Wednesday, March 11, 2026 10:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଆରଡିସି ତଦନ୍ତ ଭେଳିକି, ଅଭିଯୁକ୍ତଙ୍କୁ ପୁରସ୍କାର

by Our Correspondent
29 Jun, 2016- 04:29 AM
in News
1 min read
0
ଆରଡିସି ତଦନ୍ତ ଭେଳିକି, ଅଭିଯୁକ୍ତଙ୍କୁ ପୁରସ୍କାର

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ ଘଟଣାର ତଦନ୍ତ କରିବେ ଉତ୍ତରାଞ୍ଚଳ ଆରଡିସି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇ ଘଟଣାର ଗମ୍ଭୀରତା ଟାଳିବାକୁ ଉଦ୍ୟମ କରିଛନ୍ତି । ତେବେ ଆରଡିସି ତଦନ୍ତର ତରିକା ଓ ଫଳାଫଳ କ’ଣ ହୁଏ ତାହା ଓଡ଼ିଶାବାସୀଙ୍କୁ ଅଜଣା ନୁହେଁ । ସୁତରାଂ ଆରଡିସି ତଦନ୍ତ ଆଳରେ ବରଗଡ଼ ଘଟଣାର ହଟଚମଟରେ ସରକାର ପୂର୍ଣ୍ଣଚ୍ଛେଦ ପକେଇବାର ଚାଲ୍‌ ଏଥିରୁ ବାରିହୋଇପଡୁଛି ।

ନବୀନ ପଟ୍ଟନାୟକଙ୍କ ୧୬ ବର୍ଷ ଶାସନ କାଳରେ ବିଭିନ୍ନ ଅଘଟଣ ଉପରେ ଏଭଳି ୨୮ ଟି ଆରଡିସି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେଥିମଧ୍ୟରୁ ୧୨ ଟି ତଦନ୍ତ ବାଟବଣା ହୋଇଯାଇଛି । ଆରଡିସି ଏହିସବୁ ତଦନ୍ତ ଉପରେ ହାତବାନ୍ଧି ବସିଥିବା ବେଳେ ସରକାର ନିଦାବିଷ୍ଣୁ ସାଜିଛନ୍ତି । ଗତବର୍ଷ ମାର୍ଚ୍ଚ ୮ ତାରିଖରେ ଘଟିଥିବା ବହୁ ଚର୍ଚ୍ଚିତ ନମତରା ଗୁଳିକାଣ୍ଡ ଘଟଣାର ତଦନ୍ତ ଦିଗ ଏବେ ବି ଅନ୍ଧାରରେ । ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ଯାଜପୁରର ମା ବିରଜା ମୂର୍ତ୍ତି ଚୋରି ଘଟଣାର ତଦନ୍ତର ଏବେ ଯାଏଁ ପତ୍ତା ନାହିଁ ।

ଏହିସବୁ ଘଟଣାରେ ତଦନ୍ତର ଧାରା ଯେତିକି ତର୍ଦ୍ଦୂପ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ବି ସେମିତି ଅଦ୍ଭୂତ । ବହୁ ଚର୍ଚ୍ଚିତ ଇସ୍କନର ପ୍ରସ୍ତାବିତ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ ଘଟଣାର ଆରଡିସି ତଦନ୍ତ ଚାଲୁଥିବା ବେଳେ ସରକାର ରିପୋର୍ଟକୁ ଅପେକ୍ଷା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କ’ଣ, ଓଲଟି ମୁଖ୍ୟ ଅଭିଯୁକ୍ତଙ୍କୁ ପୁରସ୍କୃତ କରିବାକୁ ପଛାଇ ନାହାନ୍ତି । ପୁରୀ-କୋଣାର୍କ ଡେଭଲପମେଣ୍ଟ ଅଥରିଟିର ପ୍ଲାନିଂ ମେମ୍ବର ଲିଙ୍ଗରାଜ ପ୍ରସାଦ ପଟ୍ଟନାୟକ ଇସ୍କନ ବିବାଦର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ । ଇସ୍କନ୍‌ ପ୍ରସ୍ତାବ ଉପରେ ଏହି ବାବୁ ହିଁ ଲଗାଇଛନ୍ତି ସରକାରୀ ମୋହର । ରାଜ୍ୟବାସୀଙ୍କ ଧାର୍ମିକ ଭାବନା ସହ ଜଡ଼ିତ ଏହି ଘଟଣାଟି ସାରା ଓଡ଼ିଶାରେ ପ୍ରତିକ୍ରିୟା ସୃଷ୍ଟି କଲାରୁ ଗତ ଫେବୃଆରୀ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ୬୦ ଦିନ ଅର୍ଥାତ୍‌ ଦୁଇମାସ ଭିତରେ ଆରଡିସି ତାଙ୍କ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା । ମାତ୍ର ୪ ମାସ ବିତିଯାଇଥିଲେ ମଧ୍ୟ ଏ ଯାଏଁ ରିପୋର୍ଟ ଆସିପାରିଲାନି । ଓଲଟି ତଦନ୍ତଭୁକ୍ତ ସଂପୃକ୍ତ ଅଫିସରଙ୍କୁ ସରକାର ଜୋଇଁ ପୁଅ ମଣି ପଦୋନ୍ନତି ଦେଇଛନ୍ତି ।

ତିନି ମାସ ତଳେ ସଂପୃକ୍ତ ଅଫିସର ଲିଙ୍ଗରାଜ ପଟ୍ଟନାୟକଙ୍କ ପଦୋନ୍ନତି ଫାଇଲ ନଗର ଉନ୍ନୟନ ମନ୍ତ୍ରୀଙ୍କ ପାଖକୁ ଆସିଥିଲା । ତରବରିଆ ଭାବେ ତାଙ୍କୁ ପଦୋନ୍ନତି ଦେବାକୁ ମସୁଧା ହୋଇଥିଲା । ମାତ୍ର ମିଡ଼ିଆ ନଜରରେ ଏହା ପଡ଼ିଯିବା ପରେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କଥା ବାଆଁରେଇଥିଲେ । ଆରଡିସି ତଦନ୍ତ ସରି ରିପୋର୍ଟ ନ ଆସିଲା ପର୍ଯ୍ୟନ୍ତ ତାଙ୍କୁ ପଦୋନ୍ନତି ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ । ମାତ୍ର ଅଦୃଶ୍ୟ କାରଣରୁ ଲିଙ୍ଗରାଜଙ୍କ ଅହେତୁକ ପ୍ରେମରେ ମନ୍ତ୍ରୀ ଓ ରାଜ୍ୟ ସରକାର ତାଙ୍କୁ ପଦୋନ୍ନତି ନ ଦେଇ ଶୋଇପାରିଲେ ନାହିଁ । ଅଟକି ରହିଥିବା ଫାଇଲ୍‌କୁ ଗତ ସପ୍ତାହରେ ମନ୍ତ୍ରୀ ଅନୁମୋଦନ ଦେବା ପରେ ଗତ ୨୪ ତାରିଖରେ ତାଙ୍କ ପଦୋନ୍ନତି ଅର୍ଡର ବାହାରିଛି । ଆସୋସିଏଟ୍‌ ଟାଉନ୍‌ ପ୍ଲାନର୍‌ରୁ ତାଙ୍କୁ ଟାଉନ୍‌ ପ୍ଲାନର୍‌କୁ ପଦୋନ୍ନତି ମିଳିଛି । ଖାଲି ସେତିକି ନୁହେଁ ବର୍ଷକ ପାଇଁ ଡେପୁଟେସନ୍‌ ଭାକାନ୍ସିରେ ଥଇଥାନ କରାଯାଇ ବିଡ଼ିଏରେ ନୂଆ ସୃଷ୍ଟି ହୋଇଥିବା ଭାଲ୍ୟୁଏସନ୍‌ ଅଫିସର ପଦବୀ ତାଙ୍କୁ ଦିଆଯାଇଛି । ପଟ୍ଟନାୟକ ବାବୁ ଏବେ ପିକେଡିଏର ପ୍ଲାନିଂ ମେମ୍ବର ସାଙ୍ଗକୁ ବିଡ଼ିଏର ଭାଲ୍ୟୁଏସନ୍‌ ପଦରେ କାର୍ଯ୍ୟ କରିବେ ।

ଆରଡିସି ତଦନ୍ତ ରିପୋର୍ଟକୁ ଅପେକ୍ଷା କରା ନ ଯାଇ ଜଣେ ଅଭିଯୁକ୍ତ ଅଫିସରଙ୍କୁ ପଦୋନ୍ନତି ଦେବା ପଛରେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ବ୍ୟଗ୍ରତା ପଛରେ କି ରହସ୍ୟ ରହିଛି ତାହା ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ଗଣମାଧ୍ୟମକୁ ଦେଇଥିବା ବୟାନକୁ ଓଲଟାଇ ନିଜ ଛେପ ନିଜେ ଢ଼ୋକିବା ପଛରେ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଅବୁଝା ହୋଇପଡ଼ିଛି । ଏଭଳି କାର୍ଯ୍ୟ ଯେ ନବୀନ ସରକାରଙ୍କୁ ନିନ୍ଦିତ କରୁଛି ତାହାକୁ ବୋଧେ ନଗର ଉନ୍ନୟନ ମନ୍ତ୍ରୀ ଆଖି ବୁଜିଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଲିଙ୍ଗରାଜ ପଟ୍ଟନାୟକ ବାବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଉଚ୍ଚ ପ୍ରଂଶସକ । ମୋଦିଙ୍କ ଦୁଇବର୍ଷର ସଫଳତାର କାହାଣୀ ସେ ନିଜ ହ୍ୱାଟସ୍‌ ଅପ୍‌ରେ ବାଣ୍ଟିଥିଲେ । ରାଜ୍ୟ ସରକାରଙ୍କ ଚାକିରିରେ ଥିବା ଜଣେ ଅଧିକାରୀଙ୍କ ଏଭଳି ଧ୍ରୃଷ୍ଟତାକୁ “ମିଡ-ଡେ ଓଡ଼ିଶା’ ଖୁଲାସା କରିବା ପରେ ସୋସିଆଲ୍‌ ମିଡ଼ିଆରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା ।

ତେବେ ସେ ଯାହା ହେଉ, ଏସବୁ ଘଟଣା ସୂଚୋଉଛି କି ଗମ୍ଭୀର ଘଟଣାରେ ସରକାରଙ୍କ ଆରଡିସି ତଦନ୍ତ ଭେଳିକି ଛଡ଼ା କିଛି ନୁହେଁ । ତଦନ୍ତରେ ନିର୍ଦୋଷ ପ୍ରମାଣ ହେବା ଆଗରୁ ସରକାର ଅଭିଯୁକ୍ତଙ୍କୁ ପୁରସ୍କୃତ କରି ପଦୋନ୍ନତି ଦେବା ଭଳି ସଙ୍ଗୀନ କାର୍ଯ୍ୟ କରିବା ସାମଗ୍ରିକ ଭାବେ ଆରଡିସି ତଦନ୍ତର ଗମ୍ଭୀରତାକୁ ଧୋଇଦେଇଛି । ବରଗଡ଼ ଘଟଣାର ଆରଡିସି ତଦନ୍ତ ଓ ସରକାରୀ କାର୍ଯ୍ୟାନୁଷ୍ଠାନର ତରିକା ଯଦି ଏଭଳି ହୁଏ ତେବେ ଓଡ଼ିଶାବାସୀ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ବରଂ ନିଜକୁ ନିଜେ ଧିକ୍‌ କରିବା କଥା ।

Previous Post

ଭିଜିଲାନ୍ସ ସ୍କାନରରେ ମୋତିଲାଲ୍‌

Next Post

ବିଜେଡ଼ିରୁ ଗଲେ ପପୁ ପମ୍‌ ପମ୍‌

Next Post
ବିଜେଡ଼ିରୁ ଗଲେ ପପୁ ପମ୍‌ ପମ୍‌

ବିଜେଡ଼ିରୁ ଗଲେ ପପୁ ପମ୍‌ ପମ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA