଇ ମନ୍ତ୍ରୀ ଏବଂ ଦଳର ଦୁଇ ହେଭିୱେଟ୍ ସାଂସଦ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେବେ । ସମ୍ଭବତଃ ବିଜେପି ଜାତୀୟ କାର୍ଯ୍ୟକାରିଣୀ ଅବସରରେ ଖୋଦ୍ ନରେନ୍ଦ୍ର ମୋଦି ଓ ଅମିତ୍ ଶାହାଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହେବେ । ରାଜ୍ୟ ଗୁଇନ୍ଦା ବିଭାଗଠାରୁ ଏହି ସୂଚନା ପାଇଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡରି ଛାନିଆଁ ହୋଇଯାଇଛନ୍ତି । ଖାସ୍ ସେହି ଡରରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ସମ୍ଭାବନାକୁ ଆଜି ନବୀନ ଟାଳି ଦେଇଛନ୍ତି । ବିଜେପି ଭୂତ ତାଙ୍କୁ ଏମିତି ଛାନିଆଁ କରିଛି ଯେ ନିଜ ଦଳ ସଜାଡ଼ିବାକୁ ସାହାସ ହରାଇ ଦେଇଛନ୍ତି ନବୀନ । ଏଥିସହ ତାଙ୍କର ଭାବମୂର୍ତ୍ତିର ଭିନ୍ନ ରୂପ ରାଜ୍ୟବାସୀଙ୍କ ସାମନାରେ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏଭଳି ଆଭିମୁଖ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ଗତଥର ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିଲା ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ସମ୍ଭାବନାକୁ ଏଡାଇ ପାରି ନ ଥିଲେ । ପଞ୍ଚାୟତ ନିର୍ବାଚନରେ ପ୍ରଥମ ଥର ପାଇଁ ଦଳର ବିପର୍ଯ୍ୟୟ ନେଇ ଚିନ୍ତାରେ ଥିବା ନବୀନ ଉଭୟ ସରକାର ଓ ଦଳୀୟ ସଂଗଠନର ରୂପରେଖ ବଦଳାଇବେ ବୋଲି ଧାରଣା ସୃଷ୍ଟି ହୋଇଥିଲା । ଆଉ ଲମ୍ବା ସମୟର ଦିଲ୍ଲୀ ରହଣୀରୁ ଫେରିଲା ପରେ ସେ ଏ ନେଇ ସଙ୍କେତ ବି ଦେଇଥିଲେ । ନିକଟରେ ପଞ୍ଚାୟତ ନିର୍ବାଚନ ଫଳାଫଳ ଜିଲ୍ଲାୱାରୀ ସମୀକ୍ଷା ବୈଠକ ଅବସରରେ ମଧ୍ୟ ସାମ୍ବାଦିକମାନଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ଅଦଳବଦଳ ସମ୍ଭାବନାର ସବୁଜ ସଙ୍କେତ ଦେଇଥିଲେ । ମାତ୍ର ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବା ପୂର୍ବରୁ ଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସେ ମନ୍ତ୍ରୀମଣ୍ଡଳ ଅଦଳବଦଳ ସମ୍ପର୍କରେ ଏବେ ଚିନ୍ତା କରିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏହି ପଦକ କଥାରୁ ସ୍ପଷ୍ଟ ଯେ ଦଳୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଭୟଭୀତ ହୋଇପଡ଼ିଛନ୍ତି ।

ଗତକାଲି ବିଜେଡ଼ି ସଂସଦୀୟ ଦଳକୁ ମୁଖ୍ୟମନ୍ତ୍ରୀ ଭେଟି ଆଲୋଚନା କରିବା ଏବଂ ଆଜି ମନ୍ତ୍ରୀମଣ୍ଡଳ ସମ୍ଭାବନାକୁ ଏଡାଇବା ପଛରେ ଗୁଇନ୍ଦା ରିପୋର୍ଟର ଭୂମିକା ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ବର୍ତ୍ତମାନର ବିଜେପି କାର୍ଯ୍ୟକାରିଣୀ ମାହୋଲରେ ନିଜ ଦଳରେ ଏଭଳି କିଛି ପରିବର୍ତ୍ତନ ତାଙ୍କ ପାଇଁ ବୁମେରାଂ ହେବ ବୋଲି ସେ ବିଚାର କରିଥିବା କୁହାଯାଉଛି । ତେବେ ବିଜେଡ଼ିର ଗୋଟିଏ ମହଲର ଯୁକ୍ତି, ମୁଖ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇ ନିଜ ବିଚକ୍ଷଣତାର ପରିଚୟ ଦେଇଛନ୍ତି । ଏଭଳି ସମୟରେ ମନ୍ତ୍ରୀମଣ୍ଡଳ ଅଦଳବଦଳର ବାର୍ତ୍ତା ଦେଇଥିଲେ ବିଜେଡ଼ି ପାଇଁ ଏହା ନିଶ୍ଚିତ କ୍ଷତି ହୋଇଥାଆନ୍ତା ବୋଲି ସେମାନଙ୍କର ମତ । ଏମିତିରେ ମୁଖ୍ୟମନ୍ତ୍ରୀଙ୍କର ପଞ୍ଚାୟତ ନିର୍ବାଚନ ଫଳାଫଳ ଜିଲ୍ଲାୱାରୀ ସମୀକ୍ଷା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଛି । ସେ ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ କିମ୍ବା ଦଳୀୟ ସଂଗଠନରେ ଅଦଳବଦଳ ବସ୍ତୁତଃ ଆଶା କରାଯାଇ ନ ପାରେ । ସେପଟେ ଦଳ ଭିତରେ ରହିଥିବା ପ୍ରବଳ ଗୋଷ୍ଠୀ କନ୍ଦଳରେ ଅଣନିଶ୍ୱାସୀ ହୋଇଥିବା ମୁଖ୍ୟମନ୍ତ୍ରୀ ବିଜେପିର କ୍ରମଃବର୍ଦ୍ଦିଷ୍ଣୁ ଶକ୍ତିବୃଦ୍ଧିରେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି । ତେଣୁ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ତାଙ୍କ ପାଇଁ ଗଡ଼ବଡ଼ ହୋଇଯିବ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ନିଜର ଆକ୍ସନ୍ ମୁଡ଼ ଦେଖାଇ ନିଜ ଦଳକୁ ଶକ୍ତିଶାଳୀ କରିବା ଅଭିଯାନ ପଛକୁ ଠେଲି ନବୀନ ଆଗ ବିଜେପିକୁ ଚେକ୍ ଦେବା ଉଦ୍ୟମ ଚଳାଇଛନ୍ତି । ଅବଶ୍ୟ ନିଜ ଘର ନ ସଜାଡ଼ି ପର ଘରକୁ ଦୁର୍ବଳ କରିବା ଷ୍ଟ୍ରାଟେଜିରେ ନବୀନ କେମିତି ସଫଳ ହେବେ ତାହା ବିଜେଡ଼ିର ବରିଷ୍ଠ ନେତାଙ୍କୁ ଆଶଙ୍କିତ କରିଛି ।

Previous Post

କୋଟା କେଳେଙ୍କାରୀ: ୬ ଆଇଏଏସଙ୍କୁ ସାନି ନୋଟିସ୍

Next Post

ଆଶ୍ରା ଖୋଜୁଛନ୍ତି ସୌମ୍ୟ

Next Post
ଆଶ୍ରା ଖୋଜୁଛନ୍ତି ସୌମ୍ୟ

ଆଶ୍ରା ଖୋଜୁଛନ୍ତି ସୌମ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA