Wednesday, March 11, 2026 02:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Editors Pick

ସୁଶାନ୍ତ-ଦିଶା: ଡବଲ୍ ମର୍ଡର ଥିଓରି!!

by Our Correspondent
06 Aug, 2020- 12:30 PM
in Editors Pick, Latest News, National, News
1 min read
0
ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ! ଦିଶା ସାଲିଆଁ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ରେପ୍ ଏବଂ ମର୍ଡର କରାଯାଇଛି ! ସୁଶାନ୍ତଙ୍କ ମୃତ୍ୟୁ ସହ ଦିଶାଙ୍କ ମୃତ୍ୟୁର ଲିଙ୍କ୍ ଅଛି !ଦୁଇଟି ଯାକ ମର୍ଡର ପ୍ଲଟ୍ ର କାର୍ପଟଦାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକୁରଙ୍କ ୩୦ ବର୍ଷୀୟ ପୁଅ ତଥା କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଠାକରେ !
ବଲିଉଡ୍ ୟଙ୍ଗ୍ ସୁପରଷ୍ଟାର୍ ସୁଶାନ୍ତ ସିଂ ମୃତ୍ୟୁ ମାମଲା ଉପରେ ଏବେ ଏହି ଚର୍ଚ୍ଚା । ମହାରାଷ୍ଟ୍ର ବିଜେପି ତ ଏହି ସିଦ୍ଧାନ୍ତରେ ପହଞ୍ଚିସାରିଛନ୍ତି । ସୋର୍ସ(ସୂତ୍ର) ହୋଇଛନ୍ତି ପୋଷା ମିଡ଼ିଆ । ଇନଭେଷ୍ଟିଗେସନ୍/ଷ୍ଟିଙ୍ଗ୍ ଅପରେସନ୍ ନାଁରେ ପ୍ରତିଦିନ ନୂଆ ନୂଆ ଥିଓରି ସାମନାକୁ ଆଣୁଛନ୍ତି । ରିପବ୍ଲିକ୍ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗର୍ଜନରେ ଟିଭି ଥରୁଛି । ଏକାଧାରରେ ସାମ୍ବାଦିକ, ପୁଲିସ, ଓକିଲ, ବିଚାରପତି ଭୂମିକା । ନିଜର ସ୍ପେଶାଲ୍ ଟାକ୍ସଫୋର୍ସ(ଏସଟିଏଫ) ଜରିଆରେ ସେ ଷ୍ଟିଙ୍ଗ୍ ଅପରେସନରୁ କୁଆଡ଼େ ପୁଳା ପୁଳା ତଥ୍ୟ ପ୍ରମାଣ ପାଇସାରିଛନ୍ତି । ମହାରାଷ୍ଟ୍ର ପୁଲିସ ଉପରେ ତାଙ୍କର ବିଶ୍ୱାସ ନ ଥିବାରୁ ସିବିଆଇକୁ ତଥ୍ୟ ଦେବେ । ଷ୍ଟୁଡ଼ିଓରୁ ଛାତି ବାଡେଇ ଏହା କହୁଛନ୍ତି ଅର୍ଣ୍ଣବ ।
ଅର୍ଣ୍ଣବଙ୍କୁ ଜିଆଣି ଦେଇ ଚର୍ଚ୍ଚାକୁ ଗଡ଼େଇବା ପାଇଁ ମୁଷ୍ଟିମେୟ ନେତା, ଅଫିସରଙ୍କ ଆଡୁ କିଛି ନା କିଛି ରୋଚକ ବୟାନ ଆସୁଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲା ମହାରାଷ୍ଟ୍ର ବନାମ ବିହାର ଲଢ଼େଇର ରୂପ ନେଇସାରିଛି । ବିହାର ପୁଲିସ ଡିଜି ଗୁପ୍ତେଶ୍ୱର ପାଣ୍ଡେ ରିପବ୍ଲିକ୍ ଟିଭିକୁ ଆପଣାର କରିଦେଇଛନ୍ତି । ତାଙ୍କ ଭାବଭଙ୍ଗୀ, କଥାବାର୍ତ୍ତାରୁ ସେ ଯେ ପୁଲିସ ଡିଜି ତାହା ଜଣାପଡୁନାହିଁ । ଏତେ ପାରିବାର ପୁଲିସ ମୁଖିଆ ଥାଉ ଥାଉ ବିହାରରେ ଅତ୍ୟା, ଅପରାଧ କାହିଁକି ନିୟନ୍ତ୍ରଣ ହୋଇପାରିନାହିଁ ବୋଲି କେହି କେହି ପ୍ରଶ୍ନ କରୁଛନ୍ତି ।
ସୁଶାନ୍ତଙ୍କ ଅଫିସ୍ ମ୍ୟାନେଜର ଭାବେ ଅଳ୍ପଦିନ କାର୍ଯ୍ୟ କରିଥିଲେ ଦିଶା । ତାଙ୍କ ମୃତ୍ୟୁର ପାଖାପାଖି ୨ ମାସ ପରେ ମହାରାଷ୍ଟ୍ରର ବିଜେପି ନେତା ନାରାୟଣ ରାଣେ ଏବଂ ଅର୍ଣ୍ଣବ ଗୋସ୍ୱାମୀ ସୁଶାନ୍ତଙ୍କ ମୃତ୍ୟୁ ସହ ତାଙ୍କ ମୃତ୍ୟୁର ଲିଙ୍କ୍ ପାଇଛନ୍ତି । ସୁଶାନ୍ତଙ୍କୁ ମର୍ଡର କରାଯାଇଛି ବୋଲି ମୁମ୍ବାଇ ପୁଲିସକୁ ଚାଲେଂଜ ଦେଇଥିବା ଅର୍ଣ୍ଣବ ଏବେ ଡବଲ୍ ମର୍ଡର ଥିଓରିର ଅବତାରଣା କରିଛନ୍ତି । ଦିଶା ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ବି ମର୍ଡର କରାଯାଇଛି ବୋଲି ଦାବି କରି ମୁମ୍ବାଇ ପୁଲିସ ଏବଂ ଉଦ୍ଧବ ଠାକରେଙ୍କୁ କାଠଗଡ଼ାକୁ ଟାଣିଛନ୍ତି ।
ଏହି ପରିପ୍ରେକ୍ଷୀରେ ଗତକାଲି ଦିଶାଙ୍କ ବାପା ସତୀଶ ସାଲିଆଁ ମୁମ୍ବାଇ ପୁଲିସକୁ ଲେଖିଥିବା ଚିଠି ଏବେ ମାମଲାକୁ ନୂଆ ମୋଡ଼ ଦେଇଛି । ବେଶ୍ ଆବେଗପୂର୍ଣ୍ଣ ଚିଠି ଲେଖିଛନ୍ତି ।
ତାଙ୍କ ଝିଅର ମୃତ୍ୟୁକୁ ନେଇ ସାମ୍ବାଦିକମାନେ ଲଗାତର ‘ଫେକ୍ ନ୍ୟୁଜ୍’ ପରିବେଷଣ କରୁଥିବା ସିଧାସଳଖ ଅଭିଯୋଗ କରିଛନ୍ତି । ସାମ୍ବାଦିକମାନଙ୍କ ଅତ୍ୟାଚାର ତାଙ୍କୁ ଅତିଷ୍ଠ କରିଛି । ଶାନ୍ତିରେ ରଖେଇ ଦେଉନାହାନ୍ତି । କ୍ୟାମେରା, ବୁମ୍ ଧରି ମନଇଚ୍ଛା ଘରେ ପଶୁଛନ୍ତି । ଜୋର୍ ଜବରଦସ୍ତ ପ୍ରଶ୍ନ ପଚାରି ଭିନ୍ନ ଅର୍ଥରେ ଖବର କରୁଛନ୍ତି । ତାଙ୍କ ମୃତ ଝିଅର ଚରିତ୍ର ଉପରେ ମିଥ୍ୟା ଖବର କରି ବଦନାମ କରିବା ସହ ପରିବାରକୁ ‘ମେଣ୍ଟାଲ୍ ହାରାସମେଣ୍ଟ ‘ କରୁଛନ୍ତି । ଆଦୌ ସତ୍ୟତା ନ ଥିବା ମନଗଢ଼ା ସମ୍ବାଦ କେବଳ ଟିଆରପି ପାଇଁ ସାମ୍ବାଦିକମାନେ କରୁଥିବା ସତୀଶ ଅଭିଯୋଗ ବାଢ଼ିଛନ୍ତି । ସଂପୃକ୍ତ ସାମ୍ବାଦିକ ଓ ଗଣମାଧ୍ୟମ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କ ଦୌରାତ୍ମ୍ୟରୁ ତାଙ୍କୁ ବଞ୍ଚାଇବା ପାଇଁ ସେ ପୁଲିସକୁ ଆକୁଳ ନିବେଦନ କରିଛନ୍ତି ।
ଝିଅର ମୃତ୍ୟୁ ନେଇ ମୁମ୍ବାଇ ପୁଲିସର ତଦନ୍ତ ଉପରେ ସେ ପୂରା ସନ୍ତୁଷ୍ଟ ଏବଂ ତାଙ୍କର ପୂର୍ଣ୍ଣ ଆସ୍ଥା ରହିଛି । ପୁଲିସ ଆଗରେ ଯାହା କହିବା କଥା ସେ କହିସାରିଛନ୍ତି । ଝିଅର ମୃତ୍ୟୁ ପଛରେ କାହାରିକୁ ସନ୍ଦେହ କରୁନାହାନ୍ତି । ଘଟଣାରେ ‘ଫାଉଲ୍ ପ୍ଲେ’ ନାହିଁ । ଦିଶାଙ୍କ ସହ କୌଣସି ରାଜନୈତିକ ବ୍ୟକ୍ତିଙ୍କର ସମ୍ପର୍କ ନ ଥିଲା କି ବଲିଉଡ୍ ର ନାମକରା ବ୍ୟକ୍ତିଙ୍କ ସହ କୌଣସି ପାର୍ଟି ଫାର୍ଟିରେ ଯୋଗ ଦେଇନାହାନ୍ତି । ପାର୍ଟି, ରେପ୍, ମର୍ଡର ଏସବୁ ମିଡ଼ିଆର ମନଗଢ଼ା କାହାଣୀ ବୋଲି ଦିଶାଙ୍କ ବାପା ଲେଖିଛନ୍ତି ।
ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁର ମାତ୍ର ୬ ଦିନ ପୂର୍ବରୁ ଜୁନ୍ ୮ ତାରିଖ ମଧ୍ୟରାତ୍ରରେ ଦିଶା ମୁମ୍ବାଇର ମାଲଦ ୱେଷ୍ଟ୍ ସ୍ଥିତ ନିଜର ନୂଆ ଫ୍ଲାଟ୍ (ରିଜେଣ୍ଟ ଗାଲାକ୍ସି ବିଲଡିଂର ୧୪ ମହଲା) ରୁ ପଡ଼ି ମୃତ୍ୟୁବରଣ କରିଥିଲେ । ଏହାକୁ ଆତ୍ମହତ୍ୟା ନଚେତ ଦୁର୍ଘଟଣା ବୋଲି ପରିବାର ଲୋକ ସନ୍ଦେହ କରୁଥିବା ବେଳେ ମୁମ୍ବାଇ ପୁଲିସର ପ୍ରାଥମିକ ତଦନ୍ତ ବି ସେୟା କହୁଛି । ଲକଡାଉନ୍ ଯୋଗୁଁ ତାଙ୍କ ପ୍ରକଳ୍ପ ବନ୍ଦ ରହିଥିବାରୁ ସେ ଭୀଷଣ ଆର୍ଥିକ କ୍ଷତିରେ ଥିଲେ । ଏହା ହିଁ ମୃତ୍ୟୁର କାରଣ ହୋଇପାରେ ବୋଲି କୁହାଯାଉଛି ।
ଉଲ୍ଲେଖଯୋଗ୍ୟ ଯେ ସୁଶାନ୍ତଙ୍କ ବାପା କେ.କେ.ସିଂହ ବିହାର ପୁଲିସରେ ଦେଇଥିବା ଏତଲାରେ ଦିଶାଙ୍କ ମୃତ୍ୟୁ ପାଇଁ ସୁଶାନ୍ତଙ୍କୁ ଦାୟୀ କରି ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ତାଙ୍କୁ ଧମକାଉଥିଲେ । ଏଭଳି ଧମକ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥାଇପାରେ ବୋଲି ସେ ଉଲ୍ଲେଖ କରିଥିଲେ ।
ଏହା ସତ ଯେ ମୁମ୍ବାଇ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁଶାନ୍ତଙ୍କ ବାପା ଓ ପରିବାର ମୁମ୍ବାଇ ପୁଲିସ ଉପରୁ ଆସ୍ଥା ହରାଇଛନ୍ତି । ଯାହା ପରିସ୍ଥିତିକୁ ଜଟିଳ କରିଛି । ସୁଶାନ୍ତ ଏବଂ ଦିଶାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ଏହା ପଛରେ କାରଣ କ’ଣ ତାହା ଲୋକଲୋଚନକୁ ସଠିକ୍ ଭାବେ ଆସିବା ଦରକାର । ରାଜନୀତିର ଉଦ୍ଧ୍ୱର୍ରେ ଏହି ପ୍ରତିଭାଙ୍କ ମୃତ୍ୟୁର ଉପଯୁକ୍ତ ତଦନ୍ତ ହୋଇ ରହସ୍ୟ ଉପରୁ ପର୍ଦ୍ଦା ହଟିବା ଦରକାର । ରାଜନୀତି ମାମଲାର ସତ୍ୟତା ଉନ୍ମୋଚନ କରିପାରିବ ନାହିଁ କି ସୁଶାନ୍ତ ଏବଂ ଦିଶାଙ୍କ ଆତ୍ମାକୁ ନ୍ୟାୟ ଦେଇପାରିବ ନାହିଁ ।
Previous Post

ସିଏଜି ହେବେ ଗିରୀଶ ମୁର୍ମୁ !

Next Post

ପାରିଜାତ ରାଜନୀତି

Next Post

ପାରିଜାତ ରାଜନୀତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA