Friday, May 15, 2026 04:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଉରକେଲାରେ ରାଜ୍ୟର ତୃତୀୟ ପ୍ଲାଜମା ବ୍ୟାଙ୍କ

by Our Correspondent
31 Jul, 2020- 10:48 PM
in Latest News, News
1 min read
0
ରାଉରକେଲାରେ ରାଜ୍ୟର ତୃତୀୟ ପ୍ଲାଜମା ବ୍ୟାଙ୍କ

– ପଶ୍ଟିମ ଓଡିଶାରେ ପ୍ରଥମ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ 
– ରାଜ୍ୟରେ ୭୦ ୟୁନିଟ୍‌ ପ୍ଲାଜମା ସଂଗୃହୀତ, ୮ ଜଣ ସୁସ୍ଥ

ଭୁବନେଶ୍ୱର: ରାଜ୍ୟର ତୃତୀୟ ତଥା ପଶ୍ଚିମ ଓଡିଶାର ପ୍ରଥମ ପ୍ଲାଜ୍‌ମା ବ୍ୟାଙ୍କ ରାଉରକେଲାର ଆଇଜିଏଚ୍ ଠାରେ ଉଦଘାଟିତ ହୋଇଛି।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି । ପଶ୍ଚିମ ଓଡିଶାରେ ଗୁରୁତର କୋଭିଡ ରୋଗୀମାନଙ୍କ ଚିକିତ୍ସାରେ ଅଧିକ ସଫଳତା ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ବିଶ୍ବ ବର୍ତ୍ତମାନ କରୋନା ମହାମାରୀର ସାମ୍‌ନା କରୁଥିବା ବେଳେ ଅଗଣିତ କୋଭିଡ ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ଏକ ଆଶାର କିରଣ ହୋଇପାରିଛି। ଓଡିଶାରେ ପ୍ଲାଜମା ଥେରାପି ଏକ ସଫଳ ଚିକିତ୍ସା ପଦ୍ଧତି ରୂପେ ବିଶ୍ବାସ ସୃଷ୍ଟି କରିଛି। ଏଥିପାଇଁ, ସାରା ରାଜ୍ୟର ଲୋକଙ୍କ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁଁ ପ୍ଲାଜମା ଥେରାପିକୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ସଂପ୍ରସାରିତ କରାଯାଉଛି । ଖୁବ ଶୀଘ୍ର ବ୍ରହ୍ମପୁରର ଏମକେସିଜି ଓ ବୁର୍ଲାର ଭୀମସାର ଠାରେ ପ୍ଲାଜମା ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଜଣେ ବି ବ୍ୟକ୍ତି ସବୁଠାରୁ ଉତ୍ତମ ଚିକିତ୍ସା ପାଇବାରୁ କେବେ ବି ବଞ୍ଚିତ ହେବେ ନାହିଁ । ଆମର ଏହି ପ୍ରତିଶ୍ରୃତି ରାଜ୍ୟର ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କ ଉପରେ ଥିବା ଆମର ଆଶା ଓ ଭରସା ଉପରେ ପର୍ଯ୍ୟବେସିତ। ଏଭଳି ଆହ୍ବାନମୂଳକ ସମୟରେ ସେମାନେ ବହୁତ ଭଲ କାମ କରୁଥିବରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚପ୍ରଶଂସା କରିଥିଲେ। ରାଜ୍ୟର ସବୁ କୋଭିଡ ଯୋଦ୍ଧା ମାନଙ୍କ ମହତ୍ବପୂର୍ଣ୍ଣ କାର୍ଯ୍ୟକୁ ପ୍ରଶଂସା କରିବା, ସେମାନଙ୍କୁ ସମର୍ଥନ ଦେବା ତଥା ଏପରି ସମୟରେ ସେମାନଙ୍କ ସହିତ ଦୃଢ ଭାବରେ ଠିଆ ହେବାରେ ତାଙ୍କ ସହ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ବାନ ଜଣାଇଥିଲେ।
ପ୍ଲାଜମା ଦାନ ଆଜି ଏକ ଜନଆନ୍ଦୋଳନର ରୂପ ନେଇଛି । ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ୭୦ଟି ପ୍ଲାଜମା ୟୁନିଟ୍‌ ସଂଗୃହୀତ ହୋଇଛି, ୮ ଜଣ ପ୍ଲାଜମା ଚିକିତ୍ସିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୭ ଜଣ ରୋଗୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ଉଦ୍ୟମକୁ ଆହୁରି ଆଗକୁ ନେବାପାଇଁ ରାଜ୍ୟର ସବୁ ବିଧାୟକ ମାନଙ୍କୁ ପ୍ଲାଜମା ଦାନ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ଏବଂ ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ଅନୁରୋଧ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ,ରାଉରକେଲା ବିଧାୟକ ଶାରଦା ନାୟକଙ୍କ ସମେତ ମୁଖ୍ୟଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଅଗ୍ନିଶମ ସେବା ଅନଲାଇନ୍ ପୋର୍ଟାଲ୍ ଉଦଘାଟିତ

ବିଭିନ୍ନ ବର୍ଗର କୋଠାଘର ପାଇଁ ଏଣିକି ଅନଲାଇନ୍ ମାଧ୍ୟମରେ ମିଳିବ ଅଗ୍ନିଶମ ସାର୍ଟିଫିକେଟ୍ । ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅଗ୍ନିଶମ ସେବା ଅନଲାଇନ୍ ପୋର୍ଟାଲ୍ ଉଦଘାଟିତ ହୋଇଛି । ଏଥିରେ ୮ ପ୍ରକାର ସେବା ଯୋଗାଇ ଦିଆଯିବ । ଅକ୍ଟୋବର ୨ ସୁଦ୍ଧା ସବୁ ଶ୍ରେଣୀର ସେବା ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
Previous Post

ରାତି କର୍ଫ୍ୟୁ ରହିଲା, କଡ଼ା ହେଲା ଜୋରିମାନା

Next Post

ମାଟ୍ରିକ ରେଜଲ୍ଟ

Next Post

ମାଟ୍ରିକ ରେଜଲ୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA